ପ୍ରମୂଖ ଖବର
  • ଦିଗପହଣ୍ଡି : ଝାଡାବାନ୍ତିରେ ଜଣେ ମୃତ, ୯ ଗୁରୁତର
  • ||
  • ନୂଆପଡ଼ା : ଲଗାଣ ବର୍ଷାରେ ଭୁଶୁଡ଼ିଲା ନିର୍ମାଣାଧୀନ କୁକୁଡ଼ା ଫାର୍ମ କାନ୍ଥ, ଚାପି ହୋଇ ଦୁଇ ମହିଳା ମୃତ
  • ||
  • ବିଶ୍ୱ ପୁଲିସ ଓ ଅଗ୍ନିଶମ କ୍ରୀଡ଼ାରେ ଇତିହାସ ରଚିଲା ଓଡ଼ିଶା ପୁଲିସ; ମିଳିଲା ୯ ସ୍ୱର୍ଣ୍ଣ, ୨ଟି ରୌପ୍ୟ ଓ ୩ଟି ବ୍ରୋଞ୍ଜ ପଦକ
  • ||
  • ଝାରସୁଗୁଡାରେ ବର୍ଷା ବିତ୍ପାତ, ୪ ବ୍ଲକରେ ଅତି ପ୍ରବଳ ବର୍ଷା ରେକର୍ଡ
  • ||
  • କଟକ : କାର୍‌ - ବାଇକ୍‌ ମୁହାଁମୁହିଁ ଧକ୍କା; ଜଣେ ଗୁରୁତର, ୨ ଆହତ
  • ||
  • ନୟାଗଡ଼ : ଟାଙ୍ଗିଆ ଚୋଟରେ ବୃଦ୍ଧଙ୍କ ମୃତ୍ୟୁ, ଅଭିଯୁକ୍ତ ଅଟକ
  • ||
  • ପୂଜାର୍ଚ୍ଚନା ପରେ ଖୋଲିଲା ହୀରାକୁଦର ୭ ନମ୍ବର ଗେଟ୍, ଛଡ଼ାଗଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ
  • ||
  • ମହଣ ମହଣ ସୁନାରେ ଝଟକିବେ ଦାରୁବ୍ରହ୍ମ, ରଥାରୂଢ଼ ଶ୍ରୀଜିଉଙ୍କ ରାଜରାଜେଶ୍ୱର ବେଶ ଦର୍ଶନ କରିବେ ଶ୍ରଦ୍ଧାଳୁ
  • ||
  • ଆମେରିକା ଟେକ୍ସାସରେ ଭୟଙ୍କର ବନ୍ୟା ସ୍ଥିତି, ୪୩ ମୃତ ୨୩ ନିଖୋଜ
  • ||
  • ଟ୍ରମ୍ପଙ୍କୁ ସିଧା ଟକ୍କର ଦେବେ ଏଲନ ମସ୍କ; ନୂଆ ଦଳର କଲେ ଘୋଷଣା
  • ||
  • ଲଘୁଚାପ ରୂପ ନେଇପାରେ ଘୂର୍ଣ୍ଣିବଳୟ: ଆସନ୍ତା ୩ ଦିନ ପ୍ରବଳ ବର୍ଷା ସମ୍ଭାବନା, ୮ରୁ ଉପକୂଳରେ କମିବ
  • ||

ଶ୍ରୀଲଙ୍କାରେ ପ୍ରଧାନମନ୍ତ୍ରୀ ମୋଦି, ପ୍ରତିରକ୍ଷା-ଶକ୍ତି କ୍ଷେତ୍ରରେ ହୋଇପାରେ ଦ୍ୱିପାକ୍ଷିକ ରାଜିନାମା

Published By : Ankita S | April 5, 2025 7:59 AM

ନୂଆଦିଲ୍ଲୀ,୦୫/୦୪: ଦୁଇଦିନିଆ ଥାଇଲାଣ୍ଡ ଗସ୍ତ ସାରି ଶ୍ରୀଲଙ୍କାରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଥାଇଲାଣ୍ଡର ବ୍ୟାଙ୍କକ୍‌ରେ ବିମଷ୍ଟେକ୍ ସମ୍ମିଳନୀରେ ଯୋଗ ଦେବା ପରେ ତିନିଦିନିଆ ଶ୍ରୀଲଙ୍କା ଗସ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ । କଲମ୍ବୋ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀଙ୍କୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା । ପାରମ୍ପରିକ ନୃତ୍ୟରେ ପ୍ରଧାନମନ୍ତ୍ରୀଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା । ଏହା ସହିତ ଭାରତୀୟ ସମୁଦାୟ ମୋଦିଙ୍କୁ ଭେଟି ଖୁସି ବ୍ୟକ୍ତ କରିଥିଲେ । ୬ ବର୍ଷ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶ୍ରୀଲଙ୍କା ଗସ୍ତ କରିଛନ୍ତି ।

ଭାରତୀୟ ସମୁଦାୟଙ୍କୁ ଭେଟିବା ସମୟରେ ପ୍ରଧାନମନ୍ତ୍ରୀ ମହାପୁରୁଷ ଶ୍ରୀମନ୍ତ ଶଙ୍କରଦେବ, ଶ୍ରୀ ଶ୍ରୀ ମାଧବଦେବଙ୍କ ଚିନ୍ତାଧାରାରେ ଅନୁବାଦ, ସଙ୍ଗୀତ ଉପରେ ପୁସ୍ତକ, ପାଲିରେ ଗୀତ ଗୋବିନ୍ଦର କିଛି ଅଂଶ ତାଙ୍କୁ ଦେଖିବାକୁ ପାଇଥିଲେ । ପପେଟ୍ ଶୋ ମଧ୍ୟ ଦେଖିଥିଲେ ପିଏମ୍ ।  ବିମ୍‌ଷ୍ଟେକ୍ ସମ୍ମିଳନୀ ପରେ ଶ୍ରୀଲଙ୍କା ଗସ୍ତରେ ବାହାରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ୩ ଦିନିଆ ଗସ୍ତରେ ଦୁଇଦେଶ ମଧ୍ୟରେ ପ୍ରତିରକ୍ଷା, ଶକ୍ତି, ବାଣିଜ୍ୟ ଓ ଯୋଗାଯୋଗ ଆଦି କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗ ବୃଦ୍ଧି ଲାଗି ରାଜିନାମା ସ୍ୱାକ୍ଷର ହୋଇପାରେ । ୧୦ଟି କ୍ଷେତ୍ରରେ ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ହେବାର ସମ୍ଭାବନା ରହିଛି । ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ୨୦୧୯ରେ ଶ୍ରୀଲଙ୍କା ଗସ୍ତ କରିଥିଲେ ।


ଅଧିକ ପଢ଼ନ୍ତୁ...ଥାଇଲାଣ୍ଡରେ ପିଏମ ମୋଦି ଓ ମହମ୍ମଦ ୟୁନୁସଙ୍କ ମଧ୍ୟରେ ହେଲା ବୈଠକ; ଦୁଇ ଦେଶର ଦ୍ୱିପାକ୍ଷିକ ସମ୍ପର୍କ ଓ ହିନ୍ଦୁ ସୁରକ୍ଷା ପ୍ରସଙ୍ଗରେ ହେଲା ଆଲୋଚନା


ଗତକାଲି (ଶୁକ୍ରବାର) ଥାଇଲାଣ୍ଡରେ ଷଷ୍ଠ ବିମଷ୍ଟେକ୍ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଏହା ସାମୂହିକ ବିକାଶ ଏବଂ ସୁରକ୍ଷାର ଏକ ମଡ଼େଲ ବୋଲି କହିଥିଲେ ପ୍ରଧାନମନ୍ତ୍ରୀ । ବିମଷ୍ଟେକ୍ ପାଇଁ ସୁଯୋଗର ପରିସର ବୃଦ୍ଧି କରିବାକୁ ୨୧ ସୂତ୍ରୀ ଆକ୍ସନ ପ୍ଲାନ ବାବଦରେ ଜଣାଇଛନ୍ତି ପିଏମ୍ ମୋଦି । ବିମ୍‌ଷ୍ଟେକ ଚାମ୍ବର ଅଫ୍ କମର୍ସର ସ୍ଥାପନା, ବାର୍ଷିକ ବ୍ୟାପାର ଶିଖର ସମ୍ମିଳନୀ ଆୟୋଜନ ଏବଂ କ୍ଷେତ୍ରରେ ସ୍ଥାନୀୟ ମୁଦ୍ରାରେ ବାଣିଜ୍ୟକୁ ପ୍ରୋତ୍ସାହିତ କରିବା ଲାଗି ପ୍ରସ୍ତାବ ରଖିଛନ୍ତି । ଏହା ସହିତ ବିମ୍‌ଷ୍ଟେକ ସଦସ୍ୟ ରାଷ୍ଟ୍ରକୁ ୟୁପିଆଇ ସହ ଯୋଡ଼ି ହେବାକୁ ପ୍ରସ୍ତାବ ଦେଇଛନ୍ତି । ସାଇବର ଅପରାଧ, ଆତଙ୍କବାଦ, ନିଶାଦ୍ରବ୍ୟ ଏବଂ ମାନବ ଚାଲାଣ ରୋକିବାକୁ ବିମ୍‌ଷ୍ଟେକ୍ ଗୁରୁତ୍ବପୂର୍ଣ୍ଣ ଭୂମିକା ତୁଲାଇଥିବା କହିଥିଲେ ପ୍ରଧାନମନ୍ତ୍ରୀ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.