ପ୍ରମୂଖ ଖବର
  • ଶନିବାରଠୁ ଚାଷୀ ପଞ୍ଜୀକରଣ, ଅଗଷ୍ଟ ୨୦ ଯାଏ ଚାଲିବ ପ୍ରକ୍ରିୟା: ନଭେମ୍ବର ପ୍ରଥମ ସପ୍ତାହରୁ ଧାନକିଣା
  • ||
  • ୨୩ରେ ଲଘୁଚାପ, ୨୫ରେ ନେଇପାରେ ଅବପାତ ରୂପ: ଆଜିଠୁ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ଆଶଙ୍କା
  • ||

ସମ୍ଭାବ୍ୟ ବନ୍ୟାସ୍ଥିତି ସମୀକ୍ଷା କଲେ ମୟୂରଭଞ୍ଜ ଜିଲ୍ଲାପାଳ ଓ ବିଧାୟକ

Published By : Anindita Ratha | June 29, 2025 2:29 PM

ବେତନଟୀ,୨୯/୦୬: ଲଘୁଚାପ ଜନିତ ଲଗାଣ ବର୍ଷାରେ ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ନଦୀର ବୃଦ୍ଧି ପାଇଛି ଜଳସ୍ତର। ଏନେଇ ସମ୍ଭାବ୍ୟ ବନ୍ୟାସ୍ଥିତି ସମୀକ୍ଷା ପାଇଁ ରବିବାର ଅପରାହ୍ନରେ ବେତନଟୀ ବ୍ଲକ୍ ଅଧୀନ ନାଖରା ପୋଲଠାରେ ବୁଢାବଳଙ୍ଗ ନଦୀର ଜଳସ୍ତର ଦେଖିବା ସହିତ ସ୍ଥିତି ସମୀକ୍ଷା କରିଛନ୍ତି  ବିଧାୟକ ସନାତନ ବିଜୁଳି ଓ ମୟୂରଭଞ୍ଜ ଜିଲ୍ଲାପାଳ ହେମକାନ୍ତ ସାଏ । 

ତେବେ ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ଜିଲ୍ଲାରେ ହାଲ୍ ବେହାଲ ହୋଇପଡିଥିବା ବେଳେ ବିଭିନ୍ନ ନଦୀନାଳର ଜଳସ୍ତର ବଢ଼ିଥିବାର ଦେଖିବାକୁ ମିଳିଛି । ଏପଟେ ଜିଲ୍ଲାର ବିଭିନ୍ନ ଛୋଟ ବଡ଼ ନଦୀନାଳ କେତେକ ସ୍ଥାନରେ ଉଚ୍ଛୁଳି ବନ୍ୟାସ୍ଥିତି ସୃଷ୍ଟି ହୋଇଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ଅଧିକାରୀମାନଙ୍କୁ ଆଲର୍ଟ ରହିବାକୁ କୁହାଯାଇଛି। ତେବେ  ରବିବାର  ବିଧାୟକ ବିଜୁଳି ଏବଂ ମୟୂରଭଞ୍ଜ ଜିଲ୍ଲାପାଳ ହେମକାନ୍ତ ସାଏ ନାଖରାଠାରେ ବୁଢାବଳଙ୍ଗ ନଦୀର ଜଳସ୍ତର ସମୀକ୍ଷା କରିବା ସମୟରେ ବେତନଟୀ ଏବିଡ଼ିଓ ଗଗନ ବିହାରୀ ବେହେରା, ଅତିରିକ୍ତ ତହସିଲଦାର ଈଶ୍ୱରଚନ୍ଦ୍ର ରଣା, ରେଭିନ୍ୟୁ ସୁପରଭାଇଜର ଜଗନ୍ନାଥ ସିଂଙ୍କ ସମେତ ବଡ଼ସାହି ତହସିଲଦାର କରୁଣାକର ଧୀନ୍ଦା ଓ ଅନ୍ୟାନ୍ୟ ଅଧିକାରୀ ଏବଂ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.