ପ୍ରମୂଖ ଖବର
  • ରାତି ୨ଟା ୩୦ରେ ମୁନିର ଫୋନ୍ କରିଥିଲେ; କହିଲେ ଭାରତ ହମଲା କରିଦେଲା...ନୂର ଏୟାରବେସ୍‌ରେ ମିସାଇଲ ମାଡ଼କୁ ମାନିଲେ ଶେହବାଜ
  • ||
  • ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା ପ୍ରସ୍ତୁତି, ପବିତ୍ର ସ୍ନାନଯାତ୍ରା ଓ ରଥଯାତ୍ରାର ନୀତି ନିର୍ଘଣ୍ଟ ନେଇ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ବସିବ ବୈଠକ
  • ||
  • ରବିବାର ଇସ୍ରୋର ୧୦୧ତମ ଉତ୍‌କ୍ଷେପଣ, ଶ୍ରୀହରିକୋଟାରୁ ଲଞ୍ଚ୍‌ ହେବ ଇସ୍ରୋର ଇଓଏସ୍‌-୯ ମିଶନ
  • ||
  • IPL 2025: ୧୦ ଦିନ ପରେ ଫେରିଲା ଫଟାଫଟ୍ କ୍ରିକେଟ୍, ଆଜି ରୟାଲ ଚ୍ୟାଲେଞ୍ଜର୍ସକୁ ଭେଟିବ ନାଇଟ୍‌ ରାଇଡର୍ସ
  • ||
  • ଭୁବନେଶ୍ୱର : ବାଇକ୍‌ରେ ଆସି କାର୍‌ କାଚ ଭାଙ୍ଗିଲେ ଦୁର୍ବୃତ୍ତ, ଅଭିଯୁକ୍ତ ଫେରାର
  • ||
  • ବାସୁଦେବପୁର : ଭୋଜି ଖାଇ ଫେରିବା ବେଳେ ଓଲଟିଲା ଚାରି ଚକିଆ ଗାଡି, ୧୦ରୁ ଉର୍ଦ୍ଧ୍ଵ ଗୁରୁତର
  • ||
  • ମେ' ୨୦ ସୁଦ୍ଧା ଯୁକ୍ତ ଦୁଇ ପରୀକ୍ଷା ଫଳ, ଏବେ ଚୂଡ଼ାନ୍ତ ପର୍ଯ୍ୟାୟରେ ପ୍ରକ୍ରିୟା
  • ||
  • କାଳବୈଶାଖୀ ଆସିବ, ଆଶ୍ୱସ୍ତି ଦେବନି: ୬ ଦିନ ପର୍ଯ୍ୟନ୍ତ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ସମ୍ଭାବନା କମ୍
  • ||

ନଦୀକୁ ଶୌଚ ହେବାକୁ ଯାଇ ନିଖୋଜ ହୋଇଥିଲେ ଯୁବକ, ଉଦ୍ଧାର ହେଲା ମୃତଦେହ

Published By : Harapriya Sethi | May 7, 2025 8:26 AM

ଭୁବନେଶ୍ୱର, ୦୭/୦୫: ମଙ୍ଗଳବାର ସନ୍ଧ୍ୟାରେ ତେଲ ନଦୀକୁ ଶୌଚ ହେବାକୁ ଯାଇ ନିଖୋଜ ହୋଇଥିଲେ ଯୁବକ । ମନମୁଣ୍ଡା ଥାନା ବାସୁଦେବପାଲି ତେଲନଦୀ ଘାଟରୁ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର କଲା ବୌଦ୍ଧ ଓଡ୍ରାଫ ଟିମ୍‌ । ଯୁବକ ଜଣକ ରାଜସ୍ଥାନର ମଦନ ରାଠୋର ବୋଲି ଜଣାପଡ଼ିଛି ।

ସୂଚନା ମୁତାବକ, ରାଜସ୍ଥାନର ଯୋଧପୁର ଅଞ୍ଚଳର ମଦନ ରାଠୋର ତାଙ୍କ ବାପା ଜଗଦୀଶ ରାଠୋର ଏବଂ ସାନ ଭାଇଙ୍କ ସହ ମଙ୍ଗଳବାର ସନ୍ଧ୍ୟାରେ ତେଲନଦୀକୁ ଶୌଚ ପାଇଁ ଯାଇ ନିଖୋଜ ହୋଇଥିଲେ । ଖବର ପାଇ ଘଟଣା ସ୍ଥଳରେ ମନମୁଣ୍ଡା ପୋଲିସ ଟିମ୍ ଏବଂ ସୋନପୁର ଅଗ୍ନିଶମ ବାହିନୀ ପହଞ୍ଚି ମିଳିତ ଉଦ୍ୟମରେ ନଦୀରେ ପ୍ରାୟ ୩ ଘଣ୍ଟା ଖୋଜାଖୋଜି କରିଥିଲେ । ହେଲେ ନିଖୋଜ ଯୁବକଙ୍କ କୌଣସି ପତ୍ତା ମିଳିନଥିଲା । ବୁଧବାର ସକାଳେ ବୌଦ୍ଧ ମୁଖ୍ୟାଳୟରୁ ଓଡ୍ରାଫର ଏକ ଟିମ୍ ଖୋଜାଖୋଜି କରି ଯୁବକଙ୍କ ମୃତଦେହକୁ ଉଦ୍ଧାର କରିଛନ୍ତି । ଘଟଣା ସ୍ଥଳରେ ମନମୁଣ୍ଡା ପୋଲିସ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ  ପଠାଇଛି । ଏହା ସହ ଘଟଣାର ତଦନ୍ତ ଜାରି ରଖିଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.