ପ୍ରମୂଖ ଖବର
  • ବିହାରରେ ୧୭ଟି ରାଜନୈତିକ ଦଳକୁ ନିର୍ବାଚନ ଆୟୋଗଙ୍କ କାରଣ ଦର୍ଶାଅ ନୋଟିସ୍
  • ||
  • ଖନ୍ତାପଡ଼ା : ବାଇକକୁ ପଛରୁ ଧକ୍କା ଦେଲା ବସ୍ , ଅଙ୍ଗନବାଡି କର୍ମୀ ମୃତ ,ଶିକ୍ଷକ ଆହତ
  • ||
  • ମତ୍ସ୍ୟ ସେବାରେ ୨୧୭ ନୂତନ ପଦବୀ ଏବଂ ଉଦ୍ୟାନ କୃଷି ସେବାରେ ୬୭ ନୂତନ ପଦବୀ ସୃଷ୍ଟି
  • ||
  • ଦିଗପହଣ୍ଡି ଓସ୍ତାପଲ୍ଲୀରେ ବ୍ୟାପୁଛି ଝାଡାବାନ୍ତି, ମୃତ୍ୟୁ ସଂଖ୍ୟା ୨ରେ ପହଞ୍ଚିଲା
  • ||
  • ପ୍ରସିଦ୍ଧ ୟୁଟ୍ୟୁବର ମନୀଷ କଶ୍ୟପ ‘ଜନ ସୁରାଜ’ ପାର୍ଟିରେ ସାମିଲ
  • ||
  • ପ୍ରକାଶ ପାଇଲା ଯୁକ୍ତ ୨ ପ୍ରଥମ ମେଧା ତାଲିକା, କାଲିଠୁ ଆରମ୍ଭ ହେବ ନାମଲେଖା: ୨୪ରୁ ଏକାଦଶ ଶ୍ରେଣୀ ପାଠପଢ଼ା
  • ||
  • ସୁରକ୍ଷା ବାହିନୀକୁ ବଡ଼ ସଫଳତା, ଏନକାଉଣ୍ଟରରେ PLGA ବାଟାଲିୟନ ଡେପୁଟି କମାଣ୍ଡର ନିହତ
  • ||
  • ରାଜଧାନୀରୁ ୨୬୫ ଗ୍ରାମ ବ୍ରାଉନ ସୁଗର ଜବତ, ଅଭିଯୁକ୍ତ ଗିରଫ
  • ||
  • ଢେଙ୍କାନାଳ : ଫାର୍ମହାଉସ୍‌ରୁ ଶ୍ରମିକଙ୍କ ସନ୍ଦେହଜନକ ମୃତଦେହ ଉଦ୍ଧାର, ତଦନ୍ତ କରୁଛି ପୁଲିସ
  • ||
  • IT ଅଫିସରେ ହାଜର ହେଲେ ବିଶାଳ ଦାସ, କିଛି ଦିନ ପୂର୍ବରୁ ହୋଇଥିଲା ଚଢାଉ
  • ||
  • ଭଦ୍ରକ : ବିପଦ ସଂକେତ ତଳେ ବୈତରଣୀରେ ବନ୍ୟା ଜଳ, ୧୮.୦୭ ମିଟରରେ ପ୍ରବାହିତ
  • ||
  • ଅଧରପଣା ପାଇ ତୃପ୍ତ ହେବେ ଦେବାଦେବୀଙ୍କ ସମେତ ଯୋଗିନୀଗଣ, ପଣା ସଂଗ୍ରହ ଉପରେ ଲାଗିଲା କଟକଣା
  • ||
  • ଢେଙ୍କାନାଳ : ୪୦ ଟିକିଆ ହାତୀପଲ ନଦୀ ପାର ବେଳେ ଅଘଟଣ, ବ୍ରାହ୍ମଣୀ ନଦୀରେ ଭାସିଗଲେ ୩ ହାତୀ, ଦୀର୍ଘ ସମୟର ପରେ ଉଦ୍ଧାର
  • ||
  • ରଥାରୂଢ଼ ଠାକୁରଙ୍କୁ ଅଧର ପଣା ଭୋଗ ଅର୍ପଣ ନୀତି, ଆଜି ପାର୍ଶ୍ୱଦେବାଦେବୀ ଓ ଅଶରୀରଙ୍କୁ ହେବ ସମର୍ପଣ
  • ||
  • ବାଲେଶ୍ୱର : ବାଗୁଡ଼ି ଯୋଡ଼ାମ୍ବ ଛକ SBI ଏଟିଏମ୍‌ରୁ ଲୁଟ୍, ଗ୍ୟାସ୍‌ କଟରରେ ଏଟିଏମ୍‌ କାଟି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ବଙ୍ଗୋପସାଗରେ ଲଘୁଚାପ ସକ୍ରିୟ; ଆଜି ୭ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ଅରେଞ୍ଜ, ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ||

ବିଜେପି ସାଙ୍ଗଠନିକ ନିର୍ବାଚନ : ମନମୋହନ ସାମଲ ରିପିଟ୍ ନା ଆଉ କିଏ ? ଆଜି ସଭାପତି ପଦ ପାଇଁ ନାମାଙ୍କନ

Published By : Prameya | July 7, 2025 8:41 AM

ଭୁବନେଶ୍ୱର,୦୭/୦୭:  ମନମୋହନ ସାମଲ ରାଜ୍ୟ ସଭାପତି ପଦରେ ରିପିଟ୍‌ ହେବେ ନା ଆଉ କିଏ ନୂଆ ମୁଖିଆ ହେବେ? ପଶ୍ଚିମବଙ୍ଗ ଫର୍ମୁଲାରେ ନୂଆ ନେତାଙ୍କୁ ଦାୟିତ୍ୱ ଦିଆଯିବ ନା ଏବେକାର ସଭାପତି ପୁଣି ଥରେ ନାମାଙ୍କନ ଭରିବେ? କାହା  ମୁଣ୍ଡରେ ସୁନା କଳସ ଢାଳିବ ଦଳ?  କିଏ ଧରିବ ଓଡ଼ିଶା ବିଜେପିର ମଙ୍ଗ?  ଏହାକୁ ନେଇ ଏବେ ରାଜନୈତିକ  ମହଲରେ ଚର୍ଚ୍ଚା ଜୋର୍‌ ଧରିଛି ।  

ବିଜେପିର ନୂଆ ସଭାପତି କିଏ  ହେବେ, ସୋମବାର ସୁଦ୍ଧା ସେହି  ଚିତ୍ର ସ୍ପଷ୍ଟ ହୋଇଯିବ । ଅନ୍ୟ ରାଜ୍ୟର ବିଜେପି ରାଜ୍ୟ ସଭାପତି ନିର୍ବାଚନକୁ ଦେଖିଲେ ଏଥିରେ ଏକାଧିକ ନେତା ଗୋଟିଏ ପଦ ପାଇଁ ନାମାଙ୍କନ ଭରିବାର ପରମ୍ପରା ନାହିଁ । ଅର୍ଥାତ୍‌ କେନ୍ଦ୍ରରୁ ଯାହା  ନାଁ ଉପରେ ଚୂଡ଼ାନ୍ତ ମୋହର ବାଜିବ, ସେ ହିଁ ରାଜ୍ୟ ବିଜେପି ପାଇଁ ନାମାଙ୍କନ ଭରିବେ ଓ ମୁଖିଆ ନିର୍ବାଚିତ ହେବେ । ତେବେ ପଡ଼ୋଶୀ ପଶ୍ଚିମବଙ୍ଗ ଫର୍ମୁଲା ଭଳି ଏଥର ଦଳ ନୂଆ ନେତାଙ୍କୁ ଦାୟିତ୍ୱ  ଦେଇପାରେ ବୋଲି ଶୁଣିବାକୁ ମିଳୁଛି ।  କିନ୍ତୁ ଆଉ କିଛି ନେତା ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି, ମନମୋହନ  ପୁଣି ରିପିଟ୍‌ ହୋଇପାରନ୍ତି । ତାଙ୍କ  ନେତୃତ୍ୱରେ ଦଳ ପ୍ରଥମ ଥର ପାଇଁ  ସରକାର କରିଛି । ଏଣୁ ସେ ପୁଣି  ପୁରସ୍କୃତ ହେବେ ।  

ରବିବାର ବିଜେପି ପକ୍ଷରୁ ଚୂଡ଼ାନ୍ତ  ମତଦାତା ତାଲିକା ପ୍ରକାଶ ପାଇଛି ।  ରାଜ୍ୟ ସଭାପତି ଓ ରାଷ୍ଟ୍ରୀୟ ପରିଷଦ  ନିର୍ବାଚନ ପାଇଁ ଗୋଟିଏ ତାଲିକା ବାହାରିଛି । ଏଥିରେ ୨୭୩ ଜଣଙ୍କ ନାଁ  ରହିଛି । ଏହି ମତଦାତା ତାଲିକାରେ  ଦଳର ବହୁ ତୃଣମୂଳସ୍ତରର ନେତାଙ୍କ  ସହିତ ଅଳ୍ପ କିଛି ବିଧାୟକ ଓ ସାଂସଦ  ରହିଛନ୍ତି । ୭ ତାରିଖ ବା ସୋମବାର  ଦିନ ୧୧ଟାରୁ ୨ଟା ଯାଏ ନାମାଙ୍କନପତ୍ର  ଦାଖଲ କରାଯିବ । ଅପରାହ୍ନ ୨ଟାରୁ  ୩ଟା ମଧ୍ୟରେ ନାମାଙ୍କନ ଉପରେ ଆପତ୍ତି  ଅଭିଯୋଗର ଯାଞ୍ଚ ହେବ । ଅପରାହ୍ନ  ୪ଟା ସୁଦ୍ଧା ଅନ୍ତିମ ପ୍ରାର୍ଥୀ ସୂଚୀ ପ୍ରକାଶ  ପାଇବ ଓ ଚିହ୍ନ ବଣ୍ଟାଯିବ । ଯଦି  କୌଣସି ପଦରେ ଏକାଧିକ ପ୍ରାର୍ଥୀ  ନାମାଙ୍କନ କରିବେ ତେବେ ୮ ତାରିଖ  ବା ମଙ୍ଗଳବାର ଭୋଟିଂ ହେବ । ସକାଳ  ୯ଟାରୁ ୧୧ଟା ଯାଏ ମତଦାନ ଚାଲିବ ।  ଦିନ ସାଢ଼େ ୧୧ଟା ସୁଦ୍ଧା ଚୂଡ଼ାନ୍ତ  ଫଳାଫଳ ଘୋଷଣା କରାଯିବ ବୋଲି  ରାଜ୍ୟ ନିର୍ବାଚନ ଅଧିକାରୀ ପ୍ରତାପ ଷଡ଼ଙ୍ଗୀ ନୋଟିସ୍‌ ଜାରି କରିଛନ୍ତି ।  ନିର୍ବାଚନ ପାଇଁ ବିଜେପି ରାଜ୍ୟ  ପ୍ରଭାରୀ ବିଜୟ ପାଲ ସିଂ ତୋମାର  ଓ ସହପ୍ରଭାରୀ ଲତା ଉସେଣ୍ଡି ଭୁବନେଶ୍ୱରରେ ପହଞ୍ଚିଛନ୍ତି । ନିର୍ବାଚନର  ପର୍ଯ୍ୟବେକ୍ଷକ ଦାୟିତ୍ୱରେ ଥିବା କେନ୍ଦ୍ର  ନିର୍ବାଚନ ଅଧିକାରୀ ତଥା ବିହାର  ସାଂସଦ ସଞ୍ଜୟ ଜୟସ୍ୱାଲ ସୋମବାର  ରାଜଧାନୀରେ ପହଞ୍ଚିବେ । 

ଶ୍ରୀ ତୋମାର  କହିଛନ୍ତି, ନିର୍ବାଚନ ଗଣତାନ୍ତ୍ରିକ  ପଦ୍ଧତିରେ ହେବ । ଯଦି ଜଣେ ପ୍ରାର୍ଥୀ  ହୁଅନ୍ତି ତେବେ ସର୍ବସମ୍ମତି ଭାବେ ତାଙ୍କ  ନାଁ ଘୋଷଣା କରାଯିବ । ରାଜ୍ୟ ସଭାପତି  ମନମୋହନ ସାମଲ କହିଛନ୍ତି, ଆମ  ବ୍ୟବସ୍ଥା ଓ ବିଚାରଧାରାରେ ବ୍ୟକ୍ତିଗତ  ଶ୍ରେୟ ନାହିଁ । ରାଜ୍ୟ ସଭାପତି ନେଇ  ଆମ ଦଳ ନିଷ୍ପତ୍ତି ନେବ । ମୁଁ ଜଣେ  ସାଧାରଣ କାର୍ଯ୍ୟକର୍ତ୍ତା ଭାବେ ଦଳ ପାଇଁ  କାମ କରୁଛି ଓ ଆଗକୁ ବି କରିବି । 

 ବରିଷ୍ଠ ନେତା ଜୟନାରାୟଣ ମିଶ୍ର  କହିଛନ୍ତି, ଆଗକୁ ବିଜେପିର ଏକ ସ୍ୱତନ୍ତ୍ର  ଟିମ ହେବ । ସରକାର ଆଉ ସଂଗଠନ  ଭିତରେ ସମନ୍ୱୟ ରଖିବାକୁ ଏହି ଟିମ୍‌  କାମ କରିବ । ମୁଁ ରାଜ୍ୟ ସଭାପତି ପାଇଁ  ଆଶାୟୀ ନାହିଁ । ମୋତେ ଯାଚି କି ଦେଲେ  ବି ମୁଁ ସଭାପତି ହେବିନି ବୋଲି ସେ  କହିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.