ପ୍ରମୂଖ ଖବର
  • ମେକ୍ସିକୋ ଏବଂ ଇୟୁ ଉପରେ ଟାରିଫ୍‌ ବୋମା ପକାଇଲେ ଟ୍ରମ୍ପ, ଲାଗିବ ୩୦ ପ୍ରତିଶତ ଶୁଳ୍କ
  • ||
  • ପ୍ରଥମ ଥର ଟି-୨୦ ବିଶ୍ୱକପ୍ ପାଇଁ ଯୋଗ୍ୟତା ଅର୍ଜନ କଲା ଇଟାଲୀ, ନେଦରଲ୍ୟାଣ୍ଡସକୁ ବି ମିଳିଲା ସୁଯୋଗ
  • ||
  • ଏଫଏମ କଲେଜ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣା ; କଲେଜ ଅଧ୍ୟକ୍ଷ ନିଲମ୍ବିତ, ଏଚଓଡି ଗିରଫ
  • ||
  • ବ୍ରହ୍ମପୁର ରେଳ ଷ୍ଟେସନରୁ ୨ ଜଣଙ୍କ ମୃତଦେହ ଉଦ୍ଧାର, ବିଷ ପିଇ ଜୀବନ ହାରିଥିବା ସନ୍ଦେହ
  • ||
  • ନୀଳଗିରି ବ୍ଲକ ତେଲିପାଳ ପଞ୍ଚାୟତ ଋଷିଆ କେନାଲରେ ଅଘଟଣ, ବଜ୍ରପାତରେ ୩ ମୃତ
  • ||
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ବଲିଉଡର ଜୁବଲି କୁମାର... ବାପାଙ୍କ ଘଣ୍ଟା ବିକି ଆସିଥିଲେ ମୁମ୍ଵାଇ, ପକେଟ୍‌ରେ ଥିଲା ୫୦ ଟଙ୍କା, ୮୦ରୁ ଉର୍ଦ୍ଧ୍ଵ ଫିଲ୍ମରେ କରିଛନ୍ତି ଅଭିନୟ

Published By : Rasmita Pradhan | July 12, 2025 10:54 AM

ନୂଆଦିଲ୍ଲୀ, ୧୨/୦୭ : ୬୦-୭୦ ଦଶକର ଜଣେ ଦିଗଜ କଳାକାର... ଲୋକପ୍ରିୟ ଅଭିନେତା... ବାପାଙ୍କ ଘଣ୍ଟା ବିକି ଭାଗ୍ୟ ପରୀକ୍ଷା କରିବାକୁ ଆସିଥିଲେ ମାୟାନଗରୀ। ପକେଟ୍‌ରେ ଥିଲା ମାତ୍ର ୫୦ ଟଙ୍କା। କଠୋର ସଙ୍ଘର୍ଷ, ପରିଶ୍ରମ ଏବଂ ପ୍ରତିଭା ବଳରେ ରଚିଲେ ଇତିହାସ। ବଲିଉଡରେ ପାଲଟିଗଲେ ଜୁବଲି କୁମାର। କ୍ୟାରିଅରରେ କରିଛନ୍ତି ୮୦ ରୁ ଉର୍ଦ୍ଧ୍ଵ ସିନେମା। ଆମେ କହୁଛୁ ଅଭିନେତା ରାଜେନ୍ଦ୍ର କୁମାରଙ୍କ କଥା। ସେ ଏବେ ଆଉ ଏ ଦୁନିଆରେ ନାହାଁନ୍ତି ସତ, କିନ୍ତୁ ତାଙ୍କର କାଳଜୟୀ ସିନେମା ଆଜିବି ଦର୍ଶକଙ୍କ ମଧ୍ୟରେ ଅମର କରି ରଖିଛି। 

୧୯୨୭ ଜୁଲାଇ ୨୦ରେ ପଞ୍ଚାବ ପ୍ରାନ୍ତର ସିୟାଲକୋଟ ସହରରେ ହୋଇଥିଲା ରାଜେନ୍ଦ୍ର କୁମାରଙ୍କ ଜନ୍ମ। ଯାହାକି ଏବେ ପାକିସ୍ତାନରେ ରହିଛି। ଦେଶ ବିଭାଜନ ପରେ ରାଜେନ୍ଦ୍ରଙ୍କ ପରିବାର ଭାରତ ଚାଲିଆସିଥିଲା। ତାଙ୍କ ପିତା ଭାରତରେ କପଡ଼ା ବ୍ୟବସାୟ ଆରମ୍ଭ କଲେ। ହେଲେ ରାଜେନ୍ଦ୍ରଙ୍କର ରୁଚି ସିନେମାରେ ଥିଲେ। ଏଥିପାଇଁ ସେ ଫିଲ୍ମ ଦୁନିଆରେ ନିଜ ଭାଗ୍ୟ ପରୀକ୍ଷା କରିବାକୁ ନିଷ୍ପତ୍ତି ନେଲେ। ବାପାଙ୍କ ଘଣ୍ଟା ବିକି ମୁମ୍ଵାଇ ଚାଲିଆସିଲେ। ସେତେବେଳେ ପକେଟ୍‌ରେ ଥିଲା ମାତ୍ର ୫୦ ଟଙ୍କା। 

ମୁମ୍ଵାଇ ଆସିବା ପରେ ରାଜେନ୍ଦ୍ର ନିର୍ଦ୍ଦେଶକ ଏଚଏସ ରୱେଲଙ୍କ ସହାୟକ ରୂପରେ କାମ କଲେ। ସେତେବେଳେ ତାଙ୍କୁ ୧୫୦ ଟଙ୍କା ପାରିଶ୍ରମିକ ମିଳୁଥିଲା। ଏହି ସଙ୍ଘର୍ଷପୂର୍ଣ୍ଣ ଜୀବନ ମଧ୍ୟରେ ସେ ତାଙ୍କର ସ୍ଵପ୍ନକୁ ଭୁଲି ନଥିଲେ। ସିନେମାରେ କାମ କରିବା ଶିଖୁଥିଲେ। ୧୯୫୦ରେ ତାଙ୍କର ପ୍ରଥମ ଫିଲ୍ମ ଯୋଗନ ରିଲିଜ୍ ହୋଇଥିଲା। ହେଲେ ନାଁ କରିବା ପାଇଁ ରାଜେନ୍ଦ୍ରଙ୍କୁ ଆହୁରି ସମୟ ଲାଗିଥିଲା। ୧୯୫୭ରେ ବଲିଉଡରେ ରିଲିଜ୍ ହୋଇଥିବା ଆଇକନିକ ଫିଲ୍ମ ମଦର ଇଣ୍ଡିଆରେ ତାଙ୍କୁ ଲୋକପ୍ରିୟତା ମିଳିଥିଲା। ଫିଲ୍ମରେ ସେ ନରଗିସଙ୍କ ବଡ଼ ପୁଅ ରାମୁ ଭୂମିକାରେ ଅଭିନୟ କରିଥିଲେ। 

ଏହାପରେ ରାଜେନ୍ଦ୍ର ସଫଳତାର ଗୋଟିଏ ପରେ ଗୋଟିଏ ସିଡ଼ି ଚଢିଥିଲେ। ପିଲ୍ମ ଗୁଞ୍ଜ ଉଠି ସେହନାଇ, ଧୁଲ କା ଫୁଲ, ମେରେ ମେହବୁବ, ଆଇ ମିଲନ କି ବେଲା, ସଙ୍ଗମ, ଆରଜୁ, ସୁରଜ ଭଳି ବ୍ୟାକ୍‌ ଟୁ ବ୍ୟାକ୍ ହିଟ୍ ଫିଲ୍ମ ଦେଇଚାଲିଥିଲେ। ଗୁଞ୍ଜ ଉଠି ସେହନାଇ ଫିଲ୍ମ ୨୫ ସପ୍ତାହ ଯାଏଁ ହଲ୍‌ରେ ଧମାଲ୍ କରିଥିଲା। ଏହି ଫିଲ୍ମରୁ ତାଙ୍କୁ ଜୁବଲି କୁମାର ନାମ ମିଳିଥିଲା। ତେବେ ବଲିଉଡରେ ରାଜେଶ ଖନ୍ନାଙ୍କ ଏଣ୍ଟ୍ରି ପରେ ରାଜେନ୍ଦ୍ରଙ୍କ ଦବଦବା କମିଥିଲା। ସେ ଗଭୀର ଆର୍ଥିକ ସଙ୍କଟ ଦେଇ ଗତି କଲେ। ଯେଉଁଥିପାଇଁ ସେ ତାଙ୍କ ଲକି ଘର ବିକ୍ରି କରିବାକୁ ବାଧ୍ୟ ହେଲେ। ୧୯୯୯ ଜୁଲାଇ ୧୨ରେ ତାଙ୍କର ନିଧନ ହୋଇଥିଲା। ପୁଅ କୁମାର ଗୌରବଙ୍କ ଜନ୍ମଦିନର ଗୋଟିଏ ଦିନ ପୂର୍ବରୁ ସେ ଦୁନିଆରୁ ବିଦାୟ ନେଇଥିଲେ। 


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.