ପ୍ରମୂଖ ଖବର
  • ଜୁନ୍‌ ୧୨ ଆଗରୁ ଫେରିବନି ମୌସୁମୀ : ଆଗକୁ ଆହୁରି ସିଝାଇବ, ଛଟପଟ କରିବ ତାତି, ଲଘୁଚାପ ହିଁଁ ଭରସା
  • ||

ମିନତୀ ହୋଟେଲ ଆଣ୍ଡ ରେଷ୍ଟୁରାଣ୍ଟରେ ପୁଲିସର ଚଢାଉ,୧୦ ଯୁବତୀ ଅଟକ

Published By : Harapriya Sethi | June 4, 2025 2:04 PM

ଚନ୍ଦନେଶ୍ଵର,୦୪/୦୬: ବାଲେଶ୍ୱର ଜିଲ୍ଲା ଭୋଗରାଇ ତାଳସାରି ବେଳାଭୂମି ନିକଟରେ ଥିବା ମିନତୀ ହୋଟେଲ ଆଣ୍ଡ ରେଷ୍ଟୁରାଣ୍ଟରେ ତାଳସାରି ସାମୁଦ୍ରିକ ଥାନା ପକ୍ଷରୁ ଚଢାଉ କରାଯାଇଛି । ଥାନା ଅଧିକାରିଣୀ ଚମ୍ପାବତୀ ସୋରେନ ନିଜେ ଚଢାଉ କରି ହୋଟେଲରେ ଦେହ ବେପାର କରୁଥିବା ୧୦ରୁ ଉର୍ଦ୍ଧ୍ୱ ଯୁବତୀ ଓ କିଛି ଯୁବକଙ୍କୁ ଧରି ଥାନାରେ ଅଟକ ରଖିଛନ୍ତି । ଯୁବତୀମାନଙ୍କୁ ଡାକ୍ତରୀ ପରୀକ୍ଷା ପାଇଁ ନିଆଯାଇଥିବା ଜଣାପଡିଛି । ବୁଧବାର ବାଲେଶ୍ୱରରୁ ସାଇଣ୍ଟିଫିକ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି । 

ସୂଚନା ମୁତାବକ, ତାଳସାରି ବେଳାଭୂମି ନିକଟରେ ଥିବା ମିନତୀ ହୋଟେଲ ଆଣ୍ଡ ରେଷ୍ଟୁରାଣ୍ଟରେ ଦେହ ବେପାର ହେଉଥିବା ନେଇ ପୁଲିସକୁ ସୂଚନା ମିଳିଥିଲା । ଖବର ପାଇ ବୁଧବାର ତାଳସାରି ସାମୁଦ୍ରିକ ଥାନା ପକ୍ଷରୁ ଚଢାଉ କରାଯାଇଛି । ଥାନା ଅଧିକାରିଣୀ ଚମ୍ପାବତୀ ସୋରେନ ନିଜେ ଚଢାଉ କରି ହୋଟେଲରେ ଦେହ ବେପାର କରୁଥିବା ୧୦ରୁ ଉର୍ଦ୍ଧ୍ୱ ଯୁବତୀ ଓ କିଛି ଯୁବକଙ୍କୁ ଧରି ଥାନାରେ ଅଟକ ରଖିଛନ୍ତି । ବାଲେଶ୍ୱରରୁ ସାଇଣ୍ଟିଫିକ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି । ସମସ୍ତ ଯୁବତୀଙ୍କୁ ଡାକ୍ତରୀ ମାଇନା କରାଇବା ପାଇଁ ନିଆଯାଇଥିବା ଜଣାପଡ଼ିଛି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.