ପ୍ରମୂଖ ଖବର
  • ରାଜଧାନୀରେ ବିଭତ୍ସ ହତ୍ୟାକାଣ୍ଡ, ଯୁବକଙ୍କୁ ପଥରରେ ଛେଚି ମାରିଦେଲେ ବାଇକ୍ ଚୋର
  • ||
  • ଦିଲ୍ଲୀରେ ପୁଣି ୨୦ ଅଧିକ ବୋମା ଧମକ,ଆସିଥିଲା ଧମକପୂର୍ଣ୍ଣ ମେଲ୍, ପୁଲିସର ତଦାଘନା
  • ||
  • ଭୂକମ୍ପ ଝଟକାରେ ଥରିଲା ଚିଲି, ରିକ୍ଟର ସ୍କେଲରେ ତୀବ୍ରତା ୫.୭ ରେକର୍ଡ଼
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ଆତ୍ମାହୁତି ଘଟଣା: ଆଜି ବାଲେଶ୍ୱରରେ ଉଚ୍ଚଶିକ୍ଷା ବିଭାଗ କମିଟିର ତଦନ୍ତ, ଉପସ୍ଥିତ ରହିବେ ଆଇସିସିର ସମସ୍ତ ସଦସ୍ୟ
  • ||
  • TRFକୁ ଆତଙ୍କୀ ସଂଗଠନ ଘୋଷଣା କଲା ଆମେରିକା, ପହଲଗାମ ଆତଙ୍କୀ ଆକ୍ରମଣ ପାଇଁ କଲା ଦାୟୀ
  • ||
  • ୨୧ ଯାଏ ଅଧିକ ବର୍ଷା ସମ୍ଭାବନା, ଆଜି ଆଭ୍ୟନ୍ତରୀଣ ଓ ଦକ୍ଷିଣ ଓଡ଼ିଶାରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ
  • ||

କର୍ଣ୍ଣାଟକର ବନ୍ୟଜୀବ ଅଭୟାରଣ୍ୟରେ ଏକାସାଙ୍ଗେ ୫ ବାଘ ମୃତ, ବିଷ ଦେଇ ମାରିଥିବାର ଆଶଙ୍କା

Published By : Harapriya Biswal | June 26, 2025 8:21 PM

ନୂଆଦିଲ୍ଲୀ,୨୬।୬: କର୍ଣ୍ଣାଟକର ଏମ୍ଏମ୍ ହିଲ୍ସ ବନ୍ୟଜୀବ ଅଭୟାରଣ୍ୟରେ ୫ ବାଘଙ୍କ ମୃତ୍ୟୁ। ଏହି ଘଟଣା ପରେ ସୃଷ୍ଟି ହୋଇଛି ଆତଙ୍କ। ମୃତ ବାଘଙ୍କ ଭିତରେ ବାଘୁଣୀ ଓ ତା’ର ୪ ଶାବକ ଥିବା ନେଇ କୁହାଯାଉଚି। ପ୍ରାରମ୍ଭିକ ଯାଞ୍ଚ ପରେ ମୃତ୍ୟୁର କାରଣ ବିଷ ଦିଆଯାଇଥିବା ବୋଲି ଜଣାପଡିଛି। ତେବେ ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ପ୍ରକୃତ କଥା ଜଣାପଡିବ। 

ଚାମରାଜନଗର ସର୍କଲର ମୁଖ୍ୟ ବନ ସଂରକ୍ଷକ ଟି.ହୀରାଲାଲ କହିଛନ୍ତି ବାଘୁଣୀ ଓ ତା’ର ଶାବକଙ୍କ ମୃତଦେହ ମିନିୟମର ହ୍ୟୁଗମ ରେଞ୍ଜରେ ମିଳିଛି। ଏହା ଏମ୍ଏମ୍ ହିଲ୍ସ ଅଭୟାରଣ୍ୟର ଅଂଶ ରହିବ। ସେ କହିଛନ୍ତି, ଏହି ମାମଲା ବିଷ ଦିଆଯାଇଥିବା ନେଇ ଜଣାପଡିଛି। ଏହା ନିଶ୍ଚିତ ରୂପରେ ପ୍ରାକୃତିକ ମୃତ୍ୟୁ ନୁହେଁ।’

କୁହାଯାଉଛି ଯେ, ବାଘୁଣୀ ହୁଏତ ପାଖ ଗାଁରେ ଥିବା ଗାଈର ଶିକାର କରିଥିଲା। ଏହାର ମାଂସ ଜଙ୍ଗଲକୁ ନେଇ ଖାଇଥିଲା। ଆଶଙ୍କା ରହିଛି ଯେ, କିଛି ଗ୍ରାମବାସୀ ମାଂସରେ ବିଷ ଦେଇ ସେଇଠି ଛାଡି ଦେଇଥିଲେ, ଯାହାକୁ ବାଘୁଣୀ ଓ ତା’ର ଶାବକ ପରେ ଖାଇବା ଫଳରେ ତାଙ୍କର ମୃତ୍ୟୁ ହୋଇଥିଲା। କର୍ଣ୍ଣାଟକ ସରକାର ମାମଲାକୁ ଗମ୍ଭୀରତାର ସହ ନେଇ ତିନି ଦିନ ଭିତରେ ରିପୋର୍ଟ ଦାଖଲ କରିବାକୁ କହିଛନ୍ତି। ଏହା ସହ ଦୋଷୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି। 

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.