ପ୍ରମୂଖ ଖବର
  • ପୁରୀରେ ଗଡ଼ିଲା ମୁଣ୍ଡ: ମଶାଣି ଚଣ୍ଡୀ କମିଟି ସମ୍ପାଦକଙ୍କୁ ବିଭତ୍ସ ହତ୍ୟା, କ୍ରାଇମ୍ ସ୍ପଟ୍‌ରୁ ୩ ଚାପଡ଼ ଜବତ
  • ||

ଆତଙ୍କବାଦୀ ଆକ୍ରମଣ ଆଶଙ୍କାରେ ଜାମ୍ମୁ-କାଶ୍ମୀରରେ ହାଇଆଲର୍ଟ, ୪୮ ପର୍ଯ୍ୟଟନସ୍ଥଳୀରେ ଲାଗିଲା କଟକଣା

Published By : Prameya | April 29, 2025 12:48 PM

ନୂଆଦିଲ୍ଲୀ, ୨୯/୦୪ : ଆତଙ୍କବାଦୀ ଆକ୍ରମଣ ଆଶଙ୍କାରେ ଜାମ୍ମୁ-କାଶ୍ମୀରରେ ହାଇଆଲର୍ଟ। ପର୍ଯ୍ୟଟକଙ୍କ ପାଇଁ ବନ୍ଦ ହେଲା ଟୁରିଷ୍ଟ ସ୍ପଟ୍। ୮୭ଟି ପର୍ଯ୍ୟଟନସ୍ଥଳୀ ରୁ ୪୮ଟି ସ୍ଥାନରେ ଲାଗିଲା କଟକଣା। ଡାଲ୍ ଲେକ୍, ଗୁଲମାର୍ଗ, ସୋନମାର୍ଗ, ଭୈରିନାଗ, ଦୁଧପଥରି, କୋକେରନାଗ, ଡକସୁମ, ସିନ୍ଥମ ଟପ୍, ଅଚବଲ, ବଙ୍ଗସ୍ ଘାଟି, ମାର୍ଗନ ଟପ୍, ଏବଂ ତୋସାମୈଦାନକୁ ଯିବାକୁ ପର୍ଯ୍ୟଟକଙ୍କୁ ବାରଣ କରାଯାଇଛି। ଏନେଇ କୌଣସି ଔପଚାରିକ ନିର୍ଦ୍ଦେଶ ଜାରି କରାଯାଇ ନାହିଁ। ଏହି ସ୍ଥାନ ଗୁଡ଼ିକରେ କେବଳ ଏଣ୍ଟ୍ରି ଉପରେ କଟକଣା ଲଗାଯାଇଛି। ସେହିପରି ଦକ୍ଷିଣ କାଶ୍ମୀରର ମୋଗଲ ଗାର୍ଡେନର ଗେଟ୍ ବନ୍ଦ କରି ଦିଆଯାଇଛି। 

ରିପୋର୍ଟ ଅନୁଯାୟୀ, ପହଲଗାମ୍ ଆତଙ୍କୀ ହମଲା ପରେ ଘାଟୀରେ ସ୍ଲିପର ସେଲ୍ ସକ୍ରିୟ ହୋଇଛନ୍ତି। ଏମାନଙ୍କୁ ଅପରେସନ କରିବାକୁ ନିର୍ଦ୍ଦେଶ ମିଳିଛି। ସୁରକ୍ଷାବାହିନୀ ଏବଂ ପୋଲିସ ମିଶି ଏମାନଙ୍କୁ ଖୋଜିବାକୁ ତଲାସି ଅଭିଯାନ ଚଳାଇଛନ୍ତି। ଏମାନଙ୍କ ମଧ୍ୟରୁ କିଛି ଆତଙ୍କବାଦୀ ପାକିସ୍ତାନର ହୋଇଥାଇ ପାରନ୍ତି ବୋଲି ଚର୍ଚ୍ଚା ହେଉଛି। 

ଅପର ପକ୍ଷରେ ସୀମାରେ ମନ୍‌ମାନି ଚଲାଇଛି ପାକ୍ ସେନା। ପହଲଗାମ ଆତଙ୍କୀ ଆକ୍ରମଣ ପରଠୁ ଲଗାତାର ୬ ଦିନ ହେବ ସୀମାରେ ଉତ୍ତେଜନା ଲାଗି ରହିଛି। ବାରମ୍ବାର ଅସ୍ତ୍ରବିରତି ଉଲ୍ଲଙ୍ଘନ କରି ପାକ୍ ଗୁଳିମାଡ କରୁଛି। ଆଜି ବି ବିଭିନ୍ନ ସ୍ଥାନରେ ପାକ୍ ସେନା ଫାୟାରିଂ କରିଛି। କୁପୱାଡ଼ା, ବାରମୁଲ୍ଲା ଏବଂ ଅଖନୁର ସେକ୍ଟରରେ ଗୁଳି ବିନିମୟ ହୋଇଛି। ଭାରତୀୟ ସେନା ଏହାର ମୁହଁତୋଡ଼ ଜବାବ ଦେଇଛି।

ଏହି ଖବରଟିକୁ ପଢନ୍ତୁ- ସୀମାରେ ଅମାନିଆ ପାକିସ୍ତାନ; ଲଗାତାର ୫ଥର ପାକ୍ ସେନାର ଅସ୍ତ୍ରବିରତି ଉଲ୍ଲଂଘନ


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.