ପ୍ରମୂଖ ଖବର
  • ଜଗତସିଂହପୁର : ବାଇକ୍‌କୁ ଧକ୍କା ଦେଲା ଯାତ୍ରୀବାହୀ ବସ୍, କନଷ୍ଟେବଲ ମୃତ
  • ||
  • ବାସୁଦେବପୁର : ରତାଙ୍ଗ ଗ୍ରାମରେ ନବ ବଧୁର ଆତ୍ମହତ୍ୟା, କାରଣ ଅସ୍ପଷ୍ଟ
  • ||
  • ମହାଷ୍ଟମୀରେ ମଣ୍ଡପ ବୁଲି ମହାମୟାଙ୍କ ଆଶିଷ ନେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ବରମୁଣ୍ଡା ବ୍ରିଜ ନିକଟରୁ ମିଳିଲା ଯୁବକଙ୍କ ମୃତଦେହ, ବିଦ୍ୟୁତ ସଂପ୍ପର୍ଶରେ ଆସି ମୃତ୍ୟୁ ହୋଇଥିବା ସନ୍ଦେହ
  • ||
  • ଭୁବନେଶ୍ଵର : ଦଶହରାରେ ମୁଖ୍ୟମନ୍ତ୍ରୀଙ୍କ ଦୁର୍ଗାପୂଜା ଭେଟି, ରାଜ୍ୟବ୍ୟାପୀ ପେଣ୍ଡାଲ ଭଡ଼ା ଛାଡ଼
  • ||
  • ଖୁଣ୍ଟୁଣି ରେଞ୍ଜରେ ଦନ୍ତା ଉତ୍ପାତ, ଛେଳି ଚରାଇବାକୁ ଯାଇ ମହିଳା ମୃତ
  • ||
  • ମହାଦେବ ବେଟିଙ୍ଗ ଆପ୍‌ ମାଲିକ ସୌରଭ ଚକ୍ରଧର ଦୁବାଇରେ ଅଟକ, ସପ୍ତାହେ ଭିତରେ ଅଣାଯିବ ଭାରତ !
  • ||
  • ବ୍ରହ୍ମପୁର : ୧୫୨ ଲିଟର ବିଦେଶୀ ମଦ ଜବତ, ୨ ଗିରଫ
  • ||
  • ଆରପାରିରେ ପୋଲସରାର ପୂର୍ବତନ ବିଧାୟକ, ଶୋକ ପ୍ରାକାଶ ପଲେ ନେତୃବୃନ୍ଦ
  • ||
  • ସୁନ୍ଦରଗଡ଼ : ଲେଫ୍ରିପଡା ଓ ଟାଙ୍ଗରପାଲି ଜଙ୍ଗଲରେ ଅବକାରୀ ବିଭାଗର ଚଢାଉ, ଶହେ ଲିଟର ଦେଶୀ ମଦ ଜବତ
  • ||
  • ମା'ଙ୍କ ଆଗମନରେ ଉତ୍ସବ ମୁଖର ଭୁବନେଶ୍ୱର, ମଣ୍ଡପରେ ମହାଷ୍ଟମୀ ଏବଂ ପୀଠରେ ଚାଲିଛି ମହାନବମୀ ପୂଜା
  • ||
  • ଜଗତପୁର : ଯୁବକଙ୍କୁ ଅପହରଣ କରିବା ବେଳେ ଧରାପଡ଼ିଲେ ଦୁର୍ବୃତ୍ତ, ୧୦ ଅଟକ
  • ||
  • କଳାହାଣ୍ଡିରେ ମା' ମାଣିକେଶ୍ବରୀଙ୍କ ଛତରଯାତ୍ରା, ଲକ୍ଷାଧିକ ଭକ୍ତଙ୍କ ସମାଗମ
  • ||

ମଧ୍ୟପ୍ରାଚ୍ୟରେ ସାମ୍ନାସାମ୍ନି ଲଢ଼େଇ ପ୍ରସ୍ତୁତି: ପଛକୁ ହଟିବାକୁ ଚାହୁଁନି ହିଜ୍‌ବୁଲ୍ଲା, ରିହର୍ସାଲ କଲା ଇସ୍ରାଏଲୀ ସ୍ଥଳସେନା

ତେଲ୍‌ ଆଭିଭ୍‌/ବିରୁଟ୍‌ ୦୧/୧୦: ଇସ୍ରାଏଲ୍‌-ହିଜ୍‌ବୁଲ୍ଲା ଯୁଦ୍ଧ ତୀବ୍ର ହେବାରେ ଲାଗିଛି । ସ୍ଥଳଭାଗରୁ ହମ୍‌ଲା ପାଇଁ ଇସ୍ରାଏଲ୍‌ ଏହାର ସେନା ଓ ଟ୍ୟାଙ୍କ୍‌ ମୁତୟନ କରିଥିବା ବେଳେ ହିଜ୍‌ବୁଲ୍ଲା ମଧ୍ୟ ପଛକୁ ହଟିବାକୁ ଚାହୁଁନାହିଁ । ମୁଖିଆ ହସନ୍‌ ନସ୍‌ରଲ୍ଲାହର  ମୃତ୍ୟୁରେ ଆତଙ୍କୀ ସଙ୍ଗଠନ ଭୟଭୀତ ହୋଇଯାଇ  ନାହିଁ । ଇସ୍ରାଏଲ୍‌ର ସବୁ ପ୍ରକାର ପ୍ରହାରକୁ ସାମ୍ନା  କରି ଜବାବ ଦେବା ଲାଗି ବଳ ଜୁଟାଉଛି ହିଜ୍‌ବୁଲ୍ଲା ।  ଏଭଳି ସ୍ଥିତିରେ ଇସ୍ରାଏଲ୍‌ର ଏୟାର ଷ୍ଟ୍ରାଇକ୍‌ ଜାରି  ରହିଛି । ଲେବାନନ୍‌ରେ ପୁଣି ୪୫ ଜଣ ପ୍ରାଣ  ହରାଇଥିବା ବେଳେ ୭୫ ଆହତ ହୋଇଛନ୍ତି । 

ହିଜ୍‌ବୁଲ୍ଲା ମୁଖ୍ୟ ନସ୍‌ରଲ୍ଲାହର ମୃତ୍ୟୁ ପରେ  ପ୍ରଥମ ଥର ପାଇଁ ଏହାର ଉପମୁଖ୍ୟ ନଇମ୍‌  କାସିମ୍‌ ଲେବାନନ୍‌ର ଜନତାଙ୍କୁ ସମ୍ବୋଧନ କରିଛି। ଇସ୍ରାଏଲ୍‌ ଏବେ ନରସଂହାର ଚଳାଇଥିବା ସେ  ଅଭିଯୋଗ କରିଛି । କାସିମ୍‌ ଆହୁରି କହିଛି ଯେ ଯଦି  ଲେବାନନ୍‌ରେ ଇସ୍ରାଏଲ୍‌ ସେନା ଅନୁପ୍ରବେଶ କରେ,  ତେବେ ଆମ ଯୋଦ୍ଧାମାନେ ଲଢ଼ିବାକୁ ପ୍ରସ୍ତୁତ ।  ନସ୍‌ରଲ୍ଲାହଙ୍କ ମୃତ୍ୟୁ ପରେ ବି ଆମ ଯୋଜନାରେ  କୌଣସି ପରିବର୍ତ୍ତନ କରାଯାଇ ନାହିଁ । ଲେବାନନ୍‌ର  କାମଚଳା ପ୍ରଧାନମନ୍ତ୍ରୀ ନାଜିବ ମିକାତି ଦକ୍ଷିଣରେ  ସେନା ମୁତୟନ ଲାଗି ପ୍ରସ୍ତୁତି ଚଳାଇଛନ୍ତି । ୨୦୦୬ର  ୟୁଏନ୍‌ଏସ୍‌ସି ସଂକଳ୍ପ ୧୭୦୧କୁ ସମ୍ପୂର୍ଣ୍ଣ ଲାଗୁ ପାଇଁ  ସରକାର ପ୍ରସ୍ତୁତ ବୋଲି ସେ କହିଛନ୍ତି । 

ଇସ୍ରାଏଲ୍‌ର ପ୍ରତିରକ୍ଷା ମନ୍ତ୍ରୀ ୟୋଆବ୍‌  ଗ୍ୟାଲେଣ୍ଟ ନିଜ ସେନାକୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ  ଦେଇଛନ୍ତି । କହିଛନ୍ତି, ହିଜ୍‌ବୁଲ୍ଲା ମୁଖ୍ୟ ନସ୍‌ରଲ୍ଲାହକୁ  ନିପାତ କରାଯିବା ଏକ ବହୁତ ବଡ଼ ଉପଲବ୍ଧି ।  ଆତଙ୍କୀ ସଙ୍ଗଠନର ଅନେକ ନେତାଙ୍କୁ ବି ନିପାତ  କରାଗଲାଣି । କିନ୍ତୁ ଏହା ଯଥେଷ୍ଟ ନୁହେଁ । ଏଣିକି  ଆମକୁ ଆହୁରି ସଶକ୍ତ ହେବାକୁ ପଡ଼ିବ । ଆମ  ପାଖରେ ଯେଉଁସବୁ କ୍ଷମତା ରହିଛି, ତାହାକୁ ସମ୍ପୂର୍ଣ୍ଣ  ବ୍ୟବହାର କରାଯିବ । ଲେବାନନ୍‌ର ସ୍ଥଳଭାଗରେ  ପଶିବା ପୂର୍ବରୁ ଇସ୍ରାଏଲୀ ସେନା ରିହର୍ସାଲ୍‌ କରିଥିବା ଜଣାପଡ଼ିଛି । ଉଭୟ ପକ୍ଷ ମଧ୍ୟରେ ସାମ୍ନାସାମ୍ନି ଲଢ଼େଇ ହେବାକୁ ଥିବାରୁ ଫ୍ଲାଏଦୁବାଇ  ଅକ୍ଟୋବର ୩ ପର୍ଯ୍ୟନ୍ତ ବିରୁଟ୍‌କୁ ଏହାର ବିମାନ  ଉଡ଼ାଣ ବାତିଲ କରିଦେଇଛି । 

ଲେବାନନ୍‌ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ  ଦେଶର ପଶ୍ଚିମ ବେକାସ୍ଥିତ ସାହମାର୍‌ରେ ଥିବା  ବେସାମରିକ ପ୍ରତିରକ୍ଷା କେନ୍ଦ୍ର ଉପରେ ଇସ୍ରାଏଲ୍‌  ଆକ୍ରମଣ କରିବା ଯୋଗୁ ୬ ଜଣ ସ୍ୱାସ୍ଥ୍ୟକର୍ମୀ ପ୍ରାଣ  ହରାଇଥିବା ବେଳେ ୪ ଜଣ ଆହତ ହୋଇଛନ୍ତି ।  ଦିନକ ପୂର୍ବରୁ ଅର୍ଥାତ୍‌ ରବିବାର ୧୪ ପାରାମେଡିକ୍ସ  ପ୍ରାଣ ହରାଇଥିଲେ । ଦକ୍ଷିଣ ଲେବାନନ୍‌ର ୱାଜାନିଠାରେ  ଏକ ଚେକ୍‌ ପଏଣ୍ଟ ଉପରେ ଇସ୍ରାଏଲ୍‌ ଡ୍ରୋନ୍‌ ଆକ୍ରମଣ  କରିବାରୁ ଦେଶର ଜଣେ ସୈନ୍ୟ ପ୍ରାଣ ହରାଇଛନ୍ତି । 

ଲେବାନନ୍‌ରେ ସ୍ଥିତି ଅଣାୟତ୍ତ ହେଉଥିବାରୁ  ୟୁରୋପୀୟ ସଂଘ ରାଷ୍ଟ୍ରଗୁଡ଼ିକର ବିଦେଶ ମନ୍ତ୍ରୀମାନେ  ଆଜି ଜରୁରି ବୈଠକ କରିଛନ୍ତି । ସଂଘର ବିଦେଶ  ନୀତି ମୁଖ୍ୟ ଯୋଶେପ ବୋରେଲ୍‌ ଅପରାହ୍ନ ୩ଟାରେ  ଭିଡିଓ କନ୍‌ଫରେନ୍ସରେ ସମସ୍ତଙ୍କ ସହ ଆଲୋଚନା  କରିଛନ୍ତି । ନସ୍‌ରଲ୍ଲାହକୁ ନିପାତ କରାଯିବା ଉଚିତ  ଥିଲା ବୋଲି ଜର୍ମାନୀର ବିଦେଶ ମନ୍ତ୍ରଣାଳୟ ପକ୍ଷରୁ  କୁହାଯାଇଛି । ଅନ୍ୟପକ୍ଷରେ ଇସ୍ରାଏଲ୍‌ ବିରୋଧରେ  ଲଢ଼ିବା ପାଇଁ ଇରାନ୍‌ ଏହାର ସେନା ଲେବାନନ୍‌କୁ  ପଠାଇବ ନାହିଁ ବୋଲି  ସ୍ପଷ୍ଟ କରିଦେଇଛି।

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.