ପ୍ରମୂଖ ଖବର
  • ରୁଷକୁ ଟ୍ରମ୍ପଙ୍କ ଅଲ୍ଟିମେଟମ୍, ୫୦ ଦିନ ମଧ୍ୟରେ ଯୁଦ୍ଧ ବନ୍ଦ ନକଲେ ଲଗାଇବେ ଶତ ପ୍ରତିଶତ ଶୁଳ୍କ
  • ||
  • ଛୋଟ ଛୋଟ କଥାରେ ବିବାଦ ଯୋଗୁଁ ବିପଦରେ ପଡ଼ୁଛି ହିନ୍ଦୁ ବିବାହ, ଚିନ୍ତା ପ୍ରକାଶ କଲେ ବମ୍ବେ ହାଇକୋର୍ଟ
  • ||
  • ବାରଙ୍ଗ ବ୍ଲକ ଛକରେ ଆମ ବସ୍ ଧକ୍କାରେ ଯୁବକ ମୃତ, ଘଟଣାସ୍ଥଳରେ ଉତ୍ତେଜନା, ରାସ୍ତାରୋକ
  • ||
  • ଏଫଏମ କଲେଜ ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣା, ଏମ୍ସରେ ପୀଡିତାଙ୍କୁ ଭେଟିଲେ ରାଷ୍ଟ୍ରପତି
  • ||
  • ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣାରେ ଏଫଏମ କଲେଜ ଅଧ୍ୟକ୍ଷ ଗିରଫ
  • ||
  • ମାଲକାନଗିରି: ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣରେ ୩ ଗୁରୁତର, -ଜଙ୍ଗଲକୁ ଛତୁ ସଂଗ୍ରହ ପାଇଁ ଯାଇଥିବା ବେଳେ ଫୁଟିଲା ଲ୍ୟାଣ୍ଡମାଇନ୍‌
  • ||
  • କେନ୍ଦୁଝର : ଲଗାଣ ବର୍ଷାରେ ଅସ୍ତବ୍ୟସ୍ତ ତେଲକୋଇ, ପିଟାନାଳି ପୋଲ ଉପରେ ୩ ଫୁଟର ବନ୍ୟା ଜଳ ପ୍ରବାହିତ
  • ||
  • ଭୁବନେଶ୍ୱର : ମୃତ୍ୟୁ ସହ ସଂଘର୍ଷ କରୁଛି ଝିଅ, ସୁସ୍ଥ ହେବା ପାଇଁ ପ୍ରାର୍ଥନା କରନ୍ତୁ କହିଲେ ଏଫଏମ୍ କଲେଜ ପୀଡ଼ିତାଙ୍କ ବାପା
  • ||
  • ଗଞ୍ଜାମ : ମନ୍ଦିର ଗେଟ୍‌ରେ ପିଟିହେଲା ବାଇକ୍‌, ୨ ମୃତ
  • ||
  • ମହାମହିମଙ୍କ ଗସ୍ତ ପାଇଁ କମିଶନରେଟ୍‌ ପୁଲିସ ପକ୍ଷରୁ ଟ୍ରାଫିକ୍ କଟକଣା, ସହର ଭିତରକୁ ୨ ଦିନ ପାଇଁ ଭାରୀଯାନ ମନା
  • ||
  • ପାରାଦ୍ଵୀପର ପରିବା ମାର୍କେଟ୍‌ରେ ଅଗ୍ନିକାଣ୍ଡ, ୬ରୁ ଉର୍ଦ୍ଧ୍ଵ ଦୋକାନ ପୋଡ଼ି ପାଉଁଶ
  • ||
  • ଏଫଏମ୍‌ କଲେଜରେ ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା, ଆଜି ବାଲେଶ୍ୱର ଗସ୍ତ କରିବ ପିସିସି ଅନୁଧ୍ୟାନ କମିଟି
  • ||
  • ଶ୍ରାବଣ ସୋମବାର ଉପଲକ୍ଷେ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା କଳା, ବାଲିରେ ଝଲସିଲେ ଦେବ ଦେବ ମହାଦେବ
  • ||
  • ଭେଣ୍ଟିଲେଟରରେ ମୃତ୍ୟୁ ସହ ଲଢୁଛନ୍ତି FM କଲେଜ ଛାତ୍ରୀ, ଭର୍ଚୁଆଲରେ ଦିଲ୍ଲୀ ଏମ୍ସର ପରାମର୍ଶରେ ଚାଲିଛି ଡାୟାଲିସିସ୍‌
  • ||
  • ଡେଲାଙ୍ଗରେ ବ୍ୟାପିଛି ବାର୍ଡ ଫ୍ଲୁ, ଚିକେନ୍ ପ୍ରେମୀଙ୍କ ମନରେ ଛନକା, ଦୁଇ ଦିନରେ ମରାଗଲାଣି ୬,୭୩୧ କୁକୁଡ଼ା
  • ||
  • ମହାକାଶରୁ ଶୁଭାଂଶୁଙ୍କ ମେସେଜ୍, କହିଲେ ସାରେ ଜହାଁ ସେ ଅଛା, ହିନ୍ଦୁସ୍ତାନ ହମାରା, ଆଜି ମହାକାଶରୁ ପୃଥିବୀ ଅଭିମୁଖେ ଯାତ୍ରା
  • ||
  • ଲଣ୍ଡନ ସାଉଥ୍‌ଏଣ୍ଡ୍ ଏୟାରପୋର୍ଟରେ ବିମାନ ଦୁର୍ଘଟଣା, ଉଡ଼ାଣର କିଛି ସମୟ ଭିତରେ ଜଳିଗଲା ବିଚ୍‌କ୍ରାଫ୍ B200 ସୁପରକିଙ୍ଗ୍
  • ||
  • ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି: ଏମ୍‌ସ, ରେଭେନ୍ସା ବିଶ୍ୱବିଦ୍ୟାଳୟ ସମାବର୍ତ୍ତନ ସମାରୋହରେ ଦେବେ ଯୋଗ
  • ||
  • ବଙ୍ଗୋପସାଗରରେ ଯୋଡ଼ା ଲଘୁଚାପ ସକ୍ରିୟ: ଆଜି ୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ||
  • ଶ୍ରାବଣ ମାସର ପ୍ରଥମ ସୋମବାରରେ ଚଳଚଞ୍ଚଳ ଧବଳେଶ୍ଵରଙ୍କ ପୀଠ, ଶ୍ରାବଣୀ ଲିଙ୍ଗରେ ଜଳଲାଗି କଲେ କାଉଡ଼ିଆ
  • ||

IPL 2025; କ୍ୟାପ୍ଟେନ ଘୋଷଣା କଲା ଦିଲ୍ଲୀ କ୍ୟାପିଟାଲ୍ସ, ରାହୁଲ ନୁହେଁ...ଏହି ଧୁରନ୍ଦରଙ୍କୁ ମିଳିଲା ଦାୟିତ୍ବ

Published By : Ankita S | March 14, 2025 10:22 AM

ନୂଆଦିଲ୍ଲୀ,୧୪/୦୩: ମାର୍ଚ୍ଚ ୨୨ରୁ ଆରମ୍ଭ ହେବ ଫଟାଫଟ ଆଇପିଏଲ କ୍ରିକେଟ । ଆଉ ମାତ୍ର ହାତ ଗଣତି ଦିନ ରହିଛି । ଏହା ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସ ତାର ଅଧିନାୟକ ଘୋଷଣା କରିଛି । ଅକ୍ଷର ପଟେଲଙ୍କୁ ଦଳର କମାଣ୍ଡ ହସ୍ତାନ୍ତର କରାଯାଇଛି । ଆଇପିଏଲ ୨୦୨୫ ତଥା ୧୮ତମ ସଂସ୍କରଣରେ ଦିଲ୍ଲୀ କ୍ୟାପିଟାଲ୍ସର ନେତୃତ୍ବ ନେବେ ଅକ୍ଷର ପଟେଲ୍ । ଏହା ପୂର୍ବରୁ ଋଷବ ପନ୍ତ ପ୍ରଥମେ ଦିଲ୍ଲୀର ଅଧିନାୟକ ଥିଲେ । ଏବେ ପନ୍ତ ଲକ୍ଷ୍ନୌ ସୁପରଜାଏଣ୍ଟସରେ ଅଛନ୍ତି । ତେଣୁ ତାଙ୍କ ସ୍ଥାନରେ ବାମହାତୀ ସ୍ପିନର ଅକ୍ଷର ପଟେଲଙ୍କୁ ଅଧିନାୟକ ନିଯୁକ୍ତ କରାଯାଇଛି ।

ଆଇପିଏଲ ୨୦୨୫ ପାଇଁ ସବୁଦଳ ଅଧିନାୟକ ଘୋଷଣା କରି ସାରିଥିଲେ । ୧୦ଟିରୁ ୯ଟି ଦଳ କ୍ୟାପ୍ଟେନ ନାମ ଘୋଷଣା କରିସାରିଛନ୍ତି । ମାତ୍ର ଦିଲ୍ଲୀ ଘୋଷଣା କରିନଥିଲା । ସଦ୍ୟ ସମାପ୍ତ ଚାମ୍ପିଅନ୍ସ ଟ୍ରଫିରେ ଦମଦାର ପ୍ରଦର୍ଶନ କରିଥିଲେ ଅକ୍ଷର ପଟେଲ । ଉକ୍ତ ପ୍ରଦର୍ଶନ ବଳରେ ଅରରାଉଣ୍ଡର ଅକ୍ଷର ପଟେଲଙ୍କୁ ଦିଲ୍ଲୀ କ୍ୟାପିଟାଲ୍ସ ଅଧିନାୟକ ନିଯୁକ୍ତ କରାଯାଇଛି ।

ଅକ୍ଷର ପଟେଲଙ୍କ ରେକର୍ଡ- ଦିଲ୍ଲୀ କ୍ୟାପିଟାଲ୍ସର ନବ ନିଯୁକ୍ତ ଅଧିନାୟକ ଅକ୍ଷର ପଟେଲ ଏବେ ଯାଏଁ ୧୫୦ ଆଇପିଏଲ ମ୍ୟାଚ ଖେଳିଛନ୍ତି । ୧୩୧ ଷ୍ଟ୍ରାଇକରେଟରେ ୧୬୫୩ ରନ କରିଛନ୍ତି । ୭.୨୮ ଆଭରେଜରେ ୧୨୩ଟି ୱିକେଟ ନେଇଛନ୍ତି । ଯଦିଓ ଅକ୍ଷରଙ୍କର ଅଧିନାୟକତ୍ବ କରିବାର ଅଭିଜ୍ଞତା ନାହିଁ କିନ୍ତୁ ସେ ଜଣେ ଅଲରାଉଣ୍ଡର ଖେଳାଳି । ଦିଲ୍ଲୀ ସହ ୭ ସଂସ୍କରଣ ହେବ ଯୋଡି ହୋଇ ରହିଛନ୍ତି ୩୧ ବର୍ଷୀୟ ପଟେଲ୍ ଅକ୍ଷର ପଟେଲ୍ । ତେଣୁ ତାଙ୍କୁ ଅଧିନାୟକ ଦାୟିତ୍ବ ମିଳିଛି । ଏହି ରେସରେ ସବୁଠୁ ଆଗରେ ଥିଲେ କେଏଲ ରାହୁଲ । ମାର୍ଚ୍ଚ ୨୪ ତାରିଖରେ ଲକ୍ଷ୍ନୌ ବିପକ୍ଷରେ ଅଭିଯାନ ଆରମ୍ଭ କରିବ ଦିଲ୍ଲୀ କ୍ୟାପିଟାଲ୍ସ ।

ଅଧିକ ପଢନ୍ତୁ...ବିସିସିଆଇର କଡ଼ା ଆକ୍ସନ୍, ହ୍ୟାରୀ ବ୍ରୁକ୍‌ଙ୍କୁ ୨ବର୍ଷ ପାଇଁ ଆଇପିଏଲ୍‌ରୁ ବାସନ୍ଦ

ଦିଲ୍ଲୀ କ୍ୟାପିଟାଲ୍ସ ସ୍କ୍ବାର୍ଡ- ଅକ୍ଷର ପଟେଲ (ଅଧିନାୟକ), କୁଳଦୀପ ଯାଦବ, ଟ୍ରିଷ୍ଟାନ ଷ୍ଟବ, ଅଭିଷେକ ପୋରେଲ, ମିଚେଲ ଷ୍ଟାର୍କ, କେଏଲ ରାହୁଲ, ଜେକ ଫ୍ରେଜର, ଟି ନଟରାଜନ, କରୁଣ ନାୟର, ସମୀର ରିଜବୀ, ଆଷୁତୋଷ ଶର୍ମା, ମୋହିତ ଶର୍ମା, ଫାଫ ଡୁପ୍ଲେସି, ମୁକେଶ କୁମାର, ଦର୍ଶନ ନଲକଡେ, ବିପରାଜ ନିଗମ, ତୁଷ୍ମତା ଚମିରା, ମାଧବ ତିୱାରୀ, ତ୍ରିପୁର୍ଣ୍ଣ ବିଜୟ, ମାନବନ୍ତ କୁମାର, ଅଜୟ ମଣ୍ଡଳ, ଡୋନୋବନ ଫରେରା ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.