ପ୍ରମୂଖ ଖବର
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ଲାଞ୍ଚ ନେଉଥିବା ବେଳେ ମହିଳା କନିଷ୍ଠ କିରାଣୀଙ୍କୁ ଧରିଲା ଭିଜିଲାନ୍ସ,୧୦ ହଜାର ଟଙ୍କା ଜବତ

Published By : Prameya | February 14, 2025 2:43 PM

ଭୁବନେଶ୍ୱର ୧୪/୦୨: ଲାଞ୍ଚ ନେଉଥିଲେ ମହିଳା କନିଷ୍ଠ କିରାଣି। ମାଡ଼ିବସିଲା ଦେବଗଡ଼ ଭିଜିଲାନ୍ସ ଟିମ୍। ମହିଳା କନିଷ୍ଠ କିରାଣି ମଞ୍ଜୁଳା ପ୍ରଧାନଙ୍କ ଠାରୁ ଜବତ ହେଲା ୧୦ ହଜାର ଲାଞ୍ଚ ଟଙ୍କା। ଦେବଗଡ଼ କେଲଜର ଅଫିସ ସହ ଦୁଇଟି ସ୍ଥାନରେ ଭିଜିଲାନ୍ସ ଟିମ ପକ୍ଷରୁ ରେଡ୍ କରାଯାଇଥିବା ସୂଚନା ମିଳିଛି। 

ଦେବଗଡ଼ କଲେଜର ଜଣେ ପୂର୍ବତନ ଛାତ୍ରଙ୍କ ଅଭିଯୋଗ ଅନୁଯାଇ, ଛାତ୍ର ଜଣଙ୍କ ଯୁକ୍ତ ଦୁଇ ସାର୍ଟିଫିକେଟ୍ କୌଣସି କାରଣରୁ ନଷ୍ଟ ହୋଇଯାଇଥିଲା। ସେ ଯୁକ୍ତ ଦୁଇ ଡୁପ୍ଲିକେଟ ସାର୍ଟିଫିକେଟ ପାଇଁ ଦେବଗଡ଼ କଲେଜରେ ଆବେଦନ କରିଥିଲେ। ହେଲେ ସାର୍ଟିଫିକେଟ୍ କରାଇଦେବା ପାଇଁ ମହିଳା କନିଷ୍ଠ କିରାଣି ମଞ୍ଜୁଳା ପ୍ରଧାନ ୧୦ ହଜାର ଟଙ୍କା ଦାବି କରିଥିଲେ। ଏନେଇ ଛାତ୍ର ଜଣ ଭିଜିଲାନ୍ସରେ ଅଭିଯୋଗ କରିଥିଲେ। ଏହାପରେ ଆକ୍ସକୁ ଆସିଥିଲା ଦେବଗଡ଼ ଭିଜିଲାନ୍ସ ଟିମ। ପୂର୍ବ ଯୋଜନା ମୁତାବିକ ଛାତ୍ର ଜଣ କନିଷ୍ଠ କିରାଣିଙ୍କୁ ଟଙ୍କା ଦେଉଥିବା ବେଳେ ଚଢ଼ାଉ କରିଥିଲା ଭିଜିଲାନ୍ସ। ତାଙ୍କ ନିକଟରୁ ୨୦ଟି ୫୦୦ଶହ ଟଙ୍କିଆ ନୋଟ୍ ଜବତ କରାଯାଇଥିଲା। ପରେ ଦୁଇଟି ସ୍ଥାନରେ ଚଢ଼ାଉ କରଯାଇଛି। ଆଗକୁ ତାଙ୍କୁ ଗିରଫ କରାଯିବ ବୋଲି ସୂଚନା ମିଳିଛି। 


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.