ଭୁବନେଶ୍ବର,୧୯।୫ : ରାଜ୍ୟରେ ପଟ୍ଟା ସଂଶୋଧନ କରାଯିବ। ଘର ଘର ଯାଇ ତଥ୍ୟ ସଂଗ୍ରହ କରିବ ରାଜସ୍ବ ବିଭାଗ।  ଅଜା ଓ ବାପାଙ୍କ ଦେହାନ୍ତ ପରେ ପୁଅ ନାତି ଓ ଝିଅଙ୍କ ନାମରେ ପଟ୍ଟା କରାଯିବ। ଓଡ଼ିଶା ଲ୍ୟାଣ୍ଡ ସେଟଲମେଣ୍ଟ  ରୁଲ୍ ୧୯୮୩ରେ ସଂଶୋଧନ ଅଣାଯିବ। ବିବାହିତ ଝିଅ ମାନଙ୍କୁ ଏଥିରେ ସାମିଲ କରାଯିବ ବୋଲି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି।  

ଭୂମିହୀନ ପରିଭାଷା ପରିବର୍ତ୍ତନ ହେବ । ୪ ଡିସିମିଲରୁ କମ ଥିବା ଜମି ମାଲିକଙ୍କୁ ସରକାର ଜମି ଦେବେ । କଲମ -୨ ସଂଶୋଧନ  ଅଣାଯିବ । ୨ ଡିସିମିଲ ଜାଗା ଥିବା ବ୍ୟକ୍ତି ସରକାରଙ୍କୁ ଫେରାଇ ଅନ୍ୟ ସ୍ଥାନରେ ତାଙ୍କୁ ସରକାର ୪ ଡିସିମିଲ ଜାଗା ଯୋଗେଇ ଦେବାକୁ ଯୋଜନା କରିଛି ରାଜସ୍ବ ବିଭାଗ। ଜମିହୀନଙ୍କୁ ଠାବ କରିବାକୁ ତହସିଲଦାରଙ୍କୁ ଦାୟିତ୍ଵ ଦିଆଯିବ ବୋଲି ରାଜସ୍ବ ମନ୍ତ୍ରୀ କହିଛନ୍ତି।