ପ୍ରମୂଖ ଖବର
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ତଣ୍ଡିକେରା ଛକରୁ ଦୁଇ ସନ୍ଦିଗ୍ଧଙ୍କୁ ଉଠାଇନେଲା ଚନ୍ଦନପୁର ପୁଲିସ, ଚାଲିଛି ପରିଚୟ ଖୋଜା

Published By : Prameya | April 27, 2025 11:04 AM

ପୁରୀ,୨୭/୦୪: ଚନ୍ଦନପୁର ଥାନା ପୁଲିସ ଦୁଇ  ଜଣ ସନ୍ଦିଗ୍ଧଙ୍କ ଉଠାଇ ନେଇଛି । ଶନିବାର ରାତିରେ  ବାଲିପାଟଣା ତଣ୍ଡିକେରା ଛକ ଠାରେ ସ୍ଥାନୀୟ ଲୋକଙ୍କ  ଦ୍ୱାରା ଅଟକ ଥିବା ୨ ଜଣ ସନ୍ଦିଗ୍ଧ ଯୁବକଙ୍କୁ ନେଇ  ଥାନାରେ ପଚରା ଉଚରା କରୁଛି ପୁଲିସ । 

ମିଳିଥିବା  ଖବର ଅନୁସାରେ ସନ୍ଧ୍ୟାରେ କିଛି ଛୋଟପିଲା ଯଜ୍ଞ କାର୍ଯ୍ୟ ପାଇଁ ଛକରେ ବାଟୋଇଙ୍କ ଠାରୁ ଦାନ ଅର୍ଥ  ସଂଗ୍ରହ କରୁଥିଲେ । ଏହି ୨ ଅଣଓଡ଼ିଆ ଯୁବକ ଏହି  ପିଲାମାନଙ୍କୁ ଗାଳିଗୁଲଜ କରି ଧମକ ଦେଉଥିବା  ଅଭିଯୋଗ ହୋଇଛି । ଲୋକେ ଉଭୟଙ୍କୁ ଧରି ପଚରା ଉଚରା କରିଥିଲେ । ସେମାନେ ସଂଖ୍ୟାଲଘୁ ସମ୍ପ୍ରଦାୟର ବୋଲି ପରିଚୟ ଦେଇଥିଲେ । ତେବେ ଛୋଟ ପିଲାଙ୍କୁ ଧମକ ଦେବା କାରଣ ପଚାରିବାରୁ ଦୁହେଁ କୌଣସି ସନ୍ତୋଷଜନକ ଉତ୍ତର ଦେଇଥିଲେ । ଉତ୍ତେଜନା ପ୍ରକାଶ ପାଇବାରୁ ସେମାନେ ହିନ୍ଦୁ ଧର୍ମର ବ୍ୟକ୍ତିବିଶେଷ ବୋଲି କହିଥିଲେ। କଥାରେ ତାଳମେଳ ରହୁନଥିବା କାରଣରୁ ସେମାନଙ୍କ ଉପରେ ଲୋକଙ୍କ ସନ୍ଦେହ ବଢ଼ିଥିଲା ।  ଏହାପରେ ଲୋକେ ପୁଲିସକୁ ଖବର ଦେଇଥିଲେ ।  ପରେ ପୁଲିସ ପହଞ୍ଚି ୨ ଜଣଙ୍କୁ ଥାନାକୁ ନେଇଥିଲା ।  ତେବେ ଉଭୟଙ୍କ ଭାଷା ବୁଝାପଡ଼ୁନଥିବାବେଳେ  ମାନସିକ ବିକାରଗ୍ରସ୍ତଙ୍କ ଭଳି ଆଚରଣ ପ୍ରଦର୍ଶନ କରୁଥିବା କହିଛନ୍ତି ଆଇଆଇସି ଭୁବନମୋହନ  ସାମନ୍ତରାୟ । ସେମାନଙ୍କୁ ଚନ୍ଦନପୁର ସ୍ଥିତ ମାନସିକ ବିକାରଗ୍ରସ୍ତଙ୍କ ପାଇଁ ଥିବା ସେଲ୍ଟର୍‌ ହୋମ୍‌ରେ ଛଡ଼ା  ଯାଇଥିବା ସେ କହିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.