ପ୍ରମୂଖ ଖବର
  • ୨୧ ଯାଏ ଅଧିକ ବର୍ଷା ସମ୍ଭାବନା, ଆଜି ଆଭ୍ୟନ୍ତରୀଣ ଓ ଦକ୍ଷିଣ ଓଡ଼ିଶାରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ
  • ||

ରାକ୍ଷସୀ ପାଲଟିଲା ପତ୍ନୀ; ସ୍ୱାମୀ ଆଖିରେ ଲଙ୍କାଗୁଣ୍ଡ ପକାଇ ତଣ୍ଟିରେ ଛିଡ଼ା ହୋଇ ହତ୍ୟା

Published By : Ankita S | June 29, 2025 2:48 PM

ବେଙ୍ଗାଲୁରୁ,୨୯/୦୬: ରାକ୍ଷସୀ ପାଲଟିଗଲା ପତ୍ନୀ । ପ୍ରଥମେ ସ୍ୱାମୀ ଆଖିକୁ ଲଙ୍କା ଗୁଣ୍ଡ ପକାଇଲା । ଜୀବନ ବିକଳରେ ସ୍ବାମୀ ଛଟପଟ ହେଉଥିଲା ସେତିକି ବେଳେ ତଣ୍ଟି ଉପରେ ଛିଡ଼ା ହୋଇ ଯାଇଥିଲା ପତ୍ନୀ । ଜଣେ ପତ୍ନୀ ତାଙ୍କ ପ୍ରେମିକ ସହିତ ମିଶି ସ୍ବାମୀକୁ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି । କର୍ଣ୍ଣାଟକରୁ ବିଶ୍ୱାସଘାତ ଓ ହତ୍ୟାର ଏକ ଭୟଙ୍କର ଅଭିଯୋଗ ସାମ୍ନାକୁ ଆସିଛି  ।

କର୍ଣ୍ଣାଟକର ତୁମକୁର ଜିଲ୍ଲାର କଡାଶୋଟ୍ଟିହଲ୍ଲି ଗାଁରୁ ଏହି ଘଟଣା ଘଟିଛି । ସୁମଙ୍ଗଳା ନାମକ ଜଣେ ମହିଳା ତାଙ୍କ ପ୍ରେମୀକଙ୍କ ସହିତ ମିଶି ସ୍ୱାମୀଙ୍କୁ ହତ୍ୟା କରିଛନ୍ତି । ପ୍ରଥମେ ସ୍ୱାମୀଙ୍କ ଆଖିକୁ ଲଙ୍କାଗୁଣ୍ଡ ପକାଇଥିଲେ । ଏହାପରେ ତାଙ୍କ ତଣ୍ଟି ଉପରେ ଛିଡ଼ା ହୋଇଥିଲେ । ଅପରାଧକୁ ଲୁଚାଇବାକୁ ସ୍ୱାମୀଙ୍କ ମୃତଦେହକୁ ୩୦ କିଲୋମିଟର ଦୂରରେ ଫୋପାଡ଼ିଥିଲେ ।

ପୋଲିସର ସୂଚନା ଅନୁସାରେ, ୫୦ ବର୍ଷୀୟ ମୃତକ ଶଙ୍କରମୂର୍ତ୍ତୀ ଏକ ଫାର୍ମହାଉସରେ ଏକୁଟିଆ ରହୁଥିଲେ । ତାଙ୍କ ପତ୍ନୀ ସୁମଙ୍ଗଳା ଏକ ହଷ୍ଟଲେ ରୋଷେଇ କାମ କରୁଥିଲେ । ତାଙ୍କର କରଦାଲୁସାତେ ଗାଁର ନାଗରାଜୁଙ୍କ ସହ ଅବୈଧ ସମ୍ପର୍କ ଥିଲା । ଏହାପରେ ସ୍ୱାମୀଙ୍କୁ ରାସ୍ତାରୁ ହଟାଇବାକୁ ହତ୍ୟା ଷଡ଼ଯନ୍ତ୍ର ରଚିଥିଲେ ସୁମଙ୍ଗଳା । ପ୍ରେମିକ ସହ ମିଶି ସ୍ୱାମୀଙ୍କୁ ହତ୍ୟା କରିଥିଲେ । ପ୍ରଥମେ ସ୍ୱାମୀଙ୍କ ଆଖିରେ ଲଙ୍କାଗୁଣ୍ଡ ପକାଇଥିଲା ଏବଂ ପରେ ତାଙ୍କୁ ଠେଙ୍ଗାରେ ପିଟିଥିଲା । ସେତିକିରେ ମନ ଶାନ୍ତି ହୋଇନଥିଲା ଯେ ସ୍ୱାମୀ ତଣ୍ଟିରେ ଛିଡା ହୋଇଥିଲା ପତ୍ନୀ ।

କିପରି ଧରାପଡିଲେ ଅଭିଯୁକ୍ତ- ନାନାବିକେ ଥାନାରେ ଶଙ୍କରମୂର୍ତ୍ତିଙ୍କ ନିଖୋଜ ଅଭିଯୋଗ ଦାଖଲ କରାଯାଇଥିଲା । ପୁଲିସ ମାମଲାର ତଦନ୍ତ ଆରମ୍ଭ କରିଥିଲା ।  ଶଙ୍କରମୂର୍ତ୍ତିଙ୍କ ବିଛଣାରେ ଲଙ୍କା ଗୁଣ୍ଡ ପଡିଥିଲା, ଯାହା ସନ୍ଦେହ ସୃଷ୍ଟି କରିଥିଲା। ସୁମଙ୍ଗଳାଙ୍କୁ ପଚରାଉଚରା କରାଯାଇଥିଲା ଏବଂ ତାଙ୍କ ମୋବାଇଲ କଲ୍ ଡିଟେଲ୍ ରେକର୍ଡ ଜବତ କରାଯାଇଥିଲା।  ଏହା ପୁଲିସକୁ ହତ୍ୟା ଷଡ଼ଯନ୍ତ୍ର ପର୍ଦ୍ଦାଫାସ୍ କରିବାରେ ସହାୟକ ହୋଇଥିଲା। ଶେଷରେ, ସୁମଙ୍ଗଳା ଅପରାଧ ସ୍ୱୀକାର କରିଥିଲା । ଏକ ମାମଲା ରୁଜୁ କରାଯାଇଛି ଏବଂ ଅଧିକ ତଦନ୍ତ ଚାଲିଛି ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.