ପ୍ରମୂଖ ଖବର
  • ପାକିସ୍ତାନ ବିରୋଧରେ ବିଏଲଏଫର ‘ଅପରେସନ୍ ବାମ୍’; ଏକାଥରେ ୧୭ଟି ସ୍ଥାନରେ କଲା ଆକ୍ରମଣ
  • ||
  • ପାତ୍ରପୁର ଠଣାଗାଁ ଛକ ନିକଟରେ ୨ ବୁଲେଟ ମଧ୍ୟରେ ମୁହାଁମୁହିଁଁ ଧକ୍କା , ବାପା-ପୁଅ ସମେତ ୩ମୃତ
  • ||
  • ବୌଦ୍ଧ : ଜମଘାଟୀ ଗ୍ରାମରେ ଅଘଟଣ, କୂଅରେ ପଡ଼ି ବୃଦ୍ଧଙ୍କ ମୃତ୍ୟୁ
  • ||
  • କୋଣାର୍କରୁ ବରମୁଣ୍ଡା ଆମ ବସ୍‌ ବନ୍ଦ, ଯାତ୍ରୀ ହନ୍ତସନ୍ତ
  • ||
  • ଜଗତସିଂହପୁର : ପୁତୁରାକୁ କୋଦାଳରେ ହାଣି ହତ୍ୟା କଲା ଦାଦା, କାରଣ ଅସ୍ପଷ୍ଟ
  • ||
  • ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ, ସୋସିଆଲ ମିଡିଆରେ ପାଟ ଅଗଣା ଓ ଭେଟ ମଣ୍ଡପର ଫଟୋ ଛାଡିଲେ ଯୁବକ
  • ||
  • 'ଏକ୍ସ'ର ସିଇଓ ପଦରୁ ଇସ୍ତଫା ଦେଲେ ଲିଣ୍ଡା ୟାକାରିନୋ,ସାମ୍ନାକୁ ଆସିଲା ମସ୍କଙ୍କ ପ୍ରତିକ୍ରିୟା
  • ||
  • ଡେଲାଙ୍ଗ ବ୍ଲକରେ ବ୍ୟାପିଛି ବାର୍ଡ ଫ୍ଲୁ, ଚିନ୍ତାରେ ଚାଷୀ
  • ||
  • ଏଆଇ-ଚାଳିତ ଉତ୍ପାଦନ ବିପ୍ଳବର ନେତୃତ୍ୱ ନେବ ଓଡ଼ିଶା, ଆସୋଚାମ-ପ୍ରାଇମସ ପାର୍ଟନର୍ସ ରିପୋର୍ଟ
  • ||
  • ରେଲୱେରେ ଏବର୍ଷ ମିଳିବ ୫୦ ହଜାର ଚାକିରି, ଏପର୍ଯ୍ୟନ୍ତ ୯ ହଜାର ନିଯୁକ୍ତିପତ୍ର ପଠାଇସାରିଲାଣି RRB
  • ||
  • ଅନୁଗୁଳ : NH ୧୪୯ ବଂରପାଳ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା, ଟ୍ରାଭେଲର୍‌ ଧକ୍କାରେ ୨ ବାଇକ୍‌ ଆରୋହୀ ମୃତ
  • ||
  • ଜିଦ୍‌ରେ ଅଟଳ ଡ୍ରାଇଭର୍ ମହାସଙ୍ଘ : ପରିବହନ ଅଚଳ, ତିରୋଟମୁହାଁ ତେଲ, ବାହାରୁ ଆସିପାରୁନି ଗ୍ରୋସରୀ ଓ ପନିପରିବା
  • ||

ବିମାନରେ 11A ସିଟ୍‌ର ରହିଛି ରହସ୍ୟ ! ୨୭ ବର୍ଷ ପୂର୍ବରୁ ବି ହୋଇଥିଲା ଚମତ୍କାର

Published By : Tapas Panda | June 14, 2025 5:02 PM

ଅହମ୍ମଦାବାଦ: ବିମାନ ଦୁର୍ଘଟଣା ପରେ ବିଶ୍ବାସ କୁମାର ରମେଶ ନାମକ ଜଣେ ବ୍ୟକ୍ତି  ଖୁବ ଚର୍ଚ୍ଚାରେ ରହିଛନ୍ତି । ବିମାନରେ ଥିବା ୨୪୨ ଜଣଙ୍କ ମଧ୍ୟରୁ ରମେଶ ହିଁ ଏକମାତ୍ର ବ୍ୟକ୍ତି ଯିଏ ବିମାନ ଦୁର୍ଘଟଣାରେ ବଞ୍ଚି ଯାଇଛନ୍ତି । ରମେଶଙ୍କ ସିଟ୍ ନମ୍ବର 11A ଥିଲା । ଏହି ସିଟ୍ ବିଷୟରେ ଏକ ରୋଚକ ତଥ୍ୟ ସାମ୍ନାକୁ ଆସିଛି। ଅହମ୍ମଦାବାଦ ବିମାନ ଦୁର୍ଘଟଣାରେ ସିଟ୍ 11A ରେ ବସିଥିବା ବ୍ୟକ୍ତି ବଞ୍ଚିଯାଇଥିବା ଖବର ଶୁଣି ଆଶ୍ଚର୍ଯ୍ୟ ହୋଇଛନ୍ତି ଥାଇ ଗାୟକ ଏବଂ ଅଭିନେତା ଜେମ୍ସ ରୁଆଙ୍ଗସାକ୍ ଲୋଇଚୁସାକ୍ । କାରଣ, ୨୭ ବର୍ଷ ପୂର୍ବେ ସେ ମଧ୍ୟ ସିଟ୍ 11A ରେ ବସିଥିଲେ ଏବଂ ବିମାନ ଦୁର୍ଘଟଣାରେ ବଞ୍ଚି ଯାଇଥିଲେ। 

ଡିସେମ୍ବର ୧୯୯୮ରେ ରୁଆଙ୍ଗସାକ୍ ଥାଇ ଏୟାରୱେଜ୍ ଫ୍ଲାଇଟ୍ TG ୨୬୧ରେ ଯାତ୍ରା କରୁଥିଲେ। ବିମାନଟି ଦକ୍ଷିଣ ଥାଇଲ୍ୟାଣ୍ଡରେ ଅବତରଣ କରିବାକୁ ଚେଷ୍ଟା କରୁଥିଲା ଏବଂ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ଦୁର୍ଘଟଣାରେ ୧୦୧ ଜଣଙ୍କର ମୃତ୍ୟୁ ହୋଇଥିଲା। ୧୦୧ ଜଣ ଯାତ୍ରୀଙ୍କ ମଧ୍ୟରୁ ସେ ଏକମାତ୍ର ବ୍ୟକ୍ତି ଥିଲେ, ଯିଏ ବଞ୍ଚି ଯାଇଥିଲେ । ସେ ମଧ୍ୟ ସିଟ୍ ୧୧A ରେ ବସିଥିଲେ। ସେ କହିଛନ୍ତି, ଏହି ଦୁର୍ଘଟଣା ପରେ ମୁଁ ଏତେ ଆଘାତ ପାଇଥିଲି ଯେ, ପ୍ରାୟ ୧୦ ବର୍ଷ ପର୍ଯ୍ୟନ୍ତ ମୁଁ ବିମାନରେ ଯାତ୍ରା କରିନଥିଲି। 

ବିଶ୍ୱାସ କୁମାର ରମେଶଙ୍କ ବଞ୍ଚିବା ଖବର ପ୍ରସାରିତ ହେବା ପରେ ରୁଆଙ୍ଗସାକଙ୍କ ପ୍ରତିକ୍ରିୟା ମିଳିଛି । ସିଟ୍‌ ନମ୍ବର 11A ସଂପର୍କରେ ସେ ବଡ଼ ଖୁଲାସା କରିଛନ୍ତି ।  ସେ ତାଙ୍କ ସୋସିଆଲ ମିଡିଆ ପୋଷ୍ଟରେ ଲେଖିଛନ୍ତି ଯେ, ଭାରତରେ ବିମାନ ଦୁର୍ଘଟଣାରୁ ବଞ୍ଚିଥିବା ବ୍ୟକ୍ତି ମଧ୍ୟ ସେହି ସିଟରେ ବସିଥିଲେ ଯେଉଁଠାରେ, ମୁଁ ୨୭ ବର୍ଷ ପୂର୍ବେ ବସିଥିଲି । ଅର୍ଥାତ ବିମାନ ଅଲଗା ହେଲେ ମଧ୍ୟ ସିଟ୍‌ ନମ୍ବର ଥିଲା ସମାନ, 11 A। ସେ ଆହୁରି ଲେଖିଛନ୍ତି ଯେ, ବିମାନ ଦୁର୍ଘଟଣା ଖବର ଶୁଣି ମୁଁ ମର୍ମାହତ। ଏହି ଦୁର୍ଘଟଣାରେ ଯେଉଁମାନେ ନିଜ ପ୍ରିୟଜନଙ୍କୁ ହରାଇଛନ୍ତି ସେମାନଙ୍କ ପ୍ରତି ମୋର ସମବେଦନା । 

ରୁଆଙ୍ଗସାକ୍ କହିଛନ୍ତି, ବିମାନ ଦୁର୍ଘଟଣାରେ ମୁଁ ବଞ୍ଚି ଯାଇଥିଲି । ଦୀର୍ଘ ୨୭ ବର୍ଷ ପରେ ଆଉ ଏକ ବିମାନ ଦୁର୍ଘଟଣାରେ ଅନ୍ୟ ଜଣେ ବ୍ୟକ୍ତି ସମାନ ସିଟ୍‌ରେ ବସିଥିବାରୁ ବଞ୍ଚି ଯିବା ଖବର ଆଶ୍ବର୍ଯ୍ୟ କରିଛି । ମୋର ସେହି ହୃଦୟ ବିଦାରକ ବିମାନ ଦୁର୍ଘଟଣାର ସ୍ମୃତିକୁ ତାଜା କରି ଦେଇଛି । 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.