ବଲାଙ୍ଗୀର, ୨୬/୦୫: ବଲାଙ୍ଗୀର ଜିଲ୍ଲା ସଇନ୍ତଳା ଥାନା ଟିକ୍ରାପଡ଼ା ଫାଣ୍ଡି ଅଞ୍ଚଳ ମର୍ମନ୍ତୁଦ ଦୁର୍ଘଟଣା । ସଇଁତଳା ରାସ୍ତାର ଝିଙ୍କିଡୁଙ୍ଗୁରି ବଡ଼ ଘାଟି ବୁଲାଣୀରେ ଦୁର୍ଘଟଣା ଘଟିଛି । ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଭାବେ ଆହତ ହୋଇଛନ୍ତି । ମୃତକ ହେଲେ ତୁରକେଲା ଥାନା କୁମେମୁଣ୍ଡା ଗାଁର ବିଷ୍ଣୁ ଭୋଇଙ୍କ ପୁଅ ଡିଙ୍ଗର ଭୋଇ( ୨୭) । ଏହି ଦୁର୍ଘଟଣାରେ ସଇଁତଳା ଥାନା ଗୁର୍ଲ୍ଲାମାଲ ଗାଁର ଦେବରାଜ ସାହୁଙ୍କ ପୁଅ ପିତାମ୍ବର ସାହୁ ( ୨୮) ଆହତ ହୋଇଛନ୍ତି ।
ସୂଚନା ମୁତାବକ, ଡିଙ୍ଗର ଭୋଇ ଏବଂ ପିତାମ୍ବର ସାହୁ କଣ୍ଟାବାଞ୍ଜିରୁ ଘୂର୍ଲ୍ଲାମାଲକୁ ଫେରୁଥିଲେ । ଫେରିବା ବେଳେ ରାସ୍ତା ପାର୍ଶ୍ୱରେ ଥିବା ଏକ ବିଦ୍ୟୁତ ଖୁଣ୍ଟରେ ସ୍କୁଟି ପିଟି ହୋଇଥିଲା । ଫଳରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଆହତ ହୋଇଥିଲେ । ଆହତଙ୍କୁ ଉଦ୍ଧାର କରି ସଇଁନ୍ତଳା ଡାକ୍ତରଖାନରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ଏନେଇ ଖବର ପାଇବା ପରେ ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଏହା ସହ ଉକ୍ତ ଗାଡ଼ିଟିକୁ ଜବତ କରି ଘଟଣାର ତଦନ୍ତ ଚଳାଇଛି ପୁଲିସ ।