ନୂଆଦିଲ୍ଲୀ,୧୪/୦୩: ମାର୍ଚ୍ଚ ୨୨ରୁ ଆରମ୍ଭ ହେବ ଫଟାଫଟ ଆଇପିଏଲ କ୍ରିକେଟ । ଆଉ ମାତ୍ର ହାତ ଗଣତି ଦିନ ରହିଛି । ଏହା ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସ ତାର ଅଧିନାୟକ ଘୋଷଣା କରିଛି । ଅକ୍ଷର ପଟେଲଙ୍କୁ ଦଳର କମାଣ୍ଡ ହସ୍ତାନ୍ତର କରାଯାଇଛି । ଆଇପିଏଲ ୨୦୨୫ ତଥା ୧୮ତମ ସଂସ୍କରଣରେ ଦିଲ୍ଲୀ କ୍ୟାପିଟାଲ୍ସର ନେତୃତ୍ବ ନେବେ ଅକ୍ଷର ପଟେଲ୍ । ଏହା ପୂର୍ବରୁ ଋଷବ ପନ୍ତ ପ୍ରଥମେ ଦିଲ୍ଲୀର ଅଧିନାୟକ ଥିଲେ । ଏବେ ପନ୍ତ ଲକ୍ଷ୍ନୌ ସୁପରଜାଏଣ୍ଟସରେ ଅଛନ୍ତି । ତେଣୁ ତାଙ୍କ ସ୍ଥାନରେ ବାମହାତୀ ସ୍ପିନର ଅକ୍ଷର ପଟେଲଙ୍କୁ ଅଧିନାୟକ ନିଯୁକ୍ତ କରାଯାଇଛି ।

ଆଇପିଏଲ ୨୦୨୫ ପାଇଁ ସବୁଦଳ ଅଧିନାୟକ ଘୋଷଣା କରି ସାରିଥିଲେ । ୧୦ଟିରୁ ୯ଟି ଦଳ କ୍ୟାପ୍ଟେନ ନାମ ଘୋଷଣା କରିସାରିଛନ୍ତି । ମାତ୍ର ଦିଲ୍ଲୀ ଘୋଷଣା କରିନଥିଲା । ସଦ୍ୟ ସମାପ୍ତ ଚାମ୍ପିଅନ୍ସ ଟ୍ରଫିରେ ଦମଦାର ପ୍ରଦର୍ଶନ କରିଥିଲେ ଅକ୍ଷର ପଟେଲ । ଉକ୍ତ ପ୍ରଦର୍ଶନ ବଳରେ ଅରରାଉଣ୍ଡର ଅକ୍ଷର ପଟେଲଙ୍କୁ ଦିଲ୍ଲୀ କ୍ୟାପିଟାଲ୍ସ ଅଧିନାୟକ ନିଯୁକ୍ତ କରାଯାଇଛି ।

ଅକ୍ଷର ପଟେଲଙ୍କ ରେକର୍ଡ- ଦିଲ୍ଲୀ କ୍ୟାପିଟାଲ୍ସର ନବ ନିଯୁକ୍ତ ଅଧିନାୟକ ଅକ୍ଷର ପଟେଲ ଏବେ ଯାଏଁ ୧୫୦ ଆଇପିଏଲ ମ୍ୟାଚ ଖେଳିଛନ୍ତି । ୧୩୧ ଷ୍ଟ୍ରାଇକରେଟରେ ୧୬୫୩ ରନ କରିଛନ୍ତି । ୭.୨୮ ଆଭରେଜରେ ୧୨୩ଟି ୱିକେଟ ନେଇଛନ୍ତି । ଯଦିଓ ଅକ୍ଷରଙ୍କର ଅଧିନାୟକତ୍ବ କରିବାର ଅଭିଜ୍ଞତା ନାହିଁ କିନ୍ତୁ ସେ ଜଣେ ଅଲରାଉଣ୍ଡର ଖେଳାଳି । ଦିଲ୍ଲୀ ସହ ୭ ସଂସ୍କରଣ ହେବ ଯୋଡି ହୋଇ ରହିଛନ୍ତି ୩୧ ବର୍ଷୀୟ ପଟେଲ୍ ଅକ୍ଷର ପଟେଲ୍ । ତେଣୁ ତାଙ୍କୁ ଅଧିନାୟକ ଦାୟିତ୍ବ ମିଳିଛି । ଏହି ରେସରେ ସବୁଠୁ ଆଗରେ ଥିଲେ କେଏଲ ରାହୁଲ । ମାର୍ଚ୍ଚ ୨୪ ତାରିଖରେ ଲକ୍ଷ୍ନୌ ବିପକ୍ଷରେ ଅଭିଯାନ ଆରମ୍ଭ କରିବ ଦିଲ୍ଲୀ କ୍ୟାପିଟାଲ୍ସ ।

ଅଧିକ ପଢନ୍ତୁ...ବିସିସିଆଇର କଡ଼ା ଆକ୍ସନ୍, ହ୍ୟାରୀ ବ୍ରୁକ୍‌ଙ୍କୁ ୨ବର୍ଷ ପାଇଁ ଆଇପିଏଲ୍‌ରୁ ବାସନ୍ଦ

ଦିଲ୍ଲୀ କ୍ୟାପିଟାଲ୍ସ ସ୍କ୍ବାର୍ଡ- ଅକ୍ଷର ପଟେଲ (ଅଧିନାୟକ), କୁଳଦୀପ ଯାଦବ, ଟ୍ରିଷ୍ଟାନ ଷ୍ଟବ, ଅଭିଷେକ ପୋରେଲ, ମିଚେଲ ଷ୍ଟାର୍କ, କେଏଲ ରାହୁଲ, ଜେକ ଫ୍ରେଜର, ଟି ନଟରାଜନ, କରୁଣ ନାୟର, ସମୀର ରିଜବୀ, ଆଷୁତୋଷ ଶର୍ମା, ମୋହିତ ଶର୍ମା, ଫାଫ ଡୁପ୍ଲେସି, ମୁକେଶ କୁମାର, ଦର୍ଶନ ନଲକଡେ, ବିପରାଜ ନିଗମ, ତୁଷ୍ମତା ଚମିରା, ମାଧବ ତିୱାରୀ, ତ୍ରିପୁର୍ଣ୍ଣ ବିଜୟ, ମାନବନ୍ତ କୁମାର, ଅଜୟ ମଣ୍ଡଳ, ଡୋନୋବନ ଫରେରା ।