ପ୍ରମୂଖ ଖବର
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ଆଇସିସି ଚମ୍ପିଆନ୍ସ ଟ୍ରଫିକୁ ନେଇ ବଡ ବୟାନ ଦେଲେ କପିଳ ଦେବ, କହିଲେ ଏହା ସରକାରଙ୍କ ଦାୟିତ୍ବ

Published By : Ankita S | November 18, 2024 8:41 AM

ନୂଆଦିଲ୍ଲୀ,୧୮/୧୧: ଆଇସିସି ଚମ୍ପିଆନ୍ସ ଟ୍ରଫି କେଉଁଠି ଖେଳାଯିବ ତାହା ସ୍ପଷ୍ଟ ହୋଇନାହିଁ । ଏହାକୁ ନେଇ ବାଦ ବିବାଦ ଲାଗି ରହିଛି । ଚମ୍ପିଆନ୍ସ ଟ୍ରିଫକୁ ନେଇ ବିସିସିଆଇ ଓ ପାକିସ୍ତାନ କ୍ରିକେଟ ବୋର୍ଡ ମଧ୍ୟରେ ଚାଲିଥିବା ବିବାଦ ଭିତରେ ପୂର୍ବତନ କ୍ରିକେଟ କିମ୍ବଦନ୍ତୀ କପିଳ ଦେବଙ୍କ ବୟାନକୁ ନେଇ ଚର୍ଚ୍ଚା ହେଉଛି ।

ଯଦି ଚମ୍ପିଆନ୍ସ ଟ୍ରଫି ନେଇ ପାକିସ୍ତାନରେ ଆଯୋଜିତ ହୁଏ ତେବେ ଭାରତ ପାକିସ୍ତାନ ଗସ୍ତ କରିବ କି ନାହିଁ ପ୍ରଶ୍ନରେ କପିଳ ଦେବ କହିଛନ୍ତି, ଏହା ସମୂର୍ଣ୍ଣ ସରକାରଙ୍କ ନିଷ୍ପତ୍ତି । ତାଙ୍କ ଦାୟିତ୍ବ । ଯଦି ସେ କହିବେ ସବୁ ଠିକ ଅଛି ତେବେ ହଁ ସବୁ ଠିକ ଅଛି । ଆମ ପରି ଲୋକ ଏହାକୁ ନେଇ ମତାମତ ଦେଇପାରିବେ ନାହିଁ । ଆମ ମତ କିଛି ଗୁରୁତ୍ବ ରଖେ ନାହିଁ । କିପଳ ଦେବ କାହାଠୁ ବଡ ହୋଇ ପାରିବେ ନାହିଁ ।'

ଆଇସିସି ଚମ୍ପିଆନ୍ସ ଟ୍ରଫି ଟୁର କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ୧୬ ତାରିଖରୁ ଜାନୁଆରୀ ୨୬ ତାରିଖ ଯାଏ ଅଂଶଗ୍ରହଣକାରୀ ଦେଶ ଭ୍ରମଣ କରିବ ଟ୍ରଫି । ଏହି କାର୍ଯ୍ୟକ୍ରମରେ ଟ୍ରଫିକୁ ପିଓକେ ନେବାକୁ ଯୋଜନା କରିଥିଲା ପାକିସ୍ତାନ । ମାତ୍ର ବିସିସିଆଇର ଆପତ୍ତି ପରେ ଆଇସିସି ପାକିସ୍ତାନକୁ ତାଗିତ କରିଥିଲା । କୌଣସି ବିବାଦୀୟ ସ୍ଥାନକୁ ଟ୍ରଫି ନନେବାକୁ ପାକିସ୍ତାନକୁ କଡା ଚେତାବନୀ ଦେଇଥିଲା ଆଇସିସି । ଏହା ପରେ ଟ୍ରଫି ଟୁରରୁ ପିଓକେକୁ ବାଦ୍ କରାଯାଇଥିଲା । ଚମ୍ପିଆନ୍ସ ଟ୍ରଫି ତାରିଖ ମଧ୍ୟରେ ପାକିସ୍ତାନରେ ବୁଲିବ । ଏହା ପରେ ଜାନୁଆରୀ ୧୫ରୁ ୨୬ ତାରିଖ ମଧ୍ୟରେ ଭାରତର ବିଭିନ୍ନ ସହର ଭ୍ରମଣ କରିବ ଚମ୍ପିଆନ୍ସ ଟ୍ରଫି ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.