ରାଉରକେଲା,୨୯/୧୦: ଝାଡ଼ଖଣ୍ଡର ବନୋ ରେଳ ଷ୍ଟେସନ ନିକଟରେ ଏକ ମାଲବାହୀ ଟ୍ରେନର ୧୦ ଟି ବଗି ଲାଇନଚ୍ୟୁତ ହୋଇଛି। ଏହି ମାଲବାହୀ ଟ୍ରେନଟି ରାଉରକେଲାରୁ ରାଞ୍ଚି ଅଭିମୁଖେ ଯାଉଥିଲା। ଲାଇନଚ୍ୟୁତ ହେବା ପରେ ଟ୍ରେନର ବଗିଗୁଡ଼ିକ ଅପ୍ ଓ ଡାଉନ୍ ଲାଇନରେ ପଡ଼ି ଥିବାରୁ ଏହି ରେଳ ମାର୍ଗରେ ଟ୍ରେନ ଚଳାଚଳ ବାଧପ୍ରାପ୍ତ ହୋଇଛି।
ହାତିଆ - ପୁରୀ ତପସ୍ଵିନି ଏକ୍ସପ୍ରେସ ଓ ସମ୍ବଲପୁର - ବନାରସ ଏକ୍ସପ୍ରେସ ଟ୍ରେନର ଗତିପଥ ପରିବର୍ତ୍ତନ କରାଯାଇଛି। ଦୁର୍ଘଟଣା ପରେ ରେଳ ବିଭାଗର ବରିଷ୍ଠ ଅଧିକାରୀ ଓ କର୍ମଚାରୀ ସେଠାରେ ପହଞ୍ଚି ରେଳ ଧାରଣାରୁ ବଗିଗୁଡ଼ିକ ହଟାଇବା କାର୍ଯ୍ୟ ଆରମ୍ଭ କରିଛନ୍ତି।