ନୂଆଦିଲ୍ଲୀ,୧୪/୦୩: କ୍ରିକେଟ ଫିବରରେ କମ୍ପିବେ ଫ୍ୟାନ୍ସ । ଦେଖିବାକୁ ମିଳିବ ରୋମାଞ୍ଚ । ଟିଭି ଆଗରେ ବସି ଯିବେ କ୍ରିକେଟପ୍ରେମୀ । ମାର୍ଚ୍ଚ ୨୨ରୁ ଆରମ୍ଭ ହେବ ଫଟାଫାଟ କ୍ରିକେଟ ଇଣ୍ଡିଆନ ପ୍ରିମିୟର ଲିଗର  ୧୮ମ ସଂସ୍କରଣ । ଆଉ ମାତ୍ର ହାତ ଗଣତି ଦିନ । ଅଧିନାୟକ ପ୍ରସ୍ତୁତ ସେନା ବି ରେଡ୍ଡୀ । ସମସ୍ତ ୧୦ ଦଳକୁ ମିଳିଛି କ୍ୟାପ୍ଟେନ । ଯେଉଁଥିରେ ୯ଜଣ ଦେଶୀ ଓ ଜଣେ ବିଦେଶୀ ଦଳର ମଙ୍ଗ ଧରିଛନ୍ତି । ୯ଜଣ ଦେଶୀ ଓ ଜଣେ ବିଦେଶୀ ଅଧିନାୟକଙ୍କ ନେତୃତ୍ବରେ ମୈଦାନରେ ଲଢେଇ କରିବେ ଟିମ୍ । ଆସନ୍ତୁ ଜାଣିବା ସେହି ଲିଷ୍ଟ ଉପରେ ।

୫ ଦଳ ବଦଳାଇଲେ ଅଧିନାୟକ- ଚଳିତ ସଂସ୍କରଣରେ ୫ଟି ଦଳ ତାର ଅଧିନାୟକ ପରିବର୍ତ୍ତନ କରିଛି । ଲକ୍ଷ୍ନୌ ସୁପରଜାଏଣ୍ଟସ, ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର, ଦିଲ୍ଲୀ କ୍ୟାପିଟାଲ୍ସ, ପଞ୍ଜାବ କିଙ୍ଗସ୍, କୋଲକାତା ନାଇଟ ରାଇଡର୍ସର ନୂଆ ଅଧିନାୟକ ନିଯୁକ୍ତ ହୋଇଛନ୍ତି ।

IPL 2025ରେ ଏକମାତ୍ର ବିଦେଶୀ କ୍ୟାପ୍ଟେନ- ଆଇପିଏଲ ୨୦୨୫ରେ ୫ଟି ଦଳ ତାର ଅଧିନାୟକ ସ୍ଥିର ରଖିଛନ୍ତି । ମୁମ୍ବାଇ ଇଣ୍ଡିଆନ୍ସ, ଚେନ୍ନାଇ ସୁପରକିଙ୍ଗସ, ଗୁଜରାଟ ଟାଇଟନ୍ସ, ଆରସିବି, ସନରାଇଜର୍ସ ହାଇଦ୍ରାବାଦ ତାର କ୍ୟାପ୍ଟେନ ବଦଳାଇନାହିଁ । ସେମାନଙ୍କ ମଧ୍ୟରେ ଏକମାତ୍ର ବିଦେଶୀ କ୍ୟାପ୍ଟେନ ରହିଛନ୍ତି । ସେ ହେଉଛନ୍ତି ସନରାଇଜର୍ସ ହାଇଦ୍ରାବାଦର ଅଧିନାୟକ ପାଟ୍ କମିନ୍ସ ।

ଅଧିକ ପଢନ୍ତୁ...IPL 2025; କ୍ୟାପ୍ଟେନ ଘୋଷଣା କଲା ଦିଲ୍ଲୀ କ୍ୟାପିଟାଲ୍ସ, ରାହୁଲ ନୁହେଁ...ଏହି ଧୁରନ୍ଦରଙ୍କୁ ମିଳିଲା ଦାୟିତ୍ବ

ସବୁ ଦଳର କ୍ୟାପ୍ଟେନ 

.ଚେନ୍ନାଇ ସୁପର କିଙ୍ଗସ (csk)- ଋତୁରାଜ ଗାଏକ୍ବାଡ

ଲକ୍ଷୌ ସୁପର ଜାଏଣ୍ଟ୍ସ(LSG)-ଋଷବ ପନ୍ତ

.ରାଜସ୍ଥାନ ରୟାଲ୍ସ-(RR)-ସଞ୍ଜୁ ସାମସନ

.ସନରାଇଜର୍ସ ହାଇଦ୍ରାବାଦ-(SRH) ପାଟ୍ କମିନ୍ସ

.ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର-(RCB) ରଜତ ପାଟିଦାର

ପଞ୍ଜାବ କିଙ୍ଗସ୍-(PBKS) ଶ୍ରେୟସ ଆୟର

ମୁମ୍ବାଇ ଇଣ୍ଡିଆନ୍ସ-(MI)ହାର୍ଦ୍ଦିକ ପାଣ୍ଡ୍ୟା

.କୋଲକାତା ନାଇଟ ରାଇଡର୍ସ-(KKR) ଆଜିଙ୍କେ ରାହାଣେ

.ଗୁଜୁରାଟ ଟାଇଟନ୍ସ( GT)-ଶୁବମନ ଗିଲ୍

.ଦିଲ୍ଲୀ କ୍ୟାପିଟାଲ୍ସ (DC)-ଅକ୍ଷର ପଟେଲ୍