ପ୍ରମୂଖ ଖବର
  • ଭଦ୍ରକ : ବିଦ୍ୟୁତ ଆଘାତରେ ମାମୁଁ -ଭଣଜା ମୃତ
  • ||
  • ବାଲେଶ୍ବର ଏଫଏମ କଲେଜ ପୀଡିତା ଛାତ୍ରୀଙ୍କ ମୃତ୍ୟୁ ଘଟଣା, ୟୁଜିସିର ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ
  • ||
  • ଆସନ୍ତାକାଲି ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା ଦେଲା ବିଜେଡି, ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ
  • ||
  • ସ୍ପେଶ ଡ୍ରାଗନ୍‌ର ସଫଳ ଅବତରଣ, ମହାକାଶରୁ ଫେରିଲେ ଶୁଭାଂଶୁ ଶୁକ୍ଳା ସମେତ ୪ ମହାକାଶଚାରୀ
  • ||
  • ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟ୍ ବୈଠକ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ୩ ମାସ ବଢ଼ିଲା ରାସନ କାର୍ଡ ଇ-କେୱାଇସି ଅବଧି, ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର
  • ||
  • ନିରବୀ ଗଲା ସୌମ୍ୟାଶ୍ରୀଙ୍କ ସ୍ୱର, ଗାଁ ମଶାଣିରେ ପଞ୍ଚଭୂତରେ ଲୀନ ​ହୋଇଗଲା ପାର୍ଥିବ ଶରୀର
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ଆସନ୍ତା ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ
  • ||
  • ସ୍ପେସ୍‌ ଷ୍ଟେସନରୁ ଫେରୁଛନ୍ତି ଶୁଭାଂଶ ଶୁକ୍ଳା, ଆଜି କାଲିଫର୍ଣ୍ଣିଆ ତଟରେ ଜଳାବତରଣ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

ଲମତାପୁଟରେ ଅପରେସନ୍‌ ଗ୍ରୀନ୍‌ କ୍ଲିନ୍‌, ୩୮ଏକର ଜମିରୁ ଗଞ୍ଜେଇ ଚାଷ ନଷ୍ଟ

Published By : Harapriya Sethi | November 22, 2024 12:11 PM

ଲମତାପୁଟ, ୨୨/୧୧: ଲମତାପୁଟରେ ଅପରେସନ ଗ୍ରୀନ୍‌ କ୍ଲିନ୍‌ ।  ଗଞ୍ଜେଇ ଚାଷକୁ ବିରୋଧ କରି ୩୮ ଏକର ଜମିର ଗଞ୍ଜେଇ ଚାଷ ନଷ୍ଟ କଲା ପୋଲିସ । ମାଛକୁଣ୍ଡ, ଲମତାପୁଟ, ଜଲାପୁଟ ପୋଲିସ ଏବଂ କୋରାପୁଟ ଅବକାରୀ ବିଭାଗର ମିଳିତ ଭାବରେ ମାଛକୁଣ୍ଡ ଥାନା ଅଧୀନ ଥିବା ବାଲେଲ ପଞ୍ଚାୟତର ପାଲମ୍ ଗ୍ରାମ ନିକଟସ୍ଥ ଅଞ୍ଚଳରେ ଗଞ୍ଜେଇ ଗଛ ନଷ୍ଟ କରାଯାଇଛି । ସ୍ଥାନୀୟ ମାଜିଷ୍ଟେଟଙ୍କ ଉପସ୍ଥିରେ ପ୍ରାୟ ୫୩ ହଜାର ୨୦୦ ଗଞ୍ଜେଇ ଗଛ ନଷ୍ଟ କରାଯାଇଛି । ଏହାର ମୂଲ୍ୟ ପ୍ରାୟ ୩ କୋଟିରୁ ଉର୍ଦ୍ଧ ଟଙ୍କାର ଗଞ୍ଜେଇ ହେବା ନେଇ ପୋଲିସ ସୂଚନା ଦେଇଛି । 

ଗୋଇନ୍ଦା ସୂଚନାକୁ ଆଧାର କରି କୋରାପୁଟ ଏସପିଙ୍କ ନିର୍ଦେଶ କ୍ରମେ ଅପେରସନ ଗ୍ରୀନ କ୍ଳୀନ ଜାରି ରହିଛି । ଏହି ଅଞ୍ଚଳଟି ସମ୍ପୂର୍ଣ ଜଙ୍ଗଲ ଅଞ୍ଚଳ ହୋଇ ଥିବାରୁ ଚାଷୀଙ୍କ ସଚେତନତା ଅଭାବରୁ ଏଠାରେ ଦୀର୍ଘ ବର୍ଷ ଧରି ଚାଷୀ ଗଞ୍ଜେଇ ଚାଷ କରାଯାଉଛି । ପୂର୍ବରୁ ଏହି ଅଞ୍ଚଳ ମାଓ ପ୍ରଭାବିତ ଅଞ୍ଚଳ ହୋଇଥିବାରୁ ଡିବିଏଫ ଫୋର୍ସ ମୁତୟନ କରି ମାଛକୁଣ୍ଡ ଏବଂ କୋରାପୁଟ ଅବକାରୀ ମିଳିତ ଉଦ୍ୟମରେ ଏତେ ପରିମାଣରେ ଗଞ୍ଜେଇ ଚାଷ ନଷ୍ଟ କରିବାରେ ସଫଳତା ମିଳିଛି । ଏହି ଗଞ୍ଜେଇ ଚାଷ ଜଙ୍ଗଲ ଜମି ନା ମାଲିକାନା ଜମିରେ ହୋଇଛି, ତାହା ସ୍ଥାନୀୟ ଆରଆଇଙ୍କ ରିପୋର୍ଟ ମିଳିବା ପରେ ଜଣାପଡିବ । ଯଦି ସେହି ଜମି ମାଲିକାନା ଜମି ହୋଇଥାଏ ତାହାଲେ, ସମ୍ପୃକ୍ତ ଜମି ମାଲିକଙ୍କ ନାମରେ ମାମଲା ରୁଜୁ ହେବ ବୋଲି ନନ୍ଦପୁର ଏସଡିପିଓ ସୂଚନା ଦେଇଛନ୍ତି l

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.