ପ୍ରମୂଖ ଖବର
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

ଲାଞ୍ଚ ନେଇ ଧରାପଡିଲେ କନିଷ୍ଠ ଯନ୍ତ୍ରୀ, ହରେକୃଷ୍ଣ ସାହୁଙ୍କ ଠାରୁ ୭ ହଜାର ଟଙ୍କା ଜବତ କଲା ଭିଜିଲାନ୍ସ

Published By : Harapriya Sethi | October 4, 2024 3:04 PM

ବଲାଙ୍ଗୀର,୦୪/୧୦: ଭିଜିଲାନ୍ସ ଜାଲରେ ପଡ଼ିଲେ ବେଲପଡ଼ା କନିଷ୍ଠ ଯନ୍ତ୍ରୀ । ପୋଖରୀ ବିଲ୍‌ ପାସ୍‌ ପାଇଁ ମାଗିଥିଲେ ଲାଞ୍ଚ । ଟଙ୍କା ନେବା ବେଳେ ମାଡ଼ିବସିଲା ଭିଜିଲାନ୍ସ ଟିମ୍‌ ।  କନିଷ୍ଠ ଯନ୍ତ୍ରୀ ହରେକୃଷ୍ଣ ସାହୁଙ୍କ ଠାରୁ ଜବତ ହେଲା ରଙ୍ଗବୋଳା ୭ ହଜାର ଟଙ୍କା । ଅଫିସ୍‌ରେ କାଗଜ ପତ୍ର ଯାଞ୍ଚ କଲା ଟିମ୍‌ । ବଲାଙ୍ଗୀର ଜିଲ୍ଲା କନ୍ଧେନଝୁଲା ପଞ୍ଚାୟତ ସର୍ଗିମୁଣ୍ଡା ଗାଁରେ ଏଭଳି ଘଟଣା ଘଟିଛି । 

ସୂଚନା ମୁତାବକ, ଲାଞ୍ଚ ନେଇ ଭିଜିଲାନ୍ସ ହାବୁଡ଼ରେ ପଡ଼ିଲେ ବେଲପଡା ବ୍ଲକ କନିଷ୍ଠ ଯନ୍ତ୍ରୀ ହରେକୃଷ୍ଣ ସାହୁ । କନ୍ଧେନଝୁଲା ପଞ୍ଚାୟତ ସର୍ଗିମୁଣ୍ଡା ଗାଁର ମିନିକେତନ ଚାହାରଙ୍କ ଠାରୁ ପୋଖରୀ ବିଲ୍‌ ପାସ୍‌ କରିବା ପାଇଁ ଲାଞ୍ଚ ମାଗିଥିଲେ କନିଷ୍ଠ ଯନ୍ତ୍ରୀ ହରେକୃଷ୍ଣ ସାହୁ । ଏନେଇ ପ୍ରଥମେ ମିନିକେତନ ଚାହାର ୧୫ ହଜାର ଟଙ୍କା ଲାଞ୍ଚ ଦେଇଥିଲେ । ଲାଞ୍ଚ ଦେଇ ଏହି ବିଷୟରେ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ପୂର୍ବରୁ ଛକି ବସିଥିଲା ଭିଜିଲାନ୍ସ ଟିମ୍‌ । ଦ୍ୱିତୀୟ ପର୍ଯ୍ୟାୟରେ ୭ ହଜାର ଟଙ୍କା ଦେବାକୁ ଯାଇଥିଲେ ମିନିକେତନ । ଏହି ସମୟରେ ହଠାତ୍ ଚଢାଉ କରିଥିଲା ଭିଜିଲାନ୍ସ ଟିମ୍‌ । ଚଢାଉ କରି କନିଷ୍ଠ ଯନ୍ତ୍ରୀଙ୍କ ଠାରୁ ଜବତ କଲା ରଙ୍ଗବୋଳା ୭ ହଜାର ଟଙ୍କା । ପରେ ତାଙ୍କ ଅଫିସରେ ଥିବା ସମସ୍ତ କାଗଜପତ୍ର ଯାଞ୍ଚ କରିଥିଲା ଭିଜିଲାନ୍ସ ଟିମ୍‌ । ଏହା ସହ କନିଷ୍ଠ ଯନ୍ତ୍ରୀଙ୍କୁ ଅଟକ ରଖି ପଚରାଉଚରା କରୁଛି ଭିଜିଲାନ୍ସ ଟିମ୍‌ । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.