ପ୍ରମୂଖ ଖବର
  • ମେ ୨୭ରେ କେରଳ ଛୁଇଁବ ମୌସୁମୀ ବାୟୁ ! ମଡେଲଜନିତ ତ୍ରୁଟି ପାଇଁ ୪ ଦିନ ଆଗପଛ ହୋଇପାରେ
  • ||
  • ମୟୂରଭଞ୍ଜ : ଭାରସାମ୍ୟ ହରାଇ ଓଲଟିଲା ଯାତ୍ରୀବାହୀ ବସ୍‌, ୧୭ରୁ ଉର୍ଦ୍ଧ୍ୱ ଆହତ
  • ||
  • କଟକ : ମହାନଦୀ କୂଳରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ
  • ||
  • ଭଦ୍ରକ : ତୋଟା ସାହିରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୬ ବଖରା ଘର
  • ||
  • ବୈଦେଶିକ ମନ୍ତ୍ରାଳୟ ଓ ସେନା ପକ୍ଷରୁ ମିଳିତ ପ୍ରେସ୍‌ମିଟ୍‌, ସୀମାନ୍ତ ରାଜ୍ୟକୁ ଡ୍ରୋନରେ ଟାଗେର୍ଟ କରୁଛି ପାକ୍
  • ||
  • ସେଲ୍‌ଫି ପ୍ରତିଯୋଗିତାର ବିଜେତାଙ୍କୁ ସୁଭଦ୍ରା ମଞ୍ଚରେ ପୁରସ୍କୃତ କରାଯିବ
  • ||
  • ରାଜ୍ୟରେ ସମସ୍ତ ଜିଲ୍ଲାପାଳ ଓ IPSଙ୍କ ଛୁଟି ବାତିଲ, ହେଡକ୍ଵାଟର୍ ନଛାଡ଼ିବାକୁ ନିର୍ଦ୍ଦେଶ
  • ||
  • ରାଜଧାନୀରେ ବାର୍‌ ଉପରକୁ ଗୁଳି ଏବଂ ବୋମାମାଡ଼, ଜଣେ ଗୁରୁତର
  • ||
  • ଏମ୍‌ସ ଭୁବନେଶ୍ୱର କର୍ମଚାରୀଙ୍କ ଛୁଟି ବାତିଲ, ଛୁଟିରେ ଥିଲେ ତୁରନ୍ତ ଯୋଗଦେବାକୁ ନିର୍ଦ୍ଦେଶ
  • ||
  • ରାଜୌରୀ ଅତିରିକ୍ତ ଜିଲ୍ଲା ଉନ୍ନୟନ କମିଶନରଙ୍କ ଘର ଉପରକୁ ପାକିସ୍ତାନର ଆକ୍ରମଣ, ଅଧିକାରୀଙ୍କ ସମେତ ୨ ମୃତ
  • ||
  • ରଣପୁର ଆକାଶରେ ଉଡିଲା ଡ୍ରୋନ୍: ଲୋକେ ଛାନିଆ, ପୁଲିସକୁ ଦେଲେ ସୂଚନା
  • ||
  • ଫୁଲବାଣୀ : ବାଇକ୍‌ ଆରୋହୀଙ୍କୁ ଚାପିଦେଲା ବସ୍‌: ୨ ମୃତ, ଜଣେ ଗୁରୁତର
  • ||
  • ଯୁଦ୍ଧ ପରିସ୍ଥିତି ଭିତରେ ପାକିସ୍ତାନରେ ଭୂକମ୍ପ, ରେକ୍ଟର ୪.୦ ତୀବ୍ରତା ରେକର୍ଡ
  • ||
  • ରାଜ୍ୟରେ୧୪ ଯାଏ କଲବଲ କରିବ ଗ୍ରୀଷ୍ମଲହରି, ନାକେଦମ୍‌ କରିବ ଗୁଳୁଗୁଳି
  • ||

ଟ୍ରମ୍ପଙ୍କୁ ସୁପ୍ରିମ ଝଟକା; ନାଗରିକତା ନିଷ୍ପତ୍ତି ଉପରେ ରୋକ, ମେ ୧୫ରେ ପରବର୍ତ୍ତୀ ଶୁଣାଣି

Published By : Ankita S | April 18, 2025 11:20 AM

ୱାଶିଂଟନ,୧୮/୦୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ସୁପ୍ରିମକୋର୍ଟରୁ ବଡ଼ ଝଟକା ଲାଗିଛି । ଜନ୍ମରୁ ନାଗରିକାତା ଉପରେ ବ୍ୟାନ ଲଗାଇବା ନେଇ ଟ୍ରମ୍ପଙ୍କ ପ୍ରସ୍ତାବ ଉପରେ ରୋକ ଲଗାଇଛନ୍ତି କୋର୍ଟ । ଏହି ମୁଦ୍ଦା ଉପରେ ଶୁଣାଣି କରିବାକୁ ସହମତି କରିଛନ୍ତି କୋର୍ଟ । ଆସନ୍ତା ମେ ରେ ମାମଲା ଉପରେ ଶୁଣାଣି ହେବ ।

ୟୁଏସ ସୁପ୍ରିମକୋର୍ଟ ବର୍ତ୍ତମାନ ଏହା ନିଷ୍ପତ୍ତି ନେଇ ନାହାନ୍ତି କି ଟ୍ରମ୍ପଙ୍କର ଏହି ନିଷ୍ପତ୍ତି ସମ୍ବିଧାନ ମୁତାବିକ ଠିକ୍ କି ଭୁଲ । ବର୍ତ୍ତମାନ କୋର୍ଟ ଆଉ ଏକ ବିଷୟ ଉପରେ ଧ୍ୟାନ ଦେଉଛନ୍ତି ଯାହା ଆଗକୁ ବଡ଼ ପ୍ରଭାବ ପକାଇପାରେ । ତାହା ହେଉଛି ତଳ ଅଦାଲତ ଜଜ୍‌ଙ୍କୁ ପୁରା ଦେଶରେ ରାଷ୍ଟ୍ରପତିଙ୍କ ନୀତିକୁ ରୋକିବାକୁ ଆଦେଶ ଦେଇ ପାରିବେ ନା ନାହିଁ ।

ରୋକ୍ ଲଗାଇଲେ କୋର୍ଟ- ୩ ଜଣିଆ ଖଣ୍ଡପୀଠ ଅଲଗା ଅଲଗା ନିଷ୍ପତ୍ତିରେ ଟ୍ରମ୍ପଙ୍କର ଉକ୍ତ ଆଦେଶ ଉପରେ ରୋକିବାକୁ ନିର୍ଦ୍ଦେଶ ଜାରି କରିଛନ୍ତି । ଯେଉଁଥିରେ ଆମେରିକାରେ ଜନ୍ମ ପିଲାଙ୍କ ନାଗରିକତା ଶେଷ କରିବାକୁ କୁହାଯାଇଥିଲା । ଜଜ୍ କହିଛନ୍ତି କି, ଏହି ଆଦେଶ ୧୪ତମ ସଂଶୋଧନର ଉଲ୍ଲଘଂନ କାରଣ ଏହି ସଂଶୋଧନ ପ୍ରାୟ ଆମେରିକାରେ ଜନ୍ମ ସବୁ ଲୋକଙ୍କୁ ନାଗରିକତା ଅଧିକାର ଦେଇଥାଏ ।

ଅଧିକ ପଢନ୍ତୁ...ଆମେରିକାରେ ପଢୁଥିବା ବିଦେଶୀ ଛାତ୍ରଙ୍କ ପାଇଁ ନୂଆ ନିୟମ ଆଣିଲେ ଟ୍ରମ୍ପ, ହାର୍ଭାର୍ଡ ବିଶ୍ୱବିଦ୍ୟାଳୟକୁ ଦେଲେ ଚେତାବନୀ…

୧୫ ମେରେ ହେବ ଶୁଣାଣି- ଜନ୍ମରୁ ନାଗରିକାତା ଉପରେ ବ୍ୟାନ ଲଗାଇବା ନେଇ ଟ୍ରମ୍ପଙ୍କ ପ୍ରସ୍ତାବ ଉପରେ ରୋକ ଲଗାଇଛନ୍ତି ଆମେରିକା ସୁପ୍ରିମକୋର୍ଟ । ପରବର୍ତ୍ତୀ ଶୁଣାଣି ପାଇଁ ରାଜି ହୋଇଛନ୍ତି । ମେ ୧୫ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି ନିର୍ଦ୍ଦେଶରେ କହିଛନ୍ତି କୋର୍ଟ ।

ଟ୍ରମ୍ପ ପ୍ରଶାସନ ଜାରି କରିଥିଲେ ଆଦେଶ- ଟ୍ରମ୍ପ ପ୍ରଶାସନ ତାଙ୍କର ଦ୍ୱିତୀୟ ପାଳିର ପ୍ରଥମ ଦିନରେ ନୂଆ ଆଦେଶ ଜାରି କରିଥିଲେ । ଯେଉଁଥିରେ କୁହାଯାଇଥିଲା ଆମେରିକାରେ ଯେଉଁ ବାପାମାଆ ବିନା ବୈଧ କାଗଜପତ୍ର ବା ଅସ୍ଥାୟୀ ଭିସାରେ ଦେଶରେ ରହୁଛନ୍ତି, ସେମାନଙ୍କ ଜନ୍ମିତ ପିଲାଙ୍କୁ ନାଗରିକତା ଦିଆଯିବ ନାହିଁ । ଏହି ଆଦେଶକୁ ଆଇନ ବିରୋଧ ବୋଲି କୁହାଯାଇଥିଲା । ୧୪ତମ ସଂଶୋଧନରେ କୁହାଯାଇଛି କି ଯେଉଁ ବ୍ୟକ୍ତି ଆମେରିକାରେ ଜନ୍ମ ନେଇଥିଲେ ଆମେରିକା କାନୁନ ଅଧିନରେ ଥିବେ ସେମାନଙ୍କୁ ନାଗରିକ ଭାବେ ସ୍ୱୀକୃତି ମିଳିବ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.