ନୂଆଦିଲ୍ଲୀ,୧୧/୦୪: ଆମେରିକା-ଚୀନ ମଧ୍ୟରେ ତେଜୁଛି ଟାରିଫ୍ ୱାର । ଡ୍ରାଗନ୍ ଉପରେ ଅତିରିକ୍ତ ବାେଝ ଲଦି ହୋଇପଡ଼ିଛି । ଚୀନ ଉପରେ ୧୪୫% ଅତିରିକ୍ତ ଶୁଳ୍କ ଲଗାଇଛି ଆମେରିକା । ୧୨୫% ନୁହେଁ ଚୀନ୍ ଉପରେ ମୋଟ୍ ୧୪୫% ଟାରିଫ୍ ଲାଗୁ ହୋଇଛି । ପେଣ୍ଟାନିଲ୍ ଚୋରା ଚାଲାଣ ଅଭିଯୋଗରେ ଅଧିକ ୨୦% ଶୁଳ୍କ ଲାଗୁ ହୋଇଛି । ଏ ନେଇ ହ୍ବାଇଟ୍ ହାଉସ୍ ପକ୍ଷରୁ ସ୍ପଷ୍ଟୀକରଣ ମିଳିଛି । ପୂର୍ବରୁ ଚୀନ ଉପରେ ୧୨୫ ପ୍ରତିଶତ ଟାରିଫ୍ ଲାଗୁ ହୋଇଥିଲା ।
ଆମେରିକାର ସବୁ ସାମଗ୍ରୀ ଉପରେ ଚୀନ ରାଷ୍ଟ୍ରପତି ଜିନପିଙ୍ଗ ୩୫% ଶୁଳ୍କ ଲଗାଇବା ପରେ ଅତିରିକ୍ତ ଶୁଳ୍କ ଲାଗୁ କରିବାକୁ ଚେତାବନୀ ଦେଇଥିଲା ଆମେରିକା । ଯେସାକୁ ତେସା ନୀତିରେ ବିଶ୍ୱାସ ରଖୁଥିବା ବିଶ୍ବର ଦୁଇ ଶକ୍ତିଶାଳୀ ନେତାଙ୍କ ଟାରିଫ୍ ଯୁଦ୍ଧ ଆଗକୁ ବିଶ୍ୱ ବଜାରକୁ ଅଧିକ ପ୍ରଭାବିତ କରିବ ବୋଲି ଆକଳନ କରାଯାଉଛି । ଟ୍ରମ୍ପଙ୍କ ଶୁଳ୍କ ଉପରେ ୯୦ ଦିନର ରୋକ୍ ଲାଗିପାରେ ବୋଲି ଚର୍ଚ୍ଚା ଭିତରେ ଏଭଳି ଘୋଷଣା କରିଛି ଆମେରିକା । ଡୋନାଲ୍ଡ ଟ୍ରମ୍ପଙ୍କ ୧୦୪ ପ୍ରତିଶତ ଶୁଳ୍କ ଲାଗୁର ଜବାବ ଦେଇ, ଚୀନ୍ ଆମେରିକା ଉପରେ ୮୪ ପ୍ରତିଶତ ଶୁଳ୍କ ଲାଗୁ କରିବାକୁ ଘୋଷଣା କରିଥିଲା । ଆମେରିକା ଏବଂ ଚୀନ୍ ମଧ୍ୟରେ ବାଣିଜ୍ୟ ଯୁଦ୍ଧ ଏକ ନୂଆ ମୋଡ଼ ନେଇଛି । ଆମେରିକୀୟ ସାମଗ୍ରୀ ଉପରେ ୮୪ ପ୍ରତିଶତ ଅତିରିକ୍ତ ଶୁଳ୍କ ଲାଗୁ କରିବାକୁ ଘୋଷଣା କରି ବେଜିଂ ଆମେରିକା ବିରୁଦ୍ଧରେ ପ୍ରତିଶୋଧ ନେଇଥିଲା ।
ଅଧିକ ପଢ଼ନ୍ତୁ...ଆମେରିକା-ଚୀନ ଟାରିଫ୍ ୱାର, ୫୦ ଅତିରିକ୍ତ ଶୁଳ୍କ ଲଗାଇବାକୁ ଟ୍ରମ୍ପଙ୍କ ଚେତବାନୀ
ଡୋନାଲ୍ଡ ଟ୍ରମ୍ପଙ୍କ ଶୁଳ୍କ ନୀତି ଯୋଗୁଁ ବିଶ୍ବର ସବୁ ଦେଶ ପ୍ରଭାବିତ ହୋଇଛନ୍ତି । ଏପ୍ରିଲ ୨ରେ ବିଶ୍ବର ବିଭିନ୍ନ ଦେଶକୁ ଟାର୍ଗେଟ କରି ପାଲଟା ଶୁଳ୍କ ଘୋଷଣା କରିଥିଲେ । ଅଟୋ ମୋବାଇଲ, ଦୁଗ୍ଧ, ଇସ୍ପାତ ଏବଂ ଇଲେକ୍ଟ୍ରୋନିକ୍ସ ଭଳି କ୍ଷେତ୍ର ଏବି ଶୁଳ୍କ ଦ୍ବାରା ବିପଦରେ ପଡ଼ିଛି । ଟ୍ରମ୍ପଙ୍କ ଟାରିଫ୍ ଘୋଷଣା ପରେ ବାଣିଜ୍ୟ ଯୁଦ୍ଧ ତୀବ୍ର ହୋଇଛି । ଆମେରିକା ବିରୋଧରେ ଚୀନ ୩୪ ପ୍ରତିଶତ ଟାରିଫ୍ ଲଗାଇବାକୁ ଘୋଷଣା କରିଥିଲା । ଡ୍ରାଗନରେ ଏଭଳି କାର୍ଯ୍ୟାନୁଷ୍ଠାନ ପରେ ଚୀନ ବିରୋଧରେ ଅତିରିକ୍ତ ୫୦ ପ୍ରତିଶତ ଟାରିଫ୍ ଧମକ ଦେଇଥିଲେ ।