ପ୍ରମୂଖ ଖବର
  • ରାଜଧାନୀରେ ଧରାପଡ଼ିଲେ ନକଲି DSP, ୨ଲକ୍ଷରୁ ଅଧିକ ନକଲି ଟଙ୍କା ସହ ପୋଲିସ ୟୁନିଫର୍ମ ଜବତ
  • ||
  • ବିଧାନସଭା ବଜେଟ୍ ଅଧିବେଶନ: ଆଜି ବି ଚାଲିପାରିଲାନି ପ୍ରଶ୍ନକାଳ, ୧୨ଟା ୯ ମିନିଟ୍ ଯାଏ ଗୃହ ମଲତବୀ
  • ||
  • ଗଞ୍ଜାମ : ପାହାଡ଼ ତଳୁ ନରକଙ୍କାଳ ଉଦ୍ଧାର ଘଟଣା: ମିଳିଲା ନାବାଳିକାଙ୍କ ପରିଚୟ, ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ
  • ||
  • ଉଦଳା : ବନ କର୍ମଚାରୀଙ୍କୁ ଶିକାରୀଙ୍କ ଗୁଳିମାଡ଼: ୪ ଶିକାରୀ ଗିରଫ
  • ||
  • ଆମେରିକାର ଏକଚାଟିଆ ନୀତିକୁ କରାଯିବନି ବରଦାସ୍ତ: ୟୁରୋପର ଦୀର୍ଘମିଆଦୀ ରଣନୀତି, ଅସ୍ତ୍ର ଭଣ୍ଡାର ୩୦% ବଢ଼ାଯିବ
  • ||
  • ଦୁଇ ଦିନର ବିରତି ପରେ ସରଗରମ ହେବ ବିଧାନସଭା, ନାରୀ ନିର୍ଯାତନା ପ୍ରସଙ୍ଗରେ କମ୍ପିବ ଗୃହ
  • ||
  • ଆଇପିଏଲ୍‌ ୨୦୨୫: ଆଜି କ୍ୟାପିଟାଲ୍ସ- ସୁପରଜାଏଣ୍ଟ୍‌ସ ଫାଇଟ୍, ପୁରୁଣା ଦଳ, ନୂଆ ପ୍ରତିଦ୍ୱନ୍ଦ୍ୱୀ ମଧ୍ୟରେ ହେବ ଟକ୍କର
  • ||
  • ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଆଜି କଣ୍ଟିଲୋରେ ମହାପ୍ରଭୁ ଶ୍ରୀନୀଳମାଧବଙ୍କୁ କରିବେ ଦର୍ଶନ
  • ||
  • ସୋମବାର ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା, ମଙ୍ଗଳବାରଠାରୁ ବଢ଼ିବ ତାତି
  • ||

୩ ବର୍ଷ ପରେ ରୁଷ୍‌-ୟୁକ୍ରେନ୍‌ ଯୁଦ୍ଧରେ ପଡ଼ିବ ପୂର୍ଣ୍ଣଚ୍ଛେଦ ? ପୁଟିନଙ୍କ ସହ କଥା ହେଲେ ଟ୍ରମ୍ପ

Published By : Prameya | February 9, 2025 7:10 PM

ନୂଆଦିଲ୍ଲୀ : ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଲଗାତାର ରୁଷ୍‌-ୟୁକ୍ରେନ ଯୁଦ୍ଧକୁ ବନ୍ଦ କରିବାକୁ ଟିପ୍ପଣୀ କରୁଛନ୍ତି। ନିକଟରେ ଡୋନାଲ୍ଡ ଟ୍ରମ୍ପ ଏକ ଇଣ୍ଟରଭ୍ୟୁରେ ଖୁଲାସା କରିଛନ୍ତି କି, ସେ ରୁଷ୍‌ର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଫୋନ୍‌ରେ ଏହି ଯୁଦ୍ଧକୁ ବନ୍ଦ କରିବା ବିଷୟରେ କଥାବାର୍ତ୍ତା ହୋଇଛନ୍ତି। ଟ୍ରମ୍ପ କହିଛନ୍ତି ଯେ, ରାଷ୍ଟ୍ରପତି ମଧ୍ୟ ଏହା ଚାହାନ୍ତି କି, ଲୋକଙ୍କ ମୃତ୍ୟୁରେ ରୋକ୍‌ ଲାଗୁ। ୨୦୨୨ ମସିହାରେ ଯୁଦ୍ଧ ଆରମ୍ଭ ହେବା ପରେ ଆମେରିକାର ରାଷ୍ଟ୍ରପତି ଓ ରୁଷ୍‌ର ରାଷ୍ଟ୍ରପତି ମଧ୍ୟରେ ଏହା ପ୍ରଥମ ଜ୍ଞାତ ବାର୍ତ୍ତାଳାପ। 

ନ୍ୟୁୟର୍କ ପୋଷ୍ଟର ରିପୋର୍ଟ ମୁତାବିକ , ଡୋନାଲ୍ଡ ଟ୍ରମ୍ପ କହିଛନ୍ତି କି, ଆମ ସହ ପୁଟିନ ମଧ୍ୟ ଯୁଦ୍ଧରେ ମୃତକଙ୍କୁ ନେଇ ଚିନ୍ତିତ। ସେଠାରେ ଯେଉଁ ଲୋକ ମରୁଛନ୍ତି, ସେମାନେ ଆମର ଓ ଆପଣଙ୍କର ପିଲା ପରି। ମୁଁ ଚାହୁଁଛି କି ଲୋକଙ୍କ ଏହି ଜୀବନ ଯିବା ଖୁବ୍‌ ଶୀଘ୍ର ବନ୍ଦ ହୋଇ ଯାଉ। ଟ୍ରମ୍ପ କହିଛନ୍ତି କି ଗତ ପାଖାପାଖି ୩ବର୍ଷରୁ ଏହି ଯୁଦ୍ଧ ଚାଲିଛି। ଯଦି ମୁଁ ରାଷ୍ଟ୍ରପତି ହୋଇଥାନ୍ତି ତ ଏହି ଯୁଦ୍ଧ କେବେ ବି ଆରମ୍ଭ ହୋଇ ନଥାନ୍ତା। ପୁଟିନଙ୍କ ସହ ମୋର ଭଲ ସଂପର୍କ ରହିଛି। ବାଇଡେନଙ୍କୁ ଟାର୍ଗେଟ୍‌ କରି କହିଛନ୍ତି , ବାଇଡେନ୍‌ ଆମ ଦେଶ ପାଇଁ ଲଜ୍ଜାକର ସ୍ଥିତିକୁ ସୃଷ୍ଟି କରିଛନ୍ତି। ଆମକୁ ବର୍ତ୍ତମାନ ଏହାକୁ ଥମାଇବାରେ କିଛି ସମୟ ଲାଗିବ। ଆମେ ତାହା କରୁଛୁ।

କ୍ରେମଲିନ୍‌ର ପ୍ରବକ୍ତା ଡିମିତ୍ରୀ ପେସକୋଭଙ୍କୁ ଯେବେ ଟ୍ରମ୍ପଙ୍କ ଏହି ବୟାନ ବିଷୟରେ ପଚରା ଯିବାକୁ ସେ କହିଛନ୍ତି କି ଉଭୟ ଦେଶ ମଧ୍ୟରେ ସଂପର୍କ ସ୍ଥାପନର ଭିନ୍ନ ଭିନ୍ନ ମାଧ୍ୟମ କାମ କରିଥାଏ । ମୁଁ ବ୍ୟକ୍ତିଗତ ଭାବେ ଏହା ବିଷୟରେ ଜାଣେ ନାହିଁ । ନା ମୁଁ ଏହା ସ୍ପଷ୍ଟ କରି ପାରିବି ନା ଏଥିରେ ମନା କରି ପାରିବି। ଏହା ପୂର୍ବରୁ କ୍ରେମଲିନ୍‌ଙ୍କ ପକ୍ଷରୁ କୁହାଯାଇ ଥିଲା କି ରୁଷ୍‌ ଶାନ୍ତି ଚାହେଁ ଏବଂ ସେ ଶାନ୍ତି ପାଇଁ ଆମେରିକାରୁ କଥାବାର୍ତ୍ତା କରିବାକୁ ପ୍ରସ୍ତୁତ। 

ଖୁବ୍‌ ଶୀଘ୍ର ହେବ ଟ୍ରମ୍ପ-ପୁଟିନ ଭେଟଘାଟ ? 

ଆମେରିକୀୟ ରାଷ୍ଟ୍ରପତି ଟ୍ରମ୍ପ ଅନେକ ଥର କହି ସାରିଛନ୍ତି କି, ସେ ଏହି ଯୁଦ୍ଧକୁ ଖୁବ୍‌ ଶୀଘ୍ର ବନ୍ଦ କରିବାକୁ ଚାହାନ୍ତି। ଏହି ମାମଲାରେ ସେ ଶୀଘ୍ର ପୁଟିନଙ୍କୁ ଭେଟିବେ। ହେଲେ ଏହି ସମୟରେ ବୈଶ୍ୱିତ ନେତାଙ୍କ ସାକ୍ଷାତ କେବେ ହେବ , ଏହାକୁ ନେଇ ଏବେ କୌଣସି ତାରିଖ ସାର୍ବଜନିକ କରାଯାଇ ନାହିଁ। ରୟଟର୍ସ ଏହି ମାସର ଆରମ୍ଭରେ ରିପୋର୍ଟ ଦେଇଥିଲା କି, ରୁଷ୍‌ ସାଉଦୀ ଆରବ ବା ସଂଯୁକ୍ତ ଆରବ ଏମିରେଟ୍‌ରେ ଉଭୟ ଦେଶର ରାଷ୍ଟ୍ରାଧ୍ୟକ୍ଷଙ୍କକୁ ସାକ୍ଷାତ କରିବାକୁ ଚାହାନ୍ତି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.