ଭୁବନେଶ୍ବର ୧୬/୦୩: ବିଶିଷ୍ଟ କବି ପଦ୍ମଭୂଷଣ ରମାକାନ୍ତ ରଥଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଶୋକ ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ ଏକ୍ସ ପୋଷ୍ଟରେ ଲେଖିଛନ୍ତି, ପଦ୍ମ ଭୂଷଣ ପୁରସ୍କାରପ୍ରାପ୍ତ ରମାକାନ୍ତ ରଥଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ପ୍ରଶାସନିକ ସେବା ସହ ସାହିତ୍ୟ ଜଗତରେ ଅବଦାନ ପାଇଁ ସ୍ମରଣୀୟ ରହିବେ। ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ଶେଷକୃତ୍ୟ ସମ୍ପନ୍ନ ହେବ। ସ୍ବର୍ଗତ ରଥଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗ ସମବେଦନା ଜଣାଉଛନ୍ତି ମୁଖ୍ୟମନ୍ତ୍ରୀ। 




ସେହିଭିଳି ପଦ୍ମଭୂଷଣ ରମାକାନ୍ତ ରଥଙ୍କ ବିୟୋଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଶୋକପ୍ରକାଶ କରିଛନ୍ତି। ସେ ଏକ୍ସ ପୋଷ୍ଟରେ ଲେଖିଛନ୍ତି ତାଙ୍କ ବିୟୋଗ ଖବର ଶୁଣି ମୁଁ ମର୍ମାହତ ହୋଇଛି। ଓଡ଼ିଆ ସାହିତ୍ୟ ଜଗତକୁ ସୁସମୃଦ୍ଧ କରିବାରେ ତାଙ୍କ ଯୋଗଦାନ ଅକଳ୍ପନୀୟ ଥିଲା।



ସେହିଭିଳି ମାନ୍ୟବର ରାଜ୍ୟପାଳ ଡ. ହରିବାବୁ କୁମ୍ଭପତି ଶେକ ପ୍ରକାଶ କରିଛନ୍ତି। ପୂର୍ବତନ ପ୍ରଶାସନିକ ଅଧିକାରୀ ତଥା ସାହିତ୍ୟିକ ପଦ୍ମ ଭୂଷଣ ରମାକାନ୍ତ ରଥଙ୍କ ବିୟୋଗରେ ଦୁଃଖପ୍ରକାଶ କରି ତାଙ୍କର ଅମର ଆତ୍ମାର ସଦଗତି ନିମନ୍ତେ ପ୍ରାର୍ଥନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗ ପ୍ରତି ସମବେଦନା ଜଣାଇଛନ୍ତି।


ବିଶିଷ୍ଟ କବି ରମାକାନ୍ତ ରଥଙ୍କ ପରଲୋକ । ଭୁବନେଶ୍ବର ଖାରବେଳନଗର ବାସଭବନରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ୯୧ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି । ଶ୍ରୀରାଧା, ଶ୍ରୀପଳାତକ ପାଇଁ ପାଇଥିଲେ ପ୍ରସିଦ୍ଧି। ଆଧୁନିକ କାବ୍ୟ ସାହିତ୍ୟର ଅନ୍ୟତମ ସ୍ରଷ୍ଟା ଥିଲେ। ୨୦୦୬ରେ ପଦ୍ମଭୂଷଣ ସମ୍ମାନରେ ସମ୍ମାନିତ ହୋଇଥିଲେ। ଶ୍ରୀରାଧା, ସନ୍ଦିଗ୍ଧ ମୃଗୟା, ସପ୍ତମ ଋତୁ ପାଇଁ  ପାଇଥିଲେ କେନ୍ଦ୍ର ସାହିତ୍ୟ ପୁରସ୍କାର ସମ୍ମାନିତ ହୋଇଥିଲେ । ସେହିଭିଳି ‘ସଚିତ୍ର ଅନ୍ଧାର’ ପାଇଁ ମିଳିଛି ସାରଳା ପୁରସ୍କାର ପାଇଥିଲେ। 

ସ୍ବର୍ଗତ ରଥଙ୍କ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ଶେଷକୃତ୍ୟ ନେଇ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା କରିଛନ୍ତି। ପୁଅ ଓଡ଼ିଶା ଫେରିବା ପରେ ଆସନ୍ତାକାଲି ପୁରୀ ସ୍ବର୍ଗଦ୍ବାରରେ ଶେଷକୃତ୍ୟ ସମ୍ପନ୍ନ ହେବ ବୋଲି ସୂଚନା ମିଳିଛି।

ପରଲୋକରେ ଓଡ଼ିଆ ସାହିତ୍ୟର ଆଧୁନିକ କବି ରମାକାନ୍ତ ରଥ, ୯୧ ବର୍ଷରେ ଦେହାନ୍ତ