ନୂଆଦିଲ୍ଲୀ,୦୪/୦୮: ଓଭାଲରେ ଭାଙ୍ଗିଲା ଇଂଲଣ୍ଡର ଗର୍ବ । ପଞ୍ଚମ ଟେଷ୍ଟରେ ୬ ରନରେ ଘରୋଇ ଦଳକୁ ମାତ୍ ଦେଲା ଟିମ୍ ଇଣ୍ଡିଆ । ଅନ୍ତିମ ଟେଷ୍ଟ ବିଜୟ ସହ ତେନ୍ଦୁଲକର-ଆଣ୍ଡରସନ ଟ୍ରଫିକୁ ବରାବର କରିଛି ଭାରତ । ଅନ୍ତିମ ଦିନରେ ଭାରତୀୟ ଦଳକୁ ମ୍ୟାଚ୍ ଜିତିବା ପାଇଁ ଆବଶ୍ୟକ ଥିଲା ୪ଟି ଓ୍ବିକେଟ୍ । ସେହିପରି ଇଂଲିଶ ଟିମକୁ ଆବଶ୍ୟକ ହେଉଥିଲା ମାତ୍ର ୩୫ ରନ୍ । ହେଲେ ଶୁବମନ ସେନା ଇଂଲଣ୍ଡକୁ ଚକମା ଦେଇଛି । ପଞ୍ଚମ ଟେଷ୍ଟର ଅନ୍ତିମ ଦିନରେ ମହମ୍ମଦ ସିରାଜ୍ ଏବଂ ପ୍ରସିଦ୍ଧକ୍ରୀଷ୍ଣା ଜବରଦସ୍ତ ବୋଲିଂ କରିଥିଲେ । ସିରାଜଙ୍କ ସୁଇଙ୍ଗରେ ଘାଇଲା ହୋଇଥିଲେ ଇଂଲଣ୍ଡର ନିମ୍ନକ୍ରମର ବ୍ୟାଟର । ପ୍ରଥମ ଓ୍ବିକେଟ୍ କିପର ବ୍ୟାଟର ଜେମି ସ୍ମିଥଙ୍କୁ ଶିକାର କରିଥିଲେ ସିରାଜ୍ । ତାଙ୍କୁ ୨ରନରେ କ୍ୟାଚ୍ ଆଉଟ କରି ପାଭେଲିୟନକୁ ପଠାଇ ଦେଇଥିଲେ । ପରେ ସିରାଜ୍ ଅଟକିନସନଙ୍କୁ ଏଲବିଡବ୍ଲୁ ଆଉଟ୍ କରି ଦେଇଥିଲେ । ଏହା ପରେ ଯୋଶ୍ ଟଙ୍ଗକୁ ପ୍ରସିଦ୍ଧକ୍ରୀଷ୍ଣା ବୋଲ୍ଟ କରିଥିଲା । ପରେ ଆହତ ସତ୍ତ୍ବେ ପଡ଼ିଆକୁ ଓହ୍ଲାଇ ନନ୍ଷ୍ଟ୍ରାଇକ୍ ଏଣ୍ଡରେ ରହିଥିଲେ ଖ୍ରୀସ୍ ଓ୍ବାକ୍ସ । ମାତ୍ର ସିରାଜଙ୍କୁ ସାମ୍ନା କରି ପାରିନଥିଲେ ଆଟକିନ୍ ସନ । ସେ ଛକା ମାରିବା ପରେ ସିରାଜଙ୍କ ୟର୍କରରେ ବୋଲ୍ଡ ହୋଇଥିଲେ । ଫଳରେ ଅନ୍ତିମ ଟେଷ୍ଟକୁ ଭାରତୀୟ ଦଳ ୬ରନରେ ଜିତି ନେଇଛି । ଏହା ସହିତ ପାଞ୍ଚଟି ମ୍ୟାଚ୍ ବିଶିଷ୍ଟ ତେନ୍ଦୁଲକର-ଆଣ୍ଡରସନ ଟ୍ରଫିକୁ ୨-୨ରେ ବରବାର କରିଛି ଦଳ ।
ତେନ୍ଦୁଲକର-ଆଣ୍ଡରସନ ଟ୍ରଫିର ପ୍ରଥମ ମ୍ୟାଚକୁ ଇଂଲଣ୍ଡ ଦଳ ଜିତି ନେଇଥିଲା । ପରେ ଦ୍ବିତୀୟ ଟେଷ୍ଟ ଟିମ୍ ଇଣ୍ଡିଆ ନାଁରେ ରହିଥିଲେ । ଏହାର ତୃତୀୟ ମ୍ୟାଚ୍ ଭାରତୀୟ ଦଳ ସଂଘର୍ଷ କରିଥିଲେ ମଧ୍ୟ ଘରୋଇ ଦଳ ମ୍ୟାଚ୍ ଛଡାଇ ଆଣିବାରେ ଅସଫଳ ରହିଥିଲା । ଯାହାଫଳରେ ଇଂଲଣ୍ଡ ଦଳ ୨-୧ରେ ଆଗରେ ରହିଥିଲା । ଏହାର ପରେ ଚତୁର୍ଥ ଟେଷ୍ଟରେ ଇଂଲଣ୍ଡ ଦଳ ରବୀନ୍ଦ୍ର ଜାଡେଜା ଏବଂ ଓ୍ବାଶିଂଟନ ସୁନ୍ଦରଙ୍କ ସାମ୍ନାରେ ହାର୍ ମାନିଥିଲା । ଭାରତ ଏହି ମ୍ୟାଚକୁ ଡ୍ର' କରିବାରେ ସଫଳ ରହିଥିଲା । ତେବେ ପଞ୍ଚମ ତଥା ଅନ୍ତିମ ଟେଷ୍ଟକୁ ସଂଘର୍ଷ କରି ଟିମ୍ ଇଣ୍ଡିଆ ଅନ୍ତିମ ଦିନରେ ଜିତି ନେଇଛି । ଏହି ମ୍ୟାଚରେ ହିରୋ ହୋଇଛନ୍ତି ମହମ୍ମଦ ସିରାଜ୍ । ସେ ପ୍ରଥମ ଇଂନିଶରେ ୪ଟି ଓ୍ବିକେଟ୍ ଏବଂ ଦ୍ବିତୀୟ ଇଂନିସରେ ୫ଟି ଓ୍ବିକେଟ୍ ନେଇ ଭାରତକୁ ବିଜୟ ଦେଇଛନ୍ତି । ମହମ୍ମଦ ସିରାଜ୍ ମୋଟ୍ ୯ଟି ଓ୍ବିକେଟ୍ ନେଇ ମ୍ୟାଚ୍ ଅଫ୍ ଦି ପ୍ଲେୟାର ହୋଇଛନ୍ତି ।
ପଞ୍ଚମ ଟେଷ୍ଟରେ ଭାରତୀୟ ଟିମ୍ ପ୍ରଥମ ବ୍ୟାଟିଂ କରି ପ୍ରଥମ ଇନିଂସରେ ୨୨୪ ରନ୍ କରିଥିଲା । ଏହାପରେ ଇଂଲଣ୍ଡ ଟିମ୍ ପ୍ରଥମ ଇଂନିସରେ ବ୍ୟାଟିଂ କରିବାକୁ ଓଭାଲକୁ ଓହ୍ଲାଇଥିଲେ । ପ୍ରରମ୍ଭରୁ ଭାରତ ଉପରେ ଭାରି ପଡ଼ିଥିଲେ ଇଂଲଣ୍ଡର ବ୍ୟାଟର । ହେଲେ ଦ୍ବିତୀୟ ଦିନରେ କମବ୍ୟାକ୍ କରିଥିଲା ଟିମ୍ ଇଣ୍ଡିଆ । ସିରାଜ୍ ଏବଂ ପ୍ରସିଦ୍ଧକ୍ରୀଷ୍ଣାଙ୍କ ବୋଲିଂ ସାମ୍ନାରେ ଗୋଟିଏ ପରେ ଗୋଟିଏ ଓ୍ବିକେଟ୍ ହରାଇଥିଲା ଘରୋଇ ଦଳ । ଆଉ ପ୍ରଥମ ଇନିଂସରେ ମାତ୍ର ୨୪୭ ରନ୍ କରିବାରେ ସଫଳ । ଯାହାଫଳରେ ଟିମ୍ ଇଣ୍ଡିଆ ଇଂଲଣ୍ଡ ଠାରୁ ମାତ୍ର ୨୩ ରନରେ ପଛରେ ଥିଲା । ସେହିପରି ଦ୍ବିତୀୟ ଇଂନିସରେ ଭାରତୀୟ ଦଳ ଜବରଦସ୍ତ ବ୍ୟାଟିଂ କରିଥିଲା । ଟିମ୍ ଇଣ୍ଡିଆ ୩୯୬ ରନ୍ କରିବାରେ ସକ୍ଷମ ହୋଇଥିଲା । ଫଳରେ ଇଂଲଣ୍ଡ ସାମ୍ନାରେ ୩୭୪ ବିଜୟ ଲକ୍ଷ୍ୟ ରହିଥିଲା । ପ୍ରାରମ୍ଭରୁ ଘରୋଇ ଦଳ ସାମାନ୍ୟ ବ୍ୟାକଫୁଟକୁ ଚାଲିଥିଲା । ହେଲେ ଜୋ ରୁଟ୍ ଏବଂ ହ୍ୟାରୀ ବ୍ରୁକ୍ ଇଂଲଣ୍ଡକୁ ବିଜୟ ବିଶ୍ବାସ ଦେଇଥିଲେ । ଉଭୟ ଖେଳାଳି ସେଞ୍ଚୁରୀ ମାରି ଦଳକୁ ବିଜୟ ଦ୍ବାର ଦେଶରେ ପହଞ୍ଚାଇଥିଲେ । ମାତ୍ର ମହମ୍ମଦ ସିରାଜ୍ ପୁଣି ଥରେ ଇଂଲଣ୍ଡ ଦଳ ସାମ୍ନାରେ କଣ୍ଟା ହୋଇ ଛିଡା ହୋଇଥିଲେ । ଅନ୍ତିମ ଦିନ ଇଂଲଣ୍ଡକୁ ୩୫ ରନ୍ ଏବଂ ଇଣ୍ଡିଆକୁ ମ୍ୟାଚ୍ ଜିତିବା ପାଇଁ ମାତ୍ର ୪ ଓ୍ବିକେଟ୍ ଆବଶ୍ୟକ ପଡୁଥିଲା । ହେଲେ ସିରଜ୍ ଏବଂ ପ୍ରସିଦ୍ଧକ୍ରୀଷ୍ଣା ଓଭାଲରେ ଆତଙ୍କ ସୃଷ୍ଟି କରିଥିଲେ । ଆରମ୍ଭ ହୋଇଥିଲା ମିଆଁ ମ୍ୟାଜିକ୍ । ପ୍ରଥମେ ସ୍ମିଥକୁ ଆଉଟ୍ ଏବଂ ପରେ ଜେମି ଓଭରଟନ୍ ଙ୍କୁ ଆଉଟ୍ କରି ଇଂଲଣ୍ଡ ମୁହଁରୁ ମ୍ୟାଚ୍ ସହିତ ସିରିଜ୍ ଛଡ଼ାଇ ଆଣିଥିଲେ । ଫଳରେ ତେନ୍ଦୁଲକର-ଆଣ୍ଡରସନ ସିରିଜ ୨-୨ରେ ବରାବର ହୋଇଛି । ଭାରତୀୟ ଦଳର ଅଧିନାୟକ ଶୁବମନ ଗିଲ୍ ଏବଂ ଇଂଲଣ୍ଡର ହ୍ୟାରୀ ବ୍ରୁକ୍ ପ୍ଲେୟାର ଅଫ୍ ଦି ସିରିଜ୍ ହୋଇଛନ୍ତି । ସେହିପରି ମହମ୍ମଦ ସିରାଜ୍ ଏହି ମ୍ୟାଚରେ ପ୍ଲେୟାର ଅଫ୍ ଦି ମ୍ୟାଚ୍ ହୋଇଛନ୍ତି ।...