ରାଉରକେଲା,୩/୮: ଆଇିଇଡ଼ି ବିସ୍ଫୋରଣରେ ରେଳୱେ କର୍ମଚାରୀଙ୍କ ମୃତ୍ୟୁ ଘଟଣାରେ ସହୟତା ଘୋଷଣା ହୋଇଛି । ସିଏମ୍ଆରଏଫ୍ରୁ ୧୦ ଲକ୍ଷ ଟଙ୍କା ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । କାର୍ଯ୍ୟରତ କି-ମ୍ୟାନ୍ ଇଟୁଆ ଓରାମଙ୍କ ପରିବାରକୁ ଆର୍ଥିକ ସହାୟତା ପ୍ରଦାନ କରିବାକୁ ଘୋଷଣା କରିଛନ୍ତି ସିଏମ୍ । ଘଟଣାକୁ ନେଇ ଦୁଃଖ ପ୍ରକାଶ କରିବା ସହିତ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଇଛନ୍ତି ।
ସିଏମ୍ଓ ଏକ୍ସରେ କହୁଯାଇଛି କି, ''ଓଡ଼ିଶା ଝାଡ଼ଖଣ୍ଡ ସୀମାରେ ଏକ ଅପ୍ରତ୍ୟାଶିତ ଆଇଇଡ଼ି ବିସ୍ଫୋରଣରେ ଭାରତୀୟ ରେଳରେ କାର୍ଯ୍ୟରତ କି-ମ୍ୟାନ୍ ଇଟୁଆ ଓରାମଙ୍କ ଦୁଃଖଦ ପ୍ରାଣହାନି ବିଷୟରେ ଜାଣି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଦୁଃଖ ପ୍ରକାଶ କରିବା ସହିତ ତାଙ୍କ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଇଛନ୍ତି । ଏହାସହ ମୃତକଙ୍କ ପରିବାରରଙ୍କ ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି (ସିଏମ୍ଆରଏଫ) ରୁ ୧୦ ଲକ୍ଷ ଟଙ୍କା ସହାୟତା ପ୍ରଦାନ କରିବାକୁ ଘୋଷଣା କରିଛନ୍ତି ।''
ଓଡ଼ିଶା ଝାଡ଼ଖଣ୍ଡ ସୀମାରେ ଏକ ଅପ୍ରତ୍ୟାଶିତ IED ବିସ୍ଫୋରଣରେ ଭାରତୀୟ ରେଳରେ କାର୍ଯ୍ୟରତ କି-ମ୍ୟାନ୍ ଇଟୁଆ ଓରାମଙ୍କ ଦୁଃଖଦ ପ୍ରାଣହାନି ବିଷୟରେ ଜାଣି ମୁଖ୍ୟମନ୍ତ୍ରୀ ଶ୍ରୀ @MohanMOdisha ଗଭୀର ଦୁଃଖ ପ୍ରକାଶ କରିବା ସହ ତାଙ୍କ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଇଛନ୍ତି । ଏହାସହ ମୃତକଙ୍କ ପରିବାରର ନିକଟତମ ଆତ୍ମୀୟଙ୍କ ପାଇଁ…
— CMO Odisha (@CMO_Odisha) August 3, 2025
ମାଓବାଦୀଙ୍କ ପକ୍ଷରୁ ସହିଦ ସପ୍ତାହ ପାଳନ କରାଯାଉଥିବା ବେଳେ ହିଂସାକାଣ୍ଡ ଘଟାଇଛନ୍ତି । କୋଇଡାର ରକ୍ସି - ଟୋପାଡ଼ିହି ମଝିରେ ଆଇଇଡି ବିସ୍ଫୋରଣ କରି ରେଳଧାରଣା ଉଡାଇ ଦେଇଛନ୍ତି । ଏହି ଘଟଣାରେ ରେଳ କର୍ମଚାରୀ ଇଟୁଆ ଓରାମଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ କର୍ମଚାରୀ ଗୁରୁତର ହୋଇଛନ୍ତି । ତାଙ୍କୁ ଚିକିତ୍ସା ଲାଗି ରାଉରକେଲାର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୧୦ ଲକ୍ଷ ଟଙ୍କା ଦେବାକୁ ଘୋଷଣା କରିଛନ୍ତି ।