ନୂଆଦିଲ୍ଲୀ : ଏ ଦୁନିଆରେ ଏମିତି କିଛି ଲୋକ ଅଛନ୍ତି, ଯାହାଙ୍କ ଠାରେ ଭବିଷ୍ୟତକୁ ଦେଖିବାର ଶକ୍ତି ଥାଏ। ବାବା ଭେଙ୍ଗା ଏମାନଙ୍କ ମଧ୍ୟରେ ଜଣେ । ତାଙ୍କର ଅନେକ ଭବିଷ୍ୟବାଣୀ ଅତୀତରେ ସଠିକ୍‌ ସାବ୍ୟସ୍ତ ହୋଇ ସାରିଛି। ବାବା ଭେଙ୍ଗାଙ୍କୁ ବାଲକନର ନୋଷ୍ଟ୍ରାଡାମସ୍‌ ମଧ୍ୟ କୁହାଯାଉ ଥିଲା। ସେ ଏକ ଏମିତି ମହିଳା ଥିଲେ, ଯିଏ ନିଜର ଆଖିରେ କିଛି ଦେଖି ପାରୁ ନଥିଲେ, ହେଲେ ଠିକ୍‌ ଭାବେ ଭବିଷ୍ୟତ କହି ପାରୁ ଥିଲେ। ବାବା ଭେଙ୍ଗା ଭବିଷ୍ୟବାଣୀ କରିଛନ୍ତି ଯେ, ୟୁରୋପରେ ୨୦୪୩ ସୁଦ୍ଧା ବଡ଼ ପରିବର୍ତ୍ତନ ଆସିବ ଏବଂ ୟୁରୋପର ୪୪ଟି ଦେଶରେ ମୁସଲିମ୍‌ ଶାସନ ସ୍ଥାପିତ ହୋଇଯିବ। 

ଏହା ବ୍ୟତୀତ ଆଗାମୀ ସମୟରେ ବାବାଭେଙ୍ଗା ଅନେକ ଭବିଷ୍ୟବାଣୀ କରିଛନ୍ତି। ସେ ଦାବି କରିଛନ୍ତି ଯେ, ଦୁନିଆର ଅନ୍ତ ୨୦୨୫ରୁ ଆରମ୍ଭ ହେବ। ହେଲେ ତାଙ୍କର ଏହା କହିବାର ହେଲା କି, ମାନବତା ୫୦୭୯ ଯାଏ ସଂପୂର୍ଣ୍ଣ ରୂପେ ଶେଷ ହେବ ନାହିଁ। ୟୁରୋପରେ ପୂର୍ବାନୁମାନିକ ସଂଘର୍ଷ ବ୍ୟତୀତ, ତାଙ୍କର ପୂର୍ବାନୁମାନ ଯେ, ୨୦୪୩ ସୁଦ୍ଧା ୟୁରୋପ ମୁସଲିମ୍‌ ଶାସନର ଅଧିନ ହୋଇଯିବ ଏବଂ ୨୦୭୬ ସୁଦ୍ଧା, ସାରା ଦୁନିଆରେ କମ୍ୟୁନିଷ୍ଟ ଶାସନ ପୁଣି ଫେରି ଆସିବ।

ଭେଙ୍ଗା ଏହି କଥା ଉପରେ ଜୋର ଦେଇ କହିଛନ୍ତି ଯେ, ଦୁନିଆ ଅନ୍ତତଃ ୫୦୭୯ରେ ଏକ ପ୍ରାକୃତିକ ଘଟଣାର କାରଣ ଶେଷ ହୋଇଯିବ। କହି ରଖୁଛି କି, ବାବା ଭେଙ୍ଗା ଦ୍ୱିତୀୟ ବିଶ୍ୱଯୁଦ୍ଧ , ସୋଭିଏତ୍‌ ୟୁନିୟନ, ଚେର୍ନାବିଲ୍‌ ଡିଜାଷ୍ଟର, ସୋଭିଏତ୍‌ ଲିଡର ଜୋଶେଫ୍‌ ଷ୍ଟାଲିନ୍‌ଙ୍କ ମୃତ୍ୟୁ , ୯/୧୧ ଆତଙ୍କୀ ହମଲା ସମେତ ଅନେକ ଘଟଣାର ସଠିକ୍‌ ଭବିଷ୍ୟବାଣୀ କରି ଥିଲେ। ଏହା ବ୍ୟତୀତ, ସେ ୨୦୦୪ରେ ଆସିଥିବା ସୁନାମୀ , ୧୯୮୫ରେ ଆସିଥିବା ଉତ୍ତରୀ ବୁଲଗେରିଆରେ ଭୂକମ୍ପ ବିଷୟରେ ମଧ୍ୟ ପୂର୍ବରୁ କହି ଦେଇ ଥିଲେ। 

ଅନ୍ୟପଟେ, ଜାପାନର ମହିଳା ରିୟୋ ତାତ୍ସୁକୀଙ୍କ ମଧ୍ୟ ଭବିଷ୍ୟବାଣୀ ଚର୍ଚ୍ଚାରେ ଅଛି। ସେ ଜୁଲାଇ ୨୦୨୫ ପାଇଁ ଭୟଙ୍କର ଭବିଷ୍ୟବାଣୀ କରିଛନ୍ତି। ଏଥିରେ କହିଛନ୍ତି ଯେ, ଜାପାନ ଓ ଏହାର ଆଖପାଖର ଦେଶରେ ଜୁଲାଇ ମାସରେ ବଡ଼ ବିପତ୍ତି ଆସି ପାରେ। ଏହା ଏକ ସୁନାମୀ ହେବ, ଯାହା ଜାପାନ ଓ ଆଖପାଖର ଅଞ୍ଚଳକୁ ନିଜ କବଳକୁ ନେଇଯିବ। ୨୦୧୧ରେ ଜାପାନରେ ଆସି ଥିବା ସୁନାମୀ ତୁଳନାରେ ଏହା ୩ଗୁଣା ବଡ଼ ହେବ।