ପ୍ରମୂଖ ଖବର
  • ବୟକଟ୍ ଇଣ୍ଡିଆରୁ ୱେଲକମ୍ ମୋଦି, ମାଳଦ୍ଵୀପ ବିମାନ ବନ୍ଦରରେ ମୋଦିଙ୍କୁ ସ୍ଵାଗତ କଲେ ମୁଇଜ୍ଜୁ
  • ||
  • ଉପରାଷ୍ଟ୍ରପତି ନିର୍ବାଚନ ପ୍ରକ୍ରିୟା ଆରମ୍ଭ : ରିଟର୍ଣ୍ଣିଂ ଏବଂ ଆସିଷ୍ଟାଣ୍ଟ ରିଟର୍ଣ୍ଣିଂ ଅଫିସରଙ୍କୁ ନିଯୁକ୍ତ କଲେ ନିର୍ବାଚନ ଆୟୋଗ
  • ||
  • ଅଶ୍ଳୀଳ କଣ୍ଟେଣ୍ଟ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ : ୨୫ ଭିଡିଓ ପ୍ଲାଟଫର୍ମକୁ ବ୍ୟାନ୍ କଲେ କେନ୍ଦ୍ର ସରକାର
  • ||
  • ବଳଙ୍ଗା ନାବାଳିକା ପୋଡ଼ି ଘଟଣାରେ ନୂଆ ଟୁଇଷ୍ଟ, ପୀଡ଼ିତାଙ୍କ ସାଙ୍ଗ କିଣିଥିଲେ ରୁପା ମୁଦି
  • ||
  • ଖୋଲିଲା ହୀରାକୁଦ ଡ୍ୟାମ୍‌ର ଆଉ ୪ଟି ଗେଟ୍‌, ବାମ ପାର୍ଶ୍ୱରେ ୮ଟି ଏବଂ ଡାହାଣ ପାର୍ଶ୍ୱରେ ୪ଟି ଗେଟ୍ ଦେଇ ଜଳ ନିଷ୍କାସିତ
  • ||
  • ଜୟପୁର: ଭିଜିଲାନ୍ସ ପଞ୍ଝାରେ ଜୟପୁର ଡେପୁଟି ରେଞ୍ଜର ରାମଚନ୍ଦ୍ର ନେପାକ, ଆୟ ବହିର୍ଭୁତ ସଂପତ୍ତି ଠୁଳ ଅଭିଯୋଗରେ ୬ଟି ସ୍ଥାନରେ ରେଡ୍
  • ||
  • ବିକାଶ ହେବ ୬ ବୟନଶିଳ୍ପ ପାର୍କ, ଆଜି ‘ଓଡ଼ିଶା ଟେକ୍ସ ୨୦୨୫’କୁ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • କାମ୍ବୋଡିଆ-ଥାଇଲାଣ୍ଡ ଭୟଙ୍କର ଯୁଦ୍ଧ, ଆକାଶରୁ ବର୍ଷୁଛି ବୋମା, ଗୁଳିମାଡ଼ରେ ୧୩ ଥାଇ ନାଗରିକଙ୍କ ମୃତ୍ୟୁ
  • ||
  • ଭାରତ-ବ୍ରିଟେନ୍‌ ମୁକ୍ତ ବାଣିଜ୍ୟ ରାଜିନାମା ସ୍ୱାକ୍ଷର, ଶସ୍ତା ହେବ ବ୍ରିଟେନ୍‌ ହ୍ୱିସ୍କି, କାର୍‌, ସଫ୍ଟଡ୍ରିଙ୍କ, ଫୁଟ୍‌ୱେର୍‌
  • ||
  • ମଣିପୁରରେ ଆଉ ୬ ମାସ ବଢ଼ିଲା ରାଷ୍ଟ୍ରପତି ଶାସନ, ସଂସଦରେ ପ୍ରସ୍ତାବକୁ ମଞ୍ଜୁରୀ, ଅଗଷ୍ଟ ୧୩ରୁ ଲାଗୁ
  • ||
  • ଅବପାତ ରୂପ ନେବ ଲଘୁଚାପ, ୩୦ ଯାଏ ପ୍ରବଳ ବର୍ଷିବ, ସମୁଦ୍ର ଅଶାନ୍ତରୁ ଥିବାରୁ ମତ୍ସ୍ୟଜୀବୀଙ୍କୁ ବାରଣ
  • ||

ସରକାରୀ ସୁବିଧାରୁ ବଞ୍ଚିତ ଅସହାୟ ପରିବାର : ଦିବ୍ୟାଙ୍ଗଙ୍କୁ ମିଳୁନି ଭତ୍ତା

Published By : Suraj Kumar | July 24, 2025 11:07 PM

ଫିରିଙ୍ଗିଆ, ୨୪/୭ : ମା’ ରୋଗୀଣା, ଝିଅ  ଦିବ୍ୟାଙ୍ଗ। ତଥାପି ମିଳୁନି ସରକାରୀ ସହାୟତା ।  ଝିଅକୁ ମିଳୁନି ଦିବ୍ୟାଙ୍ଗ ଭତ୍ତା।  ମା’ ଓ ଝିଅ ଅସହାୟ ଅବସ୍ଥାରେ ଜୀବନ ବିତାଉଛନ୍ତି। କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ସୁମେରୁ ବନ୍ଧ ପଞ୍ଚାୟତର ଡମାଙ୍ଗ ପଦର ଗାଁରେ ଏହା ଦେଖିବାକୁ ମିଳୁଛି। 

କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ସୁମେରୁ ବନ୍ଧ ପଞ୍ଚାୟତର ଡମାଙ୍ଗ ପଦର ଗାଁରେ ରହୁଛନ୍ତି  ତପି ଦିଗାଲ , ଝିଅ ଅମୂଲ୍ୟା ଦିଗାଲ ଓ  ସାନ ପୁଅ। ବାପା ମନୋରଞ୍ଜନ ଦିଗାଲ ଦଶ ବର୍ଷ ପୂର୍ବରୁ ଘର ଛାଡି କେଉଁ ଆଡେ ଚାଲି ଯାଇଛନ୍ତି l ମା’ ତପି ଦିଗାଲ ବର୍ତ୍ତମାନ ରୋଗୀଣା ଓ ଅସହାୟ ଅବସ୍ଥାରେ ଠିକରେ ଚାଲି ବି ପାରୁ ନାହାନ୍ତି l ପରିବାରରେ ତପି ଦିଗାଲ ନିଜର ୧୯ ବର୍ଷର ଭିନ୍ନକ୍ଷମ ଝିଅ ଏବଂ ସାନ ପୁଅକୁ ଧରି ବହୁ କଷ୍ଟରେ ଚଳୁଛନ୍ତି l ଅମୂଲ୍ୟା ଛୋଟ ବେଳେ ଭଲ ଥିବା ବେଳେ ଆଖିକୁ ଦେଖାଯାଉଥିଲା।  କିନ୍ତୁ ୨ ରୁ ୩ ବର୍ଷ ବୟସରେ ଆଖି ଖରାପ ହେବାରୁ ପରିବାର ଲୋକେ ବିଭିନ୍ନ ମେଡିକାଲରେ ଦେଖାଇ ଥିଲେ ମଧ୍ୟ ଭଲ ହେଲା ନାହିଁ ।  ଆଖି ୨ ଟିକୁ ଠିକ୍ ଭାବେ ଦେଖାଯାଉ ନାହିଁ।  ବର୍ତ୍ତମାନ ୧୯ ବର୍ଷ ହୋଇଥିଲେ ମଧ୍ୟ ଅମୂଲ୍ୟାକୁ କୌଣସି ଭିନ୍ନକ୍ଷମ ପ୍ରମାଣ ପତ୍ର  ମିଳି ନଥିବାରୁ ସରକାରଙ୍କ କୌଣସି ସୁବିଧା ପାଇ ପାରୁ ନାହାନ୍ତି l ବର୍ତ୍ତମାନ ପରିବାରରେ କେବଳ ମା’ ତପି ଦିଗାଲଙ୍କୁ ସରକାରଙ୍କ ତରଫରୁ ୫ କିଲୋ ଚାଉଳ ମିଳୁଛି।  କିନ୍ତୁ ଭିନ୍ନକ୍ଷମ ଝିଅ କିମ୍ବା ପୁଅକୁ ଚାଉଳ ମିଳୁ ନାହିଁ  । ପୁଅ ଝିଅର କୌଣସି କାଗଜ ପତ୍ର ମଧ୍ୟ ହୋଇ ପାରି ନାହିଁ l ପୂର୍ବରୁ ୩୫ ହଜାର ଟଙ୍କାର ଆବାସ ଗୃହ ମନୋରଞ୍ଜନଙ୍କ ନାମରେ ଆସିଥିବା ବେଳେ ବର୍ତ୍ତମାନ ଏହା ଭାଙ୍ଗିରୁଜି ଗଲାଣି । କୌଣସି ରୋଜଗାର ନଥିବାରୁ ୧୩ ବର୍ଷର ପୁଅ ମୁଲ ଲାଗି ପରିବାର ଚଳାଉଛି।  ଭିନ୍ନକ୍ଷମ ଭତ୍ତା, ଚାଉଳ ଓ ରହିବା ପାଇଁ ଆବାସ ଗୃହ ଖଣ୍ଡିଏ ଯୋଗାଇ ଦେବାକୁ ଅସହାୟ ପରିବାର ନିବେଦନ କରିଛନ୍ତି।  ଏ ନେଇ  ପଞ୍ଚାୟତ ନିର୍ବାହୀ ଅଧିକାରୀ ସୁନୀଲ କୁମାର ପାତ୍ରଙ୍କୁ ପଚାରିବାରୁ ତୁରନ୍ତ ସମସ୍ତ ବ୍ୟବସ୍ଥା କିଭଳି ହୋଇ ପାରିବ ଚେଷ୍ଟା କରାଯିବ ବୋଲି କହିଛନ୍ତି l

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.