ଭୁବନେଶ୍ୱର,୦୨/୦୮: ଖାଦ୍ୟ ହେଉ କି ପରିବା... । ଅନଲାଇନ୍ରେ ଅର୍ଡର୍ କରିବାର ମାତ୍ର ୧୦ରୁ ୧୫ ମିନିଟ୍ ଭିତରେ ହୋମ୍ ଲେଡିଭରୀ ହୋଇଯିବ । ସୋସିଆଲ୍ ମିଡିଆରେ ଏମିତି ବିଜ୍ଞାପନ ଦେଇ ଗ୍ରାହକକୁ ଆକୃଷ୍ଟ କରୁଥିବା ସଂସ୍ଥା ଉପରେ ଅଙ୍କୁଶ ଲାଗିବ । ଫଟାଫଟ୍ ଡେଲିଭରୀ ଉପରେ କଟକଣା ଲାଗାଯିବା ସହ ଏକ ନିର୍ଦ୍ଦେଶନାମା ଜାରି କରାଯିବ ବୋଲି କହିଛନ୍ତି ପରିବହନ ମନ୍ତ୍ରୀ ବିଭୂତି ଜେନା । ଖାଲି ସେତିକି ନୁହେଁ ଲେଡିଭରୀ ବୟଙ୍କୁ ତାଲିମ୍ ଦେବାକୁ ପରିବହନ ବିଭାଗ ଶ୍ରମ ବିଭାଗକୁ ଚିଠି ଲେଖାଯାଇଥିବା ମନ୍ତ୍ରୀ ସୂଚନା ନେଇଛନ୍ତି ।
ବିଭିନ୍ନ ଅନ୍ଲାଇନ୍ ସଂସ୍ଥା ଏବେ ଶୀଘ୍ର ଡେଲିଭରୀକୁ ଅଧିକ ଗୁରୁତ୍ୱ ଦେଉଛନ୍ତି । ସଂସ୍ଥାଗୁଡ଼ିକ ଡେଲିଭରୀ ବୟଙ୍କୁ ଟାର୍ଗେଟ୍ ଦେଉଛନ୍ତି । ଠିକ୍ ସମୟରେ ଯଦି କୌଣସି ଡେଲିଭରୀ ବୟ ଗ୍ରାହକଙ୍କ ପାଖରେ ଅର୍ଡର ପହଞ୍ଚାଇ ପାରୁନାହିଁ ତା’ହେଲେ ସେମାନଙ୍କ ପାରିଶ୍ରମିକ କାଟି ଦିଆଯାଉଛି । ପାରିଶ୍ରମିକ ଓ ପ୍ରୋତ୍ସାହନ ରାଶି ପାଇଁ ଡେଲିଭରୀ ବୟମାନେ ଜୀବନକୁ ବାଜି ଲଗାଇ ଦ୍ରୁତ ଗତିରେ ଗାଡ଼ି ଚଳାଇ ଗ୍ରାହକଙ୍କୁ ଡେଲିଭରୀ ଦେଉଛନ୍ତି । ଯାହାକି ଟ୍ରାଫିକ୍ ବ୍ୟବସ୍ଥା ପ୍ରତି ଚାଲେଞ୍ଜ ସୃଷ୍ଟି କରୁଛି । ତେଣୁ ଏହି ସଂସ୍ଥାର ମୁଖ୍ୟଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଖୁବ୍ଶୀଘ୍ର ଆଡଭାଇଜରୀ ଜାରି କରାଯିବ ବୋଲି ପରିବହନ ମନ୍ତ୍ରୀ ସୂଚନା ଦେଇଛନ୍ତି । ବିଭିନ୍ନ ସଂସ୍ଥାରେ କାମ କରୁଥିବା ଡେଲିଭରୀ ବୟଙ୍କୁ ସ୍ୱତନ୍ତ୍ର ତାଲିମ ଦିଆଯିବ । ସେଚେତନ କରିବା ପାଇଁ ଶ୍ରମ ବିଭାଗକୁ ଚିଠି ଲେଖିଛି ପରିବହନ ବିଭାଗ । ଲେଡିଭରୀ ବୟମାନେ ଜୀବନକୁ ବଜି ଲଗାଇ ଦ୍ରୁତ ଗତିରେ ଗାଡି ଚଳାଇ ଗ୍ରାହକଙ୍କ ପାଖରେ ଅର୍ଡର ପହଞ୍ଚାଉଥିବା ନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଅଭିଯୋଗ ହୋଇଥିଲା । ସେବେଠାରୁ ସବୁ ରାଜ୍ୟଙ୍କୁ ସଜାଗ କରିଛି କେନ୍ଦ୍ର ସରକାର । ତାଲିମ ନେବା ପରେ ବି ଯଦି ଡେଲିଭରୀ ବୟ ଦୃତ ଗତିରେ ଗାଡ଼ି ଚଲାଇବେ ତେବେ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପରିବହନ ମନ୍ତ୍ରୀ କହିଛନ୍ତି ।