ପ୍ରମୂଖ ଖବର
  • ଗୁଗୁଲ୍-ମେଟାକୁ ଇଡ଼ି ନୋଟିସ୍‌, ଅନ୍‌ଲାଇନ୍ ବେଟିଂ ଆପ୍‌ ମାମଲାରେ ସମନ୍‌
  • ||
  • ପୁରୀ: ବଳଙ୍ଗା ଥାନା ଅଞ୍ଚଳରେ ଅଭାବନୀୟ ଘଟଣା, ନାବାଳିକାଙ୍କୁ ନିଆଁ ଲଗାଇ ପୋଡ଼ି ଦେଲେ ୩ ଦୃର୍ବୃତ୍ତ
  • ||
  • ଢେଙ୍କାନାଳ ଗଉଡ଼କାଟେଣିରେ ଟ୍ରକ୍-‌ହାୱାଇ ମୁହାଁମୁହିଁ ଧକ୍କା, ହାୱାଇ ଡ୍ରାଇଭର ଗୁରୁତର
  • ||
  • ଶିକ୍ଷକ ଅଭାବରୁ ସ୍କୁଲରେ ତାଲା ପକାଇଲେ ଗ୍ରାମବାସୀ, ଧାରଣାରେ ଛାତ୍ରଛାତ୍ରୀ
  • ||
  • ମାଲକାନଗିରି: ଏନ୍‌କାଉଣ୍ଟରରେ ୬ ମାଓବାଦୀ ନିହତ, AK-47, SRL ରାଇଫଲ୍ ସମେତ ବିପୁଳ ବିସ୍ଫୋରକ ଜବତ
  • ||
  • କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ଚେତାବନୀ, ଏନ୍‌ଆଇଏ ମାମଲା ପାଇଁ ସ୍ୱତନ୍ତ୍ର କୋର୍ଟ ବନାଅ...
  • ||
  • ଜଳେଶ୍ବର: ଟ୍ରକ୍‌କୁ ଧକ୍କା ଦେଲା ବସ୍‌; ୩୦ ଜଣ ଯାତ୍ରୀ ଆହତ
  • ||
  • ଶନିବାରଠୁ ଚାଷୀ ପଞ୍ଜୀକରଣ, ଅଗଷ୍ଟ ୨୦ ଯାଏ ଚାଲିବ ପ୍ରକ୍ରିୟା: ନଭେମ୍ବର ପ୍ରଥମ ସପ୍ତାହରୁ ଧାନକିଣା
  • ||
  • ୨୩ରେ ଲଘୁଚାପ, ୨୫ରେ ନେଇପାରେ ଅବପାତ ରୂପ: ଆଜିଠୁ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ଆଶଙ୍କା
  • ||

ବଡ଼ଯାତ୍ରା ପାଖେଇ ଆସିଲା : ପଲେରୁ ବ୍ରିଜ କାମ ସରିଲାନି , ଡଙ୍ଗାରେ ନଦୀ ପାର ହେଉଛନ୍ତି ଲୋକେ

Published By : Suraj Kumar | February 12, 2025 11:07 PM

ମାଲକାନଗିରି,୧୨/୨ ;  ମାଲକାନଗିରି ଜିଲ୍ଲା ମାନ୍ୟମକୋଣ୍ଡା ପଞ୍ଚାୟତ ସ୍ଥ ଆନ୍ଧ୍ରପ୍ରଦେଶ ସୀମାନ୍ତ ପୋଲେରୁ ଗାଁ । ଏହି  ଠାରୁ ଜିଲ୍ଲା ର ଗଣପର୍ବ ବଡ଼ଯାତ୍ର ଆରମ୍ଭ ହୋଇଥାଏ।  ପବିତ୍ର ସିଲେରୁ ନଦୀ ଆପ୍ର ପାର୍ଶ୍ଵ ରେ ତାଡ଼କାରେଉ ରେ ଠାକୁର ଙ୍କ ସ୍ନାନ କରାଯାଇଥାଏ। ଦୁଇ ରାଜ୍ୟ କୁ ସଂଯୋଗ ନିମନ୍ତେ ଏଠାରେ ଗତ ୨୦୨୦ ମସିହା ରୁ ସେତୁ ନିର୍ମାଣ ଚାଲିଛି,   ଅଵଧି ସରିବା ପରେ ମଧ୍ୟ ଏହି ସେତୁ ନିର୍ମାଣ କାମ ସରିଲା ନାହିଁ,ଏବେ ବିପଦସଂକୁଳ ଅବସ୍ଥାରେ ଅଧପନ୍ତରିଆ ହୋଇ ପଡି ରହିଛି ସେତୁ। 

 ସିଲେରୁ ନଦୀ ଉପରେ ପୋଲେରୁ ବ୍ରିଜ ନିର୍ମାଣ ହେଉଛି। ଏହାର ଅଟକଳ ୧୦ କୋଟି ୭୧ଲକ୍ଷ ଟଙ୍କା ରହିଛି |    ଉକ୍ତ ବ୍ରିଜ ଟି ନିର୍ମାଣ ସରିନଥିବାରୁ ପ୍ରତିଦିନ ବିପଦ ପୂର୍ଣ୍ଣ ଭାବେ ଡଙ୍ଗାରେ ନଦୀ ପାର ହୋଇ ଶତାଧିକ ଲୋକ ଯା ଆସ କରୁଛନ୍ତି।    ପୋଲେରୁ ସେତୁ କାମ ୨୦୨୦ରେ ଆରମ୍ଭହୋଇଥିଲା ଏବଂ ଅବଧି ରହିଥିଲା ମାର୍ଚ୍ଚ ୨୦୨୨ ଅଢେଇ ବର୍ଷ ପରେ ବି ଏ ପର୍ଯ୍ୟନ୍ତ ସେତୁ ରେ ଛାତ ପଡି ପାରିନି । ଆସନ୍ତା ମାର୍ଚ୍ଚ ୩ରୁ ହେବାକୁ ଥିବା ବଡଯାତ୍ରାରେ ଏହି ଜଳପଥ ଦେଇ ବଡଠାକୁର ଆନ୍ଧ୍ରରୁ ଆସୁଥିବା ବେଳେ ଲକ୍ଷାଧିକ ଶ୍ରଦ୍ଧାଳୁ ବିପଦସଂକୁଳ ଅବସ୍ଥାରେ ନଦୀ ପାର ହୋଇ ଦର୍ଶନ ପାଇଁ ଯାଇଥାନ୍ତି | ବ୍ରିଜ କାମ କେବେ ସରିବ ଶ୍ରଦ୍ଧାଳୁ ଅପେକ୍ଷା କରି ରହିଥିବା ବେଳେ ସରୁ ନଥିବାରୁ ନିରାଶ ହେଉଛନ୍ତି ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.