ପ୍ରମୂଖ ଖବର
  • ନୀଳଗିରି ବ୍ଲକ ତେଲିପାଳ ପଞ୍ଚାୟତ ଋଷିଆ କେନାଲରେ ଅଘଟଣ, ବଜ୍ରପାତରେ ୩ ମୃତ
  • ||
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ୟୁରୋପୀୟ ସଂଘକୁ ଟ୍ରମ୍ପଙ୍କ ବଡ଼ ଧମକ , କହିଲେ- ବହୁତ କ୍ଷତି କରି ଦେଲ ...

Published By : Prameya | February 27, 2025 7:58 PM

ନୂଆଦିଲ୍ଲୀ : ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ପାଶ୍ଚାତ୍ୟ ଦେଶ ଗୁଡ଼ିକ ମଧ୍ୟରେ ବିବାଦ ବଢିବାରେ ଲାଗିଛି। ନିକଟରେ ଡୋନାଲ୍ଡ ଟ୍ରମ୍ପ ୟୁରୋପୀୟ ଦେଶ ଗୁଡ଼ିକୁ ବଡ଼ ଧମକ ଦେବାର ନଜର ଆସିଛି। ବୁଧବାର ଶପଥ ନେବା ପରେ ନିଜର ପ୍ରଥମ ବୈଠକ ବେଳେ ଟ୍ରମ୍ପଙ୍କୁ ନିଜର ଚିର ପରିଚିତ ଅନ୍ଦାଜରେ ଦେଖିବାକୁ ମିଳି ଥିଲା। 

ଟ୍ରମ୍ପ ଏହି ସମୟରେ କହିଥିଲେ ଯେ, ସେ ୟୁରୋପୀୟ ସଂଘ ଠାରୁ ଆମଦାନୀ ହେଉଥିବା ଉତ୍ପାଦ ଗୁଡ଼ିକ ଉପରେ ୨୫ ପ୍ରତିଶତ ଟାରିଫ୍‌ ଲଗାଇବେ। ଖାଲି ଏତିକି ନୁହେଁ ଟ୍ରମ୍ପ ଏହି ଦାବି ମଧ୍ୟ କରିଥିଲେ ଯେ, ଏହି ବ୍ଲକ୍‌ର ଗଠନ ଆମେରିକାକୁ ନଷ୍ଟଭ୍ରଷ୍ଟ କରିବାକୁ କରାଯାଇ ଥିଲା। ଟ୍ରମ୍ପ କହିଥିଲେ -ଟାରିଫ୍‌ ଉପରେ ନିଷ୍ପତ୍ତି ହୋଇ ଯାଇଛି ଏବଂ ଏହାର ଘୋଷଣା ଖୁବ୍‌ ଶୀଘ୍ର ନିଆଯିବ।

କହି ରଖୁଛୁ କି, ୟୁରୋପୀୟ ସଂଘ ବର୍ତ୍ତମାନ ସମୟରେ ଆମେରିକୀୟ ଗାଡ଼ି ଗୁଡି଼କ ଉପରେ ୧୦ ପ୍ରତିଶତ ଟାରିଫ୍‌ ଲଗାଉଛି। ଅନ୍ୟପଟେ କିଛି ଗାଡ଼ି ଉପରେ ଏଥିରେ ସାମିଲ ଦେଶ ୨୫ ପ୍ରତିଶତ ଟାରିଫ୍‌ ମଧ୍ୟ ଲଗାଇ ଥାନ୍ତି । ଟ୍ରମ୍ପ ମିଡ଼ିଆ ସହ କଥାବାର୍ତ୍ତା ବେଳେ କହିଛନ୍ତି , ୟୁରୋପୀୟ ଦେଶ ଗୁଡ଼ିକ ଉପରେ ୨୫ ପ୍ରତିଶତ ଟାରିଫ ଲାଗିବ ଏବଂ ଏହା କାର ଓ ଅନ୍ୟ ଜିନିଷ ଉପରେ ଲାଗୁ ହେବ। ଟ୍ରମ୍ପ ଆହୁରି କହିଛନ୍ତି  ଦେଖନ୍ତୁ , ସଚ୍ଚୋଟର ସହ କହିବା ତ ୟୁରୋପୀୟ ସଂଘର ଗଠନ ସଂଯୁକ୍ତ ରାଜ୍ୟ ଆମେରିକାକୁ ଅସୁବିଧାରେ ପକାଇବା ପାଇଁ କରାଯାଇ ଥିଲା।  ଏହା ତାଙ୍କର ଉଦ୍ଦେଶ୍ୟ ଓ ସେ ଏହାକୁ ଖୁବ୍‌ ଭଲରେ କରିଛନ୍ତି। କିନ୍ତୁ ଏବେ ମୁଁ ରାଷ୍ଟ୍ରପତି ଅଛି।

ଡୋନାଲ୍ଡ ଟ୍ରମ୍ପଙ୍କ ଏହି ଅଭିଯୋଗକୁ ୟୁରୋପୀୟ ସଂଘ ପୂରା ଖଣ୍ଡନ କରି ଦେଇଛି। ୟୁରୋପୀୟ ସଂଘର ଜଣେ ପ୍ରବକ୍ତା କହିଛନ୍ତି କି , ସଂଘ ଦୁନିଆର ସବୁଠୁ ବଡ଼ ସିଙ୍ଗଲ ମାର୍କେଟ୍‌ ଏରିଆ ଏବଂ ଏହା ଆମେରିକା ପାଇଁ ଏକ ବରଦାନ ରହିଛି। ସେପଟେ ଆମେରିକାରେ ଫ୍ରାନ୍ସର ପୂର୍ବତନ ରାଷ୍ଟ୍ରଦୂତ ଗେରାର୍ଡ ଅରାଉଡ୍‌ କହିଛନ୍ତି କି ଟ୍ରମ୍ପ ପାଶ୍ଚାତ୍ୟ ଦେଶ ଗୁଡ଼ିକୁ ଘୃଣା କରନ୍ତି। ସେ କହିଛନ୍ତି , ଟ୍ରମ୍ପ EU ଙ୍କୁ ଘୃଣା କରନ୍ତି। ତାଙ୍କୁ ଜଣାନାହିଁ ଏହା କଣ , କିନ୍ତୁ ସେ ଏଥିରେ ଘୃଣା କରନ୍ତି।  

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.