ପାରଳାଖେମୁଣ୍ଡି ,୨୯/୦୫: ହୋମଗାର୍ଡ ଇଣ୍ଟରଭ୍ୟୁ ବେଳେ ଅଭାବନୀୟ ଘଟଣା । ଯୋଗ୍ୟତା ପରୀକ୍ଷା ଦେବାକୁ ଆସି ଜଣେ ଯୁବକ ମୃତ, ୬ଜଣ ଅସୁସ୍ଥ ସୂଚନା । ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ବେତଗୁଡ଼ା ସ୍ଥିତ ପୋଲିସ ବରେକରୁ ଏହି ଘଟଣା ସାମ୍ନାକୁ ଆସିଛି। ମୃତ ଯୁବକ ହେଲେ ଆର. ଉଦୟଗିରି ବ୍ଳକ୍ ରାମଗିରି ଅଞ୍ଚଳର ପରିସଲ ଗାଁର ଜଳନ୍ତ ମିଶାଲଙ୍କ ୨୫ ବର୍ଷୀୟ ପୁଅ ସୁଲନ୍ତ ମିଶାଲ ।
ସୂଚନା ମୁତାବକ, ବେତଗୁଡ଼ା ସ୍ଥିତ ପୋଲିସ ବରେକ୍ରେ ଆଜି ୯ଟା ବେଳେ ହୋମ ଗାର୍ଡ ଇଣ୍ଟରଭ୍ୟୁ ଚାଲିଥିଲା। ଯେଉଁଥିରେ ଜିଲ୍ଳାର ସମସ୍ତ ବ୍ଲକରୁ ଆଶାୟୀମାନେ ଯୋଗ୍ୟତା ପରୀକ୍ଷା ଦେବାକୁ ଆସିଥିଲେ । ଏହି ପରୀକ୍ଷା ପୂର୍ବରୁ ପୋଲିସ୍ ଡ୍ରିଲ୍ କରିଥିଲା । ମାତ୍ର ଏହି ସମୟରେ କୌଣସି କାରଣରୁ ସୁଲନ୍ତ ମିଶାଲ ଅସୁସ୍ଥ ହୋଇପଡ଼ିଥିଲେ । ତାଙ୍କୁ ତୁରନ୍ତ ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା ।ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହାଛଡ଼ା ଇଣ୍ଟରଭ୍ୟୁ ବେଳେ ଅନ୍ୟ ୬ଜଣ ଆଶାୟୀ ମଧ୍ୟ ଅସୁସ୍ଥ ହୋଇପଡ଼ିଥିଲେ । ସମସ୍ତ ଅସୁସ୍ଥଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି ।