ପ୍ରମୂଖ ଖବର
  • ଜୁଲାଇ ୧୪​‌ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଏମ୍‌ସ ସମାବର୍ତ୍ତନ ଉତ୍ସବରେ ଦେବେ ଯୋଗ
  • ||
  • କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଘଟଣା: ମୃତ୍ୟୁ ସଂଖ୍ୟା ୩୮କୁ ବୃଦ୍ଧି, ଆହୁରି ବଢ଼ିପାରେ
  • ||
  • ତେଲେଙ୍ଗାନା ରାସାୟନିକ ଫ୍ୟାକ୍ଟ୍ରିରେ ବିସ୍ଫୋରଣ; ୩୫କୁ ବଢିଲା ମୃତ୍ୟୁସଂଖ୍ୟା
  • ||
  • ବୁଧବାରଠୁ ଇଂଲଣ୍ଡ- ଭାରତ ଦ୍ୱିତୀୟ ଟେଷ୍ଟ: ଆର୍ଚରଙ୍କୁ ମିଳିଲାନି ସ୍ଥାନ, ଅପରିବର୍ତ୍ତିତ ବେନ୍‌ ସେନା
  • ||
  • ପୁରୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଅପରାହ୍ନରେ ସେବାୟତଙ୍କ ସହ ଆଲୋଚନା
  • ||
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

ଇସ୍ରୋର ସଫଳ ସେଞ୍ଚୁରୀ ଲଞ୍ଚ ; ମହାକାଶ ଗଲା ନାଭିଗେସନ୍ ସାଟେଲାଇଟ୍ NVS-02

Published By : Ankita S | January 29, 2025 8:26 AM

ନୂଆଦିଲ୍ଲୀ,୨୯ /୦୧: ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନକୁ ବଡ ସଫଳତା ମିଳିଛି । ଶ୍ରୀହରିକୋଟାରୁ ଇସ୍ରୋର ସେଞ୍ଚୁରୀ ଲଞ୍ଚ ସଫଳ ହୋଇଛି । ସ୍ପେଶପୋର୍ଟରୁ ଐତିହାସିକ ଉତକ୍ଷେପଣ କରିଛି ଇସ୍ରୋ । ମହାକାଶକୁ ଗଲା ନାଭିଗେସନ ସାଟେଲାଇଟ ଏନଭିଏସ-୦୨ । ଜିଏସଏଲଭି-ଏଫ-୧୫ ରକେଟ ଯୋଗେ ଉଡାଣ ଭରିଲା ସାଟେଲାଇଟ । ଏହା ଇସ୍ରୋର ୧୦୦ତମ ମିଶନ । ଶ୍ରୀହରିକୋଟାରୁ ସକାଳ ୬ଟା୨୩ ମିନିଟରେ ସଫଳ ଉତକ୍ଷେପଣ କରି ଇତିହାସ ରଚିଛି ଇସ୍ରୋ । ମିଶନ ସଫଳ ହୋଇଥିବା ନେଇ ଟ୍ବିଟ କରି ସୂଚନା ଦେଇଛି ଇସ୍ରୋ ।

ଇସ୍ରୋର ୧୦୦ତମ ମିଶନ୍ କଣ ? ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ଇସ୍ରୋ ତାର ଐତିହାସିକ ୧୦୦ତମ ଅଭିଯାନ ଉତକ୍ଷେପଣ କରିଛି । ନାଭିଗେସନ ଉପଗ୍ରହ ଏନଭିଏସ୍-୦୨ ଭାରତୀୟ ଭୂପୃଷ୍ଠଠାରୁ ପ୍ରାୟ ୧୫୦୦ କିଲୋମିଟର ଦୂରରେ ଥିବା ଅଞ୍ଚଳରେ ଉପଭୋକ୍ତାଙ୍କୁ ସଠିକ୍ ସ୍ଥିତି, ବେଗ ଓ ସମୟ ପ୍ରଦାନ କରିବ । ଇସ୍ରୋ ଅନୁଯାୟୀ ଉପଗ୍ରହର ସେବା ସ୍ଥଳୀୟ, ଆକାଶମାର୍ଗ ଓ ସାମୁଦ୍ରିକ ନେଭିଗେସନ, ନିର୍ଦ୍ଦିଷ୍ଟ କୃଷି, ଫ୍ଲିଟ ମ୍ୟାନେଜମେଣ୍ଟ, ମୋବାଇଲ ଡିଭାଇସରେ ଅବସ୍ଥାନ ଭିତ୍ତିକ ସେବା, ଉପଗ୍ରହର କକ୍ଷପଥ ନିର୍ଦ୍ଧାରଣ, ଇଣ୍ଟରନେଟ ଅଫ୍ ଥିଙ୍ଗ୍ସ ଆଧାରିତ ଆପ୍ଲିକେସନ, ଜରୁରୀକାଳୀନ ଓ ସମୟଭିତ୍ତିକ ସେବା ପ୍ରଦାନରେ ବ୍ୟବହାର କରାଯିବ ।

ଭାରତ ପାଇଁ ମାଇଲଷ୍ଟୋନ- ସୋମନାଥଙ୍କ ପରେ ଇସ୍ରୋର ନୂଆ ଅଧ୍ୟକ୍ଷ ଭାବେ ଦାୟିତ୍ବ ନେଇଥିଲେ ଭି. ନାରାୟଣନ । ଦାୟିତ୍ବ ନେବା ପରେ ଏହା ତାଙ୍କର ପ୍ରଥମ ମିଶନ ଥିଲା । ଯାହା ସଫଳ ହୋଇଛି । ଇସ୍ରୋର ୧୦୦ତମ ମିଶନ  GSLV-F15 ରେ  NVS-02 ସାଟେଲାଇଟର ସଫଳ ଉତକ୍ଷେପଣକୁ ନେଇ ଇସ୍ରୋ ମୁଖ୍ୟ ଭି.ନାରାୟଣନ କହିଛନ୍ତି, ଏହା ଭାରତ ପାଇଁ ମାଇଲଷ୍ଟୋନ ।  ଏହା ଟିମ୍ ୱାର୍କ ପାଇଁ ସମ୍ଭବ ହୋଇଛି । ସମସ୍ତ ପୂର୍ବ ଅଧ୍ୟକ୍ଷଙ୍କୁ ଶ୍ରେୟ ଦେବା ସହିତ କଠିନ ପରିଶ୍ରମ ହିଁ ସଫଳତା ଆଣିଦିଏ ବୋଲି କହିଛନ୍ତି  ।

ଏହା ବି ପଢନ୍ତୁ...ଶ୍ରୀହରିକୋଟାରେ ନିର୍ମାଣ ହେବ ତୃତୀୟ ଲଞ୍ଚ ପ୍ୟାଡ୍‌, ଖର୍ଚ୍ଚ ହେବ ୩୯୮୪ କୋଟି ଟଙ୍କା

ଶୁଭେଚ୍ଛା ଜଣାଇଲେ କେନ୍ଦ୍ରମନ୍ତ୍ରୀ- ଇସ୍ରୋର ଏହି ସଫଳ ଉତକ୍ଷେପଣ ନେଇ ଶୁଭେଚ୍ଛା ଜଣାଇଛନ୍ତି ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ । ଶ୍ରୀହରିକୋଟାରୁ ୧୦୦ତମ ସଫଳ ଲଞ୍ଚ କରି ଲ୍ୟାଣ୍ଡମାର୍କ ମାଇଲଷ୍ଟୋନ ହାସଲ କରିଥିଛି ଇସ୍ରୋ । ଟିମ୍ ଇସ୍ରୋ ଏନଭିଏସ୍-୦୨ର  ସଫଳତ ଉତକ୍ଷେପଣ କରିବା ସହ ଦେଶକୁ ଗର୍ବିତ କରିଛି । ଏହା ଆମ ପାଇଁ ସୌଭଗ୍ୟର କଥା । ବିକ୍ରମ ସାରାଭାଇ ଓ ସତୀଶ ଧାୱନଙ୍କୁ ନେଇ ଆରମ୍ଭ ହୋଇଥିବା ଏହି ଯାତ୍ରା ଐତିହାସିକ ଯାତ୍ରାରେ ପରିଣତ ହୋଇଛି ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.