ମୋହନା,୨୨/୫ : ଗଜପତି ଜିଲ୍ଲା ମୋହନା ଥାନା ମଲ୍ଲିପଦର ଗାଁର ବ୍ରହ୍ମଣ ସିଂ ହତ୍ୟା ଘଟଣାରେ ଆଉ ଜଣେ ଅଭିଯୁକ୍ତକୁ ଗିରଫ କରିଛି ପୁଲିସ l ଗିରଫ ଅଭିଯୁକ୍ତ ହେଲେ ଦେଉଳଖଣି ଗାଁର ରାମ ବିଷୋୟୀ (୭୩) l ଘଟଣାର ୧୪ବର୍ଷ ପରେ ତୃତୀୟ ଅଭିଯୁକ୍ତ ଗିରଫ ହୋଇଛି l ଏଥି ପୂର୍ବରୁ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା ପୁଲିସ l ଏହି ଘଟଣାରେ ଆଉ ଜଣେ ଅଭିଯୁକ୍ତ ଜଣେ ଅଭିଯୁକ୍ତ ଫେରାର ଅଛି l ଖୁବଶୀଘ୍ର ଗିରଫ କରାଯିବ ବୋଲି ଥାନା ଅଧିକାରୀ ବସନ୍ତ ସେଠି କହିଛନ୍ତି l
ପୁଲିସ ସୂତ୍ରରୁ ମିଳିଥିବା ସୂଚନା ପ୍ରକାରେ ୨୦୧୧ମସିହାରେ ମଲ୍ଲିପଦର ଗାଁରେ ଜମି ବିବାଦକୁ ନେଇ ଗାଁର ବୃଦ୍ଧ ବ୍ରାହ୍ମଣ ସିଂଙ୍କୁ ଅତି ବିଭତ୍ସ ଭାବେ ହତ୍ୟା କରାଯାଇଥିଲା l ତାଙ୍କୁ ଘରୁ ଘୋଷାଡ଼ି ଆଣି ଘରଠାରୁ କିଛି ଦୂରରେ ପଥରରେ ଛେଚି ହତ୍ୟା କରିବା ସହ ଯୌନାଙ୍ଗ କାଟି ଦେଇଥିଲେ ହତ୍ୟାକାରୀ l ସେତେବେଳେ ଏହି ହତ୍ୟା ଘଟଣାରେ ଦୁଇ ଜଣ ଅଭିଯୁକ୍ତ ଗିରଫ ହୋଇଥିବାବେଳେ ୨ଜଣ ଫେରାରଥିଲେ l ଏହି ହତ୍ୟା ଘଟଣା ନ୍ୟାୟାଳୟରେ ବିଚାରlଧୀନ ଥୁବାବେଳେ ଫେରାର ୨ଜଣକୁ ଖୋଜୁଥିଲା ପୁଲିସ l ତେବେ ଘଟଣାର ତୃତୀୟ ଅଭିଯୁକ୍ତ ରାମ ବିଷୋୟୀ ବନ୍ଧପଡl ଗାଁରେ ଥିବା ଖବରପାଇ ପୁଲିସ ଗୁରୁବାର ଚଢ଼ଉ କରିବା ସହ ତାକୁ ଗିରଫ କରିଛି l
ତେବେ ଗିରଫ ପରେ ସେ ଅସୁସ୍ଥ ହୋଇପଡ଼ିଥିଲେ l ତେଣୁ ତାକୁ ଚିକିତ୍ସା ପାଇଁ ମୋହନା ମେଡିକାଲରେ ଭର୍ତ୍ତି କରାଯାଇଛି l ସୁସ୍ଥ ହେବା ପରେ କୋର୍ଟ ଚାଲାଣ କରାଯିବ l ଏଥିସହ ଅତିଶୀଘ୍ର ଅନ୍ୟ ଜଣେ ଅଭିଯୁକ୍ତକୁ ଗିରଫ କରାଯିବ ବୋଲି ଥାନା ଅଧିକାରୀ କହିଛନ୍ତି l