ପ୍ରମୂଖ ଖବର
  • ମେକ୍ସିକୋ ଏବଂ ଇୟୁ ଉପରେ ଟାରିଫ୍‌ ବୋମା ପକାଇଲେ ଟ୍ରମ୍ପ, ଲାଗିବ ୩୦ ପ୍ରତିଶତ ଶୁଳ୍କ
  • ||
  • ପ୍ରଥମ ଥର ଟି-୨୦ ବିଶ୍ୱକପ୍ ପାଇଁ ଯୋଗ୍ୟତା ଅର୍ଜନ କଲା ଇଟାଲୀ, ନେଦରଲ୍ୟାଣ୍ଡସକୁ ବି ମିଳିଲା ସୁଯୋଗ
  • ||
  • ଏଫଏମ କଲେଜ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣା ; କଲେଜ ଅଧ୍ୟକ୍ଷ ନିଲମ୍ବିତ, ଏଚଓଡି ଗିରଫ
  • ||
  • ବ୍ରହ୍ମପୁର ରେଳ ଷ୍ଟେସନରୁ ୨ ଜଣଙ୍କ ମୃତଦେହ ଉଦ୍ଧାର, ବିଷ ପିଇ ଜୀବନ ହାରିଥିବା ସନ୍ଦେହ
  • ||
  • ନୀଳଗିରି ବ୍ଲକ ତେଲିପାଳ ପଞ୍ଚାୟତ ଋଷିଆ କେନାଲରେ ଅଘଟଣ, ବଜ୍ରପାତରେ ୩ ମୃତ
  • ||
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

କାଲି ଉଠାଉ ଥିଲେ ଅଫିସ ଫାଇଲ୍ , ଆଜି ହୋଇଗଲେ ଅଫିସର ; ଏକ ସଂଘର୍ଷ ଓ ସଫଳତାର କାହାଣୀ

Published By : Prameya | December 6, 2024 5:58 PM

ରାୟପୁର : ମଣିଷ ଯଦି ଲକ୍ଷ୍ୟ ହାସଲ କରିବାକୁ ମନରେ ସଙ୍କଳ୍ପ କରିନିଏ ତ , କିଛି ବି ଅସମ୍ଭବ ନୁହେଁ। ଏମିତି ହିଁ କିଛି କରି ଦେଖାଇଛନ୍ତି ଛତିଶଗଡ଼ର ଜଣେ ବ୍ୟକ୍ତି,ଯିଏକି ଅଫିସରେ ପିଅନ ଭାବେ କାମ କରନ୍ତି। ସେ ଦୃଢ ଇଚ୍ଛା ଶକ୍ତ ଓ କଠିନ ପରିଶ୍ରମ ଦ୍ୱାରା ଛତିଶଗଡ଼ ଲୋକ ସେବା ଆୟୋଗ (ସିଜିପିଏସସି)ର ପରୀକ୍ଷାରେ ସଫଳତା ହାସଲ କରିଛନ୍ତି ଏବଂ ଯୁବପିଢିଙ୍କ ପାଇଁ ଏକ ଉଦାହରଣ ପାଲଟି ଯାଇଛନ୍ତି।

ଛତିଶଗଡ଼ର ରାଜଧାନୀ ରାୟପୁର ସ୍ଥିତ ରାଷ୍ଟ୍ରୀୟ ପ୍ରଯୁକ୍ତିବିଦ୍ୟା ସଂସ୍ଥା (ଏନଆଇଟି)ରେ ବିଟେକ କରି ରାଜ୍ୟ ଲୋକ ସେବା ଆୟୋଗ ( ସିଜିପିଏସସି) କାର୍ଯ୍ୟାଳୟରେ ପିଅନ ପଦରେ କାର୍ଯ୍ୟରତ ଶୈଳେନ୍ଦ୍ର କୁମାର ବାନ୍ଧେ, କଠିନ ପରିଶ୍ରମ କରି ରାଜ୍ୟ ଲୋକ ସେବା ପରୀକ୍ଷା ପାସ୍ କରି ଅଧିକାରୀ ହେବାର ସ୍ୱପ୍ନ ପୂରା କରିଛନ୍ତି। ବାନ୍ଧେ ରାଜ୍ୟର ସେହି ଯୁବପିଢିଙ୍କ ପାଇଁ ପ୍ରେରଣାର ଉତ୍ସ ସାଜିଛନ୍ତି, ଯିଏ ଏହି ପରୀକ୍ଷାର ପ୍ରସ୍ତୁତିରେ ଲାଗିଛନ୍ତି। 

 ଶୈଳେନ୍ଦ୍ରଙ୍କୁ ଏହି ସଫଳତା ସହଜରେ ମିଳି ନାହିଁ । ସେ ନିଜର ୫ମ ପ୍ରୟାସରେ ସିଜିପିଏସସି -୨୦୨୩ ପରୀକ୍ଷା ପାସ୍‌ କରିଛନ୍ତି, ଯାହାର ରେଜଲ୍ଟ ଗତ ସପ୍ତାହରେ ଘୋଷିତ ହୋଇଥିଲା। ତାଙ୍କୁ ସାଧାରଣ ଶ୍ରେଣୀରେ ୭୩ ତମ ରାଙ୍କ୍‌ ଓ ସଂରକ୍ଷିତ ଶ୍ରେଣୀରେ ଦ୍ୱିତୀୟ ରାଙ୍କ ମିଳିଛି। ଏବେ ତାଙ୍କର ନିଯୁକ୍ତି ସହାୟକ କମିଶନର (ରାଜ୍ୟ ଟିକସ)ର ପଦରେ ହେବ। ଶୈଳେନ୍ଦ୍ର ନିଜର ଏହି ସଫଳତାର ଶ୍ରେୟ ନିଜ ମାତା ପିତାଙ୍କୁ ଦେଇ କହିଛନ୍ତି - ମାତା ପିତାଙ୍କ ବିନା ସାହାଯ୍ୟରେ ଏମିତି କରି ପାରି ନଥାନ୍ତେ , ଯିଏକି ପ୍ରତି ନିଷ୍ପତ୍ତିରେ ତାଙ୍କ ସାଥିରେ ରହିଛନ୍ତି। 

ଶୈଳେନ୍ଦ୍ର ଶୁକ୍ରବାର ପିଟିଆଇ-ଭିଡ଼ିଓକୁ କହିଛନ୍ତି,  ଚଳିତ ବର୍ଷ ମେ ମାସରେ ମୋତେ ସିଜିପିଏସସି କାର୍ଯ୍ୟାଳୟରେ ପିଅନ ପଦରେ ନିଯୁକ୍ତି ଦିଯା ଯାଇଥିଲା। ମୁଁ ଏହି ବର୍ଷ ଫେବ୍ରୁଆରୀରେ ଆୟୋଜିତ ସିଜିପିଏସସି -୨୦୨୩ ପ୍ରାରମ୍ଭିକ ପରୀକ୍ଷା ପାସ୍‌ କରିଥିଲି। ଏହାପରେ ମୁଁ ମୁଖ୍ୟ ପରୀକ୍ଷାର ପ୍ରସ୍ତୁତି ଜାରି ରଖିଲି , କାରଣ ମୁଁ ଅଧିକାରୀ ହେବାକୁ ଚାହୁଁ ଥିଲି। 

ଅନୁସୂଚିତ ଜାତି ସଂପ୍ରଦାୟରୁ ଆସିଥିବା ଶୈଳେନ୍ଦ୍ର ରାଜ୍ୟର ବିଳାସପୁର ଜିଲ୍ଲାର ବିଟିକୁଲୀ ଗାଁର ଏକ କୃଷକ ପରିବାରରେ ଜନ୍ମିତ। ଏବେ ସେ ରାୟପୁରରେ ରହୁଛନ୍ତି। ବାନ୍ଧେ କହିଛନ୍ତି - ସେ ରାୟପୁରରେ ନିଜର ସ୍କୁଲ୍‌ ଶିକ୍ଷା ଶେଷ କରିଛନ୍ତି ଏବଂ ନ୍ୟାସନାଲ ଇନଷ୍ଟିଟ୍ୟୁଟ୍‌ ଅଫ୍ ଟେକ୍ନୋଲଜି(ଏନଆଇଟି) ରାୟପୁରରେ ମେକାନିକାଲ ଇଂଜିନିୟରିଂରେ ବିଟେକ୍‌ ପଢିଛନ୍ତି।

ଏକ ପ୍ରତିଷ୍ଠିତ ସଂସ୍ଥାନରୁ ଇଂଜିନିୟରିଂ  ପଢି ସାରିବା ପରେ ତାଙ୍କୁ ଏକ ପ୍ରମୁଖ ଘରୋଇ ଫାର୍ମରେ ଚାକିରି ମିଳି ପାରିଥାନ୍ତା , କିନ୍ତୁ ସେ ପ୍ଲେସମେଣ୍ଟ ଇଣ୍ଟରଭ୍ୟୁରେ ସାମିଲ ନହେବାର ନିଷ୍ପତ୍ତି ନେଲେ। ସେ ସରକାରୀ ଚାକିରି କରିବାକୁ ଚାହୁଁ ଥିଲେ। ଶୈଳେନ୍ଦ୍ର କହିଛନ୍ତି , ତାଙ୍କୁ ଏନଆଇଟି ରାୟପୁରରେ ନିଜର ଏକ ସୁପର ସିନିୟର ହିମାଚଳ ସାହୁଙ୍କ ଠାରୁ ପ୍ରେରଣା ମିଳିଥିଲା, ଯିଏକି ସିଜିପିଏସସି -୨୦୧୫ ପରୀକ୍ଷାରେ ପ୍ରଥମ ରାଙ୍କ୍‌ ହାସଲ କରି ଥିଲେ। 

ଶୈଳେନ୍ଦ୍ର କହିଛନ୍ତି , ମୁଁ ପ୍ରଥମ ପ୍ରୟାସରେ ପ୍ରାରମ୍ଭିକ ପରୀକ୍ଷାରେ ଅସଫଳ ରହିଲି ଏବଂ ପରବର୍ତ୍ତୀ ପ୍ରୟାସରେ ମୁଁ ମୁଖ୍ୟ ପରୀକ୍ଷା ପାସ୍ କରି ପାରି ନଥିଲି। ୩ୟ ଓ ୪ର୍ଥ ପ୍ରୟାସରେ ସାକ୍ଷାତ୍କାର ପାଇଁ ଯୋଗ୍ୟ ବିବେଚିତ ହେଲି , କିନ୍ତୁ ଏଥିରେ ସଫଳ ହୋଇ ପାରିଲି ନାହିଁ। ଶେଷରେ ୫ମ ପ୍ରୟାସରେ ମୋତେ ସଫଳତା ମିଳିଲା। 

ଶୈଳେନ୍ଦ୍ରଙ୍କ କହିବାନୁସାରେ, ସିଜିପିଏସସିର ପରୀକ୍ଷାର ପ୍ରସ୍ତୁତିରେ ଲଗାତାର ଗୋଟିଏ ପରେ ଗୋଟିଏ ବର୍ଷ ବିତିବା ବେଳେ ତାଙ୍କୁ ପିଅନର ଚାକିରି ବାଛିବାକୁ ପଡ଼ିଲା, କାରଣ ପରିବାର ପ୍ରତିପୋଷଣ ପାଇଁ ଅର୍ଥର ଆବଶ୍ୟକ ଥିଲା। ଏହାସହ ହିଁ ସେ ରାଜ୍ୟ ସିଭିଲ ସେବା ପରୀକ୍ଷାର ପ୍ରସ୍ତୁତି ବି ଜାରି ରଖି ଥିଲେ। 

ତାଙ୍କୁ ଯେବେ ପଚରା ଯାଇଥିଲା, ପିଅନ ଭାବେ କାମ କରିବାରେ ତାଙ୍କୁ ଅସହଜ ଅନୁଭବ ହେଉଛି କି ? ଏହାର ଜବାବରେ ସେ କହିଥିଲେ , କୌଣସି ବି ଚାକିରି ଛୋଟ ବଡ଼ ନୁହେଁ , କାରଣ ପ୍ରତି ପଦର ନିଜର ମହତ୍ତ୍ୱ ରହିଥାଏ। ତାହା ପିଅନ ଚାକିରି ହେଉ ବା ଡେପୁଟୀ କଲେକ୍ଟର , ପ୍ରତି ଚାକିରିରେ ସଚ୍ଚୋଟତା ଓ ପୂରା ଦାୟିତ୍ୱର ସହ କାମ କରିବାକୁ ହୋଇଥାଏ।

ଶୈଳେନ୍ଦ୍ର କୁହନ୍ତି , କିଛି ଲୋକ ମୋତେ ସହ୍ୟ କରି ପାରୁ ନଥିଲେ ଏବଂ ପିଅନ ଭାବେ କାମ କରିବା ନେଇ ମୋର ମଜାକ ଉଡ଼ାଉ ଥିଲେ। କିନ୍ତୁ ମୁଁ ତାଙ୍କ କଥାକୁ ଧ୍ୟାନ ଦେଇ ନଥିଲି । ମୋ ମାତା-ପିତା, ପରିବାର ଓ କାର୍ଯ୍ୟାଳୟ ସର୍ବଦା ମୋର ସହ ଥିଲେ । ମୋତେ ଉତ୍ସାହିତ କରିଥିଲେ। ଶୈଳେନ୍ଦ୍ରଙ୍କ ପିତା ସନ୍ତରାମ ବାନ୍ଧେ ଜଣେ କୃଷକ । ସେ କୁହନ୍ତି ନିଜ ପୁଅର କଠିନ ପରିଶ୍ରମ ଓ ସମର୍ପଣକୁ ସଲାମ କରୁଛି। ସେ ଅଫିସର ହେବାକୁ ଗତ ୫ବର୍ଷ ହେବ ଖୁବ୍‌ ପ୍ରସ୍ତୁତି କରିଥିଲେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.