ପ୍ରମୂଖ ଖବର
  • ବରମୁଣ୍ଡା ସମାବେଶରେ ରାହୁଲଙ୍କ ରଣହୁଙ୍କାର : 'ସମ୍ବିଧାନକୁ ଆକ୍ରମଣ କରୁଛି ଡବଲ ଇଞ୍ଜିନ, ଓଡ଼ିଶା ବଞ୍ଚାଇବା ଆମ ଦାୟିତ୍ଵ'
  • ||
  • ବାଲେଶ୍ୱର : ରକ୍ତ ସମ୍ପର୍କରେ ରକ୍ତ ଛିଟା; ପୂର୍ବ ଶତ୍ରୁତାରୁ ସାନଭାଇକୁ ହାଣିଲା ବଡ଼ଭାଇ
  • ||
  • ଅନୁଗୁଳ : ଟ୍ରେଲରକୁ ପିଟିଲା ବାଇକ୍‌: ଜଣେ ମୃତ, ଜଣେ ଗୁରୁତର
  • ||
  • ଭଦ୍ରକ : ଷଣ୍ଢ ଆକ୍ରମଣରେ ବାପା ମୃତ, ପୁଅ ଗୁରୁତର
  • ||
  • ପାକିସ୍ତାନର ବେଲୁଚିସ୍ତାନରେ ଆତଙ୍କୀ ହମଲା, ବସ୍‌କୁ ଅଟକାଇ ୯ ଜଣଙ୍କୁ ହତ୍ୟା କଲେ ଆତଙ୍କୀ
  • ||
  • ସୁବର୍ଣ୍ଣପୁର : ସରପଞ୍ଚଙ୍କ ସ୍ୱାମୀଙ୍କୁ ନିର୍ମମ ହତ୍ୟା, କାରଣ ଅସ୍ପଷ୍ଟ
  • ||
  • ରାହୁଲ ଗାନ୍ଧିଙ୍କ ଓଡ଼ିଶା ଗସ୍ତ, ବରମୁଣ୍ଡାରେ ସମ୍ବିଧାନ ବଞ୍ଚାଅ ସମାବେଶ, ଉତ୍ସାହରେ ଉଚ୍ଛୁଳୁଛି କଂଗ୍ରେସ
  • ||
  • ଗୁଜରାଟ ପୋଲ ଦୁର୍ଘଟଣା, ମିଳିଲାଣି ୧୭ ମୃତଦେହ, ୩ ନିଖୋଜ, ୪ ଅଧିକାରୀଙ୍କ ଉପରେ ଆକ୍ସନ
  • ||
  • ୧୫ ପରେ କମିବ ବର୍ଷା ପରିମାଣ, ୨୦ରୁ ୨୨ ଯାଏ ଖରା ଆଶଙ୍କା, ୨୩ରେ ଲଘୁଚାପ ସମ୍ଭାବନା
  • ||
  • ୪ ଦିନ ବଢିଲା ଆକ୍ସିଓମ୍‌-୪ ମିଶନ୍ ଅବଧି , ଜୁଲାଇ୧୪ରେ ମହାକାଶରୁ ଫେରିବେ ଶୁଭାଂଶୁ ଶୁକ୍ଳା
  • ||

ନିଜର କମାଣ୍ଡରଙ୍କୁ ଆଉ ମାରିବାକୁ ଦେବନି ଇରାନ୍, ଆପଣାଇଲା ହମାସ ଫର୍ମୁଲା !

Published By : Tapas Panda | July 1, 2025 9:07 PM

Image Courtesy: tv9hindi

ନୂଆଦିଲ୍ଲୀ: ଇସ୍ରାଏଲ ସହିତ ଯୁଦ୍ଧବିରତି ପରେ ଇରାନ ଏବେ ଏହାର ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବାରେ ଲାଗିପଡ଼ିଛି। ଏହି ପରିପ୍ରେକ୍ଷୀରେ ଇରାନ ଏକ ବଡ଼ ନିଷ୍ପତ୍ତି ନେଇଛି । ଏବେ ଇରାନ ନିଜର କିଛି ସାମରିକ ସଂଗଠନରେ ମୁଖ୍ୟଙ୍କ ନିଯୁକ୍ତି ସଂପର୍କରେ ଘୋଷଣା କରିବ ନାହିଁ । ଇସ୍ରାଏଲ ଦ୍ୱାରା ଟାର୍ଗେଟେଡ୍ କିଲିଂକୁ ଏଡାଇବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି । ଜୁନ୍ ୧୩ରେ ଯୁଦ୍ଧ ଆରମ୍ଭ ହେବା ପରେ ଇରାନର ୧୦ ଜଣ ସାମରିକ କମାଣ୍ଡରଙ୍କୁ ହତ୍ୟା କରିଥିଲା ଇସ୍ରାଏଲ । ଇରାନର କାହାୟାନ ଖବରକାଗଜ ଅନୁଯାୟୀ, ଇରାନ ସରକାର ଖାତମ ଅଲ-ଆନବିୟାର ମୁଖ୍ୟ ଘୋଷଣା କରିନାହାଁନ୍ତି। 

ଏହି ବ୍ରିଗେଡର କମାଣ୍ଡ ପାଇଥିବା ବ୍ୟକ୍ତି ତାଙ୍କ ଦାୟିତ୍ୱ ଗ୍ରହଣ କରିସାରିଛନ୍ତି। କିନ୍ତୁ ଏନେଇ ଇରାନ ସରକାର ଔପଚାରିକ ଘୋଷଣା କରିନାହାନ୍ତି । ଯୁଦ୍ଧ ଆରମ୍ଭରେ, ଖାତମ-ଅଲ-ଆନବିୟାର ମୁଖ୍ୟ ଅଲି ଶାଦମାନୀ ଇସ୍ରାଏଲ ଆକ୍ରମଣରେ ପ୍ରାଣ ହରାଇଥିଲେ । ଶାମଦାନୀଙ୍କ ପରେ ଯିଏ କମାଣ୍ଡ ଗ୍ରହଣ କରିଥିଲେ ତାଙ୍କୁ ମଧ୍ୟ ଇସ୍ରାଏଲ ହତ୍ୟା କରିଥିଲା ।  ଏହା ଇରାନର ସାମରିକ ଗଠନର ଏକ ବ୍ରିଗେଡ । ଏହା ଇସଲାମିକ୍ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ (IRGC) ଦ୍ୱାରା ନିୟନ୍ତ୍ରିତ ଏକ ଇରାନୀ ଇଞ୍ଜିନିୟରିଂ ଫାର୍ମ । ଏହି ଫାର୍ମ, ଯାହାକୁ GHORB ମଧ୍ୟ କୁହାଯାଏ । 

 କ୍ଷେପଣାସ୍ତ୍ର ତିଆରି କରିବା ଏବଂ ଅସ୍ତ୍ରଶସ୍ତ୍ର ଉପରେ ନଜର ରଖିବା ହେଉଛି ଖାତମର ମୁଖ୍ୟ କାମ । ଯୁଦ୍ଧରେ ଏହି ବ୍ରିଗେଡ ଇସ୍ରାଏଲର ଟାର୍ଗେଟରେ ଥିଲା । ୧୯୮୦-୮୮ ଇରାନ-ଇରାକ ଯୁଦ୍ଧ ସମୟରେ ଦେଶକୁ ପୁନଃନିର୍ମାଣ କରିବାରେ ସାହାଯ୍ୟ କରିବା ପାଇଁ ଖାତମ ଅଲ-ଆନବିୟା ସୃଷ୍ଟି କରାଯାଇଥିଲା। ଏହାର ମୁଖ୍ୟଙ୍କୁ ଅଲି ଖାମେନିଙ୍କ ନିକଟତର ବୋଲି ବିବେଚନା କରାଯାଏ। ଏହି ନିଷ୍ପତ୍ତି ପରେ ଇରାନ ନିଜ ଦେଶରେ ହମାସ ଫର୍ମୁଲା କାର୍ଯ୍ୟକାରୀ କରିଛି କି ବୋଲି ପ୍ରଶ୍ନ ଉଠିଛି । 

 ସୂଚନାଯୋଗ୍ୟ, ଇସ୍ରାଏଲୀ ଆକ୍ରମଣକୁ ଏଡାଇବା ପାଇଁ ୟାହ୍ୟା ସିନୱାରଙ୍କ ହତ୍ୟା ପରେ ହମାସ କୌଣସି କମାଣ୍ଡରଙ୍କୁ ନିଯୁକ୍ତ କରିନଥିଲା । କମାଣ୍ଡର ନିଯୁକ୍ତ କଲେ ଇସ୍ରାଏଲ ସିଧାସଳଖ ସେମାନଙ୍କୁ ଟାର୍ଗେଟ କରିବ ବୋଲି ବିଶ୍ବାସ କରୁଥିଲା ହମାସ । ଯଦି କମାଣ୍ଡର ନିଯୁକ୍ତ ହେବେ ନାହିଁ ତେବେ ତେବେ ଇସ୍ରାଏଲ ପାଇଁ ତାଙ୍କୁ ହତ୍ୟା କରିବା ସହଜ ହେବ ନାହିଁ । ଇରାନର ସାମରିକ ମୁଖପାତ୍ର କହିଛନ୍ତି ଯେ, ଆମେ ଏବେ ପୁରୁଣା ଭୁଲ ଦୋହରାଇବୁ ନାହିଁ । ଆମର କମାଣ୍ଡରମାନଙ୍କୁ ଯେଉଁଭଳି ଭାବରେ ହତ୍ୟା କରାଗଲା ତାହା ଆମ ପାଇଁ ଏକ ଆଘାତ ଥିଲା । କିନ୍ତୁ ଇରାନର ମୌଳିକ ତତ୍ତ୍ୱ ବହୁତ ଦୃଢ଼ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.