ପ୍ରମୂଖ ଖବର
  • ଏଫଏମ କଲେଜରେ ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣା , କ୍ରାଇମବ୍ରାଞ୍ଚର ତଦନ୍ତ ଆରମ୍ଭ
  • ||
  • ଲର୍ଡସ୍ ଟେଷ୍ଟ: ଦ୍ୱିତୀୟ ଇନିଂସରେ ଇଂଲଣ୍ଡ ଅଲଆଉଟ୍, ଭାରତ ଆଗରେ ୧୯୩ ରନର ବିଜୟ ଲକ୍ଷ୍ୟ
  • ||
  • ନିର୍ବାଚନ ପୂର୍ବରୁ ନୀତୀଶ କୁମାରଙ୍କ ବଡ଼ ଘୋଷଣା, ଆସନ୍ତା ୫ ବର୍ଷ ମଧ୍ୟରେ ଏକ କୋଟି ଚାକିରି ଦେବେ ସରକାର
  • ||
  • ଆଇପିଏସ୍ ସୋନାଲି ମିଶ୍ର ଆରପିଏଫର ପ୍ରଥମ ମହିଳା ମହାନିର୍ଦ୍ଦେଶକ
  • ||
  • କୋଲାକାତା ଆଇଆଇଏମରେ ଦୁଷ୍କର୍ମ ମାମଲା, ତଦନ୍ତ ଲାଗି ଏସ୍ଆଇଟି ଗଠିତ
  • ||
  • ଭୁବନେଶ୍ୱର : ଏମ୍ସରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ; ଏମ୍ସର ନିର୍ଦ୍ଦେଶକଙ୍କ ସହ କରିଲେ ଆଲୋଚନା
  • ||
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ଆରପିଏଫ୍‌ର ପ୍ରଥମ ମହିଳା ମହାନିର୍ଦ୍ଦେଶକ ନିଯୁକ୍ତ, ଆଇପିଏସ୍‌ ସୋନାଲି ମିଶ୍ର କିଏ ?

Published By : Tapas Panda | July 13, 2025 6:37 PM

ନୂଆଦିଲ୍ଲୀ: ବରିଷ୍ଠ ଆଇପିଏସ୍‌ ଅଧିକାରୀ ସୋନାଲି ମିଶ୍ର  ରେଲଓ୍ବେ ସୁରକ୍ଷା ବଳ (RPF)ର ପ୍ରଥମ ମହିଳା ମହାନିର୍ଦ୍ଦେଶକ ଭାବେ ନିଯୁକ୍ତି ପାଇଛନ୍ତି । ତାଙ୍କର ଏହି ନିଯୁକ୍ତିକୁ କ୍ୟାବିନେଟ ନିଯୁକ୍ତି କମିଟି ମଞ୍ଜୁରୀ ଦେଇଛି । ଅବସର ନେବା ପର୍ଯ୍ୟନ୍ତ ସେ ଏହି ପଦରେ ରହିବେ । ଆଇପିଏସ୍‌ ସୋନାଲି ମିଶ୍ର ୨୦୨୬ ଅକ୍ଟୋବର ୩୧ରେ ଅବସର ଗ୍ରହଣ କରିବେ । ସୋନାଲି ମିଶ୍ର, ମନୋଜ ଯାଦବଙ୍କ ସ୍ଥାନରେ କାର୍ଯ୍ୟଭାର ସମ୍ଭାଳିବେ। ମନୋଜ ଯାଦବ ଜୁଲାଇ ୩୧ରେ ଅବସର ନେବାକୁ ଯାଉଛନ୍ତି। ଏବେ ଆଇପିଏସ୍‌ ସୋନାଲି ରେଲଓ୍ବେ ସୁରକ୍ଷା ସହ ଜଡ଼ିତ ସବୁ ବଡ଼ ନିଷ୍ପତ୍ତି ନେବେ । 

ସୋନାଲି ମିଶ୍ର ୧୯୯୩ ବ୍ୟାଚର ମଧ୍ୟପ୍ରଦେଶ କ୍ୟାଡରର ଆଇପିଏସ ଅଧିକାରୀ । ୨୦୨୧ ଜୁଲାଇରେ ପଞ୍ଜାବରେ ଭାରତ- ପାକିସ୍ତାନ ସୀମାରେ ବିଏସଏଫ ଗଠନର ନେତୃତ୍ବ କରିବାରେ ପ୍ରଥମ ମହିଳା କମାଣ୍ଡର ଥିଲେ ସୋନାଲି ।  ସେ କାଶ୍ମୀର ଘାଟିରେ ଇନ୍ସପେକ୍ଟର ଜେନେରାଲ (IG) ଭାବରେ ମଧ୍ୟ ନେତୃତ୍ବ କରିଛନ୍ତି । ଏହା ବ୍ୟତୀତ ସେ ବିଏସଏଫର ଗୁଇନ୍ଦା ବିଭାଗର ମଧ୍ୟ ନେତୃତ୍ବ ନେଇଛନ୍ତି। ସେ BSFରେ ADG ଭାବରେ କାମ କରିଛନ୍ତି। ବର୍ତ୍ତମାନ ସେ ମଧ୍ୟପ୍ରଦେଶ ପୋଲିସରେ ଅତିରିକ୍ତ ମହାନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଛନ୍ତି ।  

ସୋନାଲିଙ୍କୁ PPMDS (ବିଶିଷ୍ଟ ସେବା ପାଇଁ ରାଷ୍ଟ୍ରପତି ପୋଲିସ ପଦକ) ଏବଂ PMMS (ପ୍ରଶଂସନୀୟ ସେବା ପାଇଁ ପୋଲିସ ପଦକ)ରେ ସମ୍ମାନିତ କରାଯାଇଛି।  ତାଙ୍କ ପାଖରେ ଅନେକ ମହତ୍ବପୂର୍ଣ୍ଣ ପଦରେ କାମ କରିବାର ଅନୁଭବ ରହିଛି । ସେ ବିଏସଏଫରେ ମଧ୍ୟ ବଡ଼ ପଦରେ କାମ କରିଛନ୍ତି। ତାଙ୍କୁ ବୀରତ୍ବ ଏବଂ ଉଲ୍ଲେଖନୀୟ ସେବା ପାଇଁ ଅନେକ ପଦକ ମିଳିଛି । ଏଥିରୁ ଜଣାପଡ଼ୁଛି ସେ ଜଣେ ଖୁବ୍ ଦକ୍ଷ ଏବଂ ଅନୁଭବୀ ଆଇପିଏସ୍‌ ଅଫିସର । 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.