ନୂଆଦିଲ୍ଲୀ : ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଲଗାତାର ରୁଷ୍‌-ୟୁକ୍ରେନ ଯୁଦ୍ଧକୁ ବନ୍ଦ କରିବାକୁ ଟିପ୍ପଣୀ କରୁଛନ୍ତି। ନିକଟରେ ଡୋନାଲ୍ଡ ଟ୍ରମ୍ପ ଏକ ଇଣ୍ଟରଭ୍ୟୁରେ ଖୁଲାସା କରିଛନ୍ତି କି, ସେ ରୁଷ୍‌ର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଫୋନ୍‌ରେ ଏହି ଯୁଦ୍ଧକୁ ବନ୍ଦ କରିବା ବିଷୟରେ କଥାବାର୍ତ୍ତା ହୋଇଛନ୍ତି। ଟ୍ରମ୍ପ କହିଛନ୍ତି ଯେ, ରାଷ୍ଟ୍ରପତି ମଧ୍ୟ ଏହା ଚାହାନ୍ତି କି, ଲୋକଙ୍କ ମୃତ୍ୟୁରେ ରୋକ୍‌ ଲାଗୁ। ୨୦୨୨ ମସିହାରେ ଯୁଦ୍ଧ ଆରମ୍ଭ ହେବା ପରେ ଆମେରିକାର ରାଷ୍ଟ୍ରପତି ଓ ରୁଷ୍‌ର ରାଷ୍ଟ୍ରପତି ମଧ୍ୟରେ ଏହା ପ୍ରଥମ ଜ୍ଞାତ ବାର୍ତ୍ତାଳାପ। 

ନ୍ୟୁୟର୍କ ପୋଷ୍ଟର ରିପୋର୍ଟ ମୁତାବିକ , ଡୋନାଲ୍ଡ ଟ୍ରମ୍ପ କହିଛନ୍ତି କି, ଆମ ସହ ପୁଟିନ ମଧ୍ୟ ଯୁଦ୍ଧରେ ମୃତକଙ୍କୁ ନେଇ ଚିନ୍ତିତ। ସେଠାରେ ଯେଉଁ ଲୋକ ମରୁଛନ୍ତି, ସେମାନେ ଆମର ଓ ଆପଣଙ୍କର ପିଲା ପରି। ମୁଁ ଚାହୁଁଛି କି ଲୋକଙ୍କ ଏହି ଜୀବନ ଯିବା ଖୁବ୍‌ ଶୀଘ୍ର ବନ୍ଦ ହୋଇ ଯାଉ। ଟ୍ରମ୍ପ କହିଛନ୍ତି କି ଗତ ପାଖାପାଖି ୩ବର୍ଷରୁ ଏହି ଯୁଦ୍ଧ ଚାଲିଛି। ଯଦି ମୁଁ ରାଷ୍ଟ୍ରପତି ହୋଇଥାନ୍ତି ତ ଏହି ଯୁଦ୍ଧ କେବେ ବି ଆରମ୍ଭ ହୋଇ ନଥାନ୍ତା। ପୁଟିନଙ୍କ ସହ ମୋର ଭଲ ସଂପର୍କ ରହିଛି। ବାଇଡେନଙ୍କୁ ଟାର୍ଗେଟ୍‌ କରି କହିଛନ୍ତି , ବାଇଡେନ୍‌ ଆମ ଦେଶ ପାଇଁ ଲଜ୍ଜାକର ସ୍ଥିତିକୁ ସୃଷ୍ଟି କରିଛନ୍ତି। ଆମକୁ ବର୍ତ୍ତମାନ ଏହାକୁ ଥମାଇବାରେ କିଛି ସମୟ ଲାଗିବ। ଆମେ ତାହା କରୁଛୁ।

କ୍ରେମଲିନ୍‌ର ପ୍ରବକ୍ତା ଡିମିତ୍ରୀ ପେସକୋଭଙ୍କୁ ଯେବେ ଟ୍ରମ୍ପଙ୍କ ଏହି ବୟାନ ବିଷୟରେ ପଚରା ଯିବାକୁ ସେ କହିଛନ୍ତି କି ଉଭୟ ଦେଶ ମଧ୍ୟରେ ସଂପର୍କ ସ୍ଥାପନର ଭିନ୍ନ ଭିନ୍ନ ମାଧ୍ୟମ କାମ କରିଥାଏ । ମୁଁ ବ୍ୟକ୍ତିଗତ ଭାବେ ଏହା ବିଷୟରେ ଜାଣେ ନାହିଁ । ନା ମୁଁ ଏହା ସ୍ପଷ୍ଟ କରି ପାରିବି ନା ଏଥିରେ ମନା କରି ପାରିବି। ଏହା ପୂର୍ବରୁ କ୍ରେମଲିନ୍‌ଙ୍କ ପକ୍ଷରୁ କୁହାଯାଇ ଥିଲା କି ରୁଷ୍‌ ଶାନ୍ତି ଚାହେଁ ଏବଂ ସେ ଶାନ୍ତି ପାଇଁ ଆମେରିକାରୁ କଥାବାର୍ତ୍ତା କରିବାକୁ ପ୍ରସ୍ତୁତ। 

ଖୁବ୍‌ ଶୀଘ୍ର ହେବ ଟ୍ରମ୍ପ-ପୁଟିନ ଭେଟଘାଟ ? 

ଆମେରିକୀୟ ରାଷ୍ଟ୍ରପତି ଟ୍ରମ୍ପ ଅନେକ ଥର କହି ସାରିଛନ୍ତି କି, ସେ ଏହି ଯୁଦ୍ଧକୁ ଖୁବ୍‌ ଶୀଘ୍ର ବନ୍ଦ କରିବାକୁ ଚାହାନ୍ତି। ଏହି ମାମଲାରେ ସେ ଶୀଘ୍ର ପୁଟିନଙ୍କୁ ଭେଟିବେ। ହେଲେ ଏହି ସମୟରେ ବୈଶ୍ୱିତ ନେତାଙ୍କ ସାକ୍ଷାତ କେବେ ହେବ , ଏହାକୁ ନେଇ ଏବେ କୌଣସି ତାରିଖ ସାର୍ବଜନିକ କରାଯାଇ ନାହିଁ। ରୟଟର୍ସ ଏହି ମାସର ଆରମ୍ଭରେ ରିପୋର୍ଟ ଦେଇଥିଲା କି, ରୁଷ୍‌ ସାଉଦୀ ଆରବ ବା ସଂଯୁକ୍ତ ଆରବ ଏମିରେଟ୍‌ରେ ଉଭୟ ଦେଶର ରାଷ୍ଟ୍ରାଧ୍ୟକ୍ଷଙ୍କକୁ ସାକ୍ଷାତ କରିବାକୁ ଚାହାନ୍ତି।