ପ୍ରମୂଖ ଖବର
  • ଭଦ୍ରକ : ବିଦ୍ୟୁତ ଆଘାତରେ ମାମୁଁ -ଭଣଜା ମୃତ
  • ||
  • ବାଲେଶ୍ବର ଏଫଏମ କଲେଜ ପୀଡିତା ଛାତ୍ରୀଙ୍କ ମୃତ୍ୟୁ ଘଟଣା, ୟୁଜିସିର ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ
  • ||
  • ଆସନ୍ତାକାଲି ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା ଦେଲା ବିଜେଡି, ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ
  • ||
  • ସ୍ପେଶ ଡ୍ରାଗନ୍‌ର ସଫଳ ଅବତରଣ, ମହାକାଶରୁ ଫେରିଲେ ଶୁଭାଂଶୁ ଶୁକ୍ଳା ସମେତ ୪ ମହାକାଶଚାରୀ
  • ||
  • ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟ୍ ବୈଠକ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ୩ ମାସ ବଢ଼ିଲା ରାସନ କାର୍ଡ ଇ-କେୱାଇସି ଅବଧି, ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର
  • ||
  • ନିରବୀ ଗଲା ସୌମ୍ୟାଶ୍ରୀଙ୍କ ସ୍ୱର, ଗାଁ ମଶାଣିରେ ପଞ୍ଚଭୂତରେ ଲୀନ ​ହୋଇଗଲା ପାର୍ଥିବ ଶରୀର
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ଆସନ୍ତା ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ
  • ||
  • ସ୍ପେସ୍‌ ଷ୍ଟେସନରୁ ଫେରୁଛନ୍ତି ଶୁଭାଂଶ ଶୁକ୍ଳା, ଆଜି କାଲିଫର୍ଣ୍ଣିଆ ତଟରେ ଜଳାବତରଣ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

ଇଭି କ୍ଷେତ୍ର ଟାଣିବ ୩.୪ ଲକ୍ଷ କୋଟିର ନିବେଶ,ସ୍ଥାପନ ହେବ ୧୦ ଲକ୍ଷ ଚାର୍ଜିଂ ଷ୍ଟେଶନ

Published By : Anindita Ratha | December 13, 2024 10:30 AM

ନୂଆଦିଲ୍ଲୀ, ୧୩/୧୨:  ପରିବେଶ ପ୍ରଦୂଷଣ ଏବେ  ଚିନ୍ତାଜନକ ହୋଇଛି । ଦେଶରେ ପ୍ରଦୂଷଣ କମାଇବା ଲାଗି ସରକାର ପରିବେଶ ଉପଯୋଗୀ ଇଲେକ୍ଟ୍ରିକ ଭେଇକିଲ (ଇଭି) ଗ୍ରହଣୀୟତାକୁ ଏବେ ପ୍ରୋତ୍ସାହିତ କରୁଛନ୍ତି । ଘରୋଇ ବଜାରରେ ଲଗାତାର ଇଭି ବିକ୍ରି ବଢ଼ୁଛି । ଏହାକୁ ନଜରରେ ରଖି ବିଭିନ୍ନ କମ୍ପାନି ଏ କ୍ଷେତ୍ରରେ ନିବେଶ ଲାଗି ଆଗଭର ହେଉଛନ୍ତି । ଦେଶର ଇଭି କ୍ଷେତ୍ରରେ ଉଭୟ ଘରୋଇ ଏବଂ ବିଦେଶୀ କମ୍ପାନିଗୁଡିକ ୩.୪ ଲକ୍ଷ କୋଟି ଟଙ୍କା ନିବେଶ କରିବାର ଢ଼େର ସମ୍ଭାବନା ରହିଥିବା କନସଲଟିଂ ଫାର୍ମ କୋଲିୟର୍ସ ଏକ ରିପୋର୍ଟରେ କହିଛି ।  ଏହି ରିପୋର୍ଟ ମୁତାବକ, ଲିଥୟମ ଆୟନ ବ୍ୟାଟେରୀ ବିନିର୍ମାଣ କ୍ଷେତ୍ରରେ ୨୭ ବିଲିୟନ ଡଲାର ନିବେଶ ହେବ । ସେହିଭଳି ୯ ବିଲିୟନ ଡଲାର ପ୍ରମୁଖ ଯନ୍ତ୍ରାଂଶ ଏବଂ ଇଭି ବିନିର୍ମାଣ ଇକୋସିଷ୍ଟମରେ ନିବେଶ ହେବ । ଏବେ ଇଭି ଗ୍ରହଣୀୟତା ତ୍ୱରାନ୍ୱିତ ହୋଇଛି । 

୨୦୩୦ ସୁଦ୍ଧା ଇଭି ସଂଖ୍ୟା ୩୦% କରିବା ଲକ୍ଷ୍ୟ ଦିଗରେ ସରକାର ଏବେ ଅଗ୍ରସର ହେଉଛନ୍ତି । ବର୍ତ୍ତମାନ ଦେଶରେ ବିକ୍ରି ହେଉଥିବା ମୋଟ ଯାନ ମଧ୍ୟରୁ ଇଭିର ଅଂଶ ୮% ରହିଛି । ସେହିଭଳି ଚଳିତ ବର୍ଷ ୨୦ ଲକ୍ଷ ଇଭି ବିକ୍ରି ହେବା ନେଇ ଆକଳନ କରାଯାଇଛି । ଦେଶରେ ଇଭିର ବଜାର ୩.୨୧ ବିଲିୟନ ଡଲାର ଟପିଛି । ୨୦୩୦ ବେଳକୁ ଏହା ବାର୍ଷିକ ୪୪% ହାରରେ ବଢ଼ିବ ବୋଲି ଆକଳନ କରାଯାଇଛି । ଏବେ କମ୍ପାନିଗୁଡିକ ବଜାରକୁ ୨ ଚକିଆ, ୩ ଚକିଆ, ପାସେଞ୍ଜର କାର, ବସ୍‌ ଏବଂ ବାଣିଜ୍ୟିକ ଯାନ ଛାଡିଛନ୍ତି । ଦେଶ ମଧ୍ୟରେ ଇଭିକୁ ପ୍ରୋତ୍ସାହିତ କରିବା ଲାଗି ସରକାର ନୀତିଗତ ପଦକ୍ଷେପ ସହ ଆର୍ିଥକ ସହାୟତା ପ୍ରଦାନ କରୁଛନ୍ତି । ୨୦୧୫ରେ ଏ ଦିଗରେ ଆସିଥିବା ଫେମ୍‌ ଇଣ୍ଡିଆ ସ୍କିମ୍‌ ଏ କ୍ଷେତ୍ରରେ ଗେମ୍‌ ଗେଞ୍ଜର ସାବ୍ୟସ୍ତ ହୋଇଥିଲା । ଏହାର ଦ୍ୱିତୀୟ ପର୍ଯ୍ୟାୟରେ ୨୦୧୯- ୨୦୨୪ ଯାଏ କେନ୍ଦ୍ର ସରକାର ୧୦ ହଜାର କୋଟି ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନ କରିଥିଲେ । ଏହି ରାଶି ଇଭି କ୍ରୟରେ ସବ୍‌ସିଡି, ସାଧାରଣ ପରିବହନରେ ଇଭିର ବ୍ୟବହାର ଏବଂ ଇଭି ଭିତ୍ତିଭୂମି ବିକାଶ ଦିଗରେ ପ୍ରୋତ୍ସାହନ ରାଶି ଭାବେ ବ୍ୟବହାର କରାଯାଇଥିଲା । ଏହାବାଦ ଉତ୍ପାଦନ ସଂଯୁକ୍ତ ପ୍ରୋତ୍ସାହନ (ପିଏଲ୍‌ଆଇ)ସ୍କିମ ଅଧିନରେ ଏହି କ୍ଷେତ୍ରକୁ ବଳ ଦେବା ଲାଗି ସରକାରଙ୍କ ଯୋଜନା ମଧ୍ୟ ବିଶେଷ ଭାବେ ସହାୟକ ହେଉଛି । ସରକାର ଦେଶ ମଧ୍ୟରେ ଏସିସି ବ୍ୟାଟେରୀ ଉତ୍ପାଦନ ଲାଗି ୧୮,୧୦୦ କୋଟିର ପ୍ରୋତ୍ସାହନ ରାଶି ପ୍ରଦାନ ଦିଗରେ କାର୍ଯ୍ୟକ୍ରମ ଗ୍ରହଣ କରିଛନ୍ତି ।

ସେହିଭଳି ଅଟୋମୋବାଇଲ ଏବଂ ଅଟୋ ଯନ୍ତ୍ରାଂଶ କ୍ଷେତ୍ରରେ ୨୫,୯୩୮ କୋଟିର ପ୍ରୋତ୍ସାହନ ଦ୍ୱାରା ଦେଶ ମଧ୍ୟରେ ଇଭି ବିନିର୍ମାଣକୁ ମଧ୍ୟ ଉତ୍ସାହିତ କରାଯାଉଛି । କେବଳ କେନ୍ଦ୍ର ସରକାର ନୁହନ୍ତି ରାଜ୍ୟ ଗୁଡିକ ମଧ୍ୟ ଇଭି ଗ୍ରହଣୀୟତା ବୃଦ୍ଧି ଲାଗି ମଧ୍ୟ କାର୍ଯ୍ୟପନ୍ଥା ଗ୍ରହଣ କରୁଥିବା ଦେଖାଯାଉଛି । ଓଡ଼ିଶା, ଦିଲ୍ଲୀ, ମହାରାଷ୍ଟ୍ର, ତାମିଲନାଡୁ ଏବଂ କର୍ଣ୍ଣାଟକ ଭଳି ରାଜ୍ୟ ଗୁଡିକ ଏକ୍ଷେତ୍ରରେ ଆଗରେ ରହିଛନ୍ତି । ଇ-ଯାନ କ୍ରୟ କ୍ଷେତ୍ରରେ ଲୋକଙ୍କୁ ସବ୍‌ସିଡି, ଟିକସ ରିହାତି ଏବଂ ଇଭି କମ୍ପାନିଗୁଡିକୁ ମଧ୍ୟ ରାଜ୍ୟ ପ୍ରୋତ୍ସାହିତ କରୁଛନ୍ତି । ଇଭି ଏବଂ ଚାର୍ଜର ଉପରେ ଜିଏସ୍‌ଟିକୁ ଯଥାକ୍ରମେ ୫% ଏବଂ ୧୮% ହ୍ରାସ କରାଯାଇଛି । ୨୦୨୪ର ଅଦ୍ୟାବଧି ଦେଶରେ ୮ ହଜାର ପବ୍ଲିକ ଚାର୍ଜିଂ ଷ୍ଟେଶନ ରହିଛି । ୨୦୩୦ ସୁଦ୍ଧା ୧୦ ଲକ୍ଷ ଚାର୍ଜିଂ ଷ୍ଟେଶନ ସ୍ଥାପନ ଲକ୍ଷ୍ୟ ରହିଛି । ଇଭି ଦାମ ଅଧିକ ରହୁଥିବାରୁ ଏହା ଗ୍ରାହକଙ୍କୁ ଏତେଟା ଆକୃଷ୍ଟ କରିପାରୁନି । ସେହିଭଳି ଗ୍ରାମାଞ୍ଚଳରେ ଚାର୍ଜିଂ ଭିତ୍ତିଭୂମି ଅଭାବ, ବ୍ୟାଟେରୀ ଯୋଗାଣ ଚେନ୍‌ ଏବଂ ଯାନର ଓନରଶିପକୁ ନେଇ ସଚେତନତା ଏତେଟା ନାହିଁ । ତେବେ ଏହି କ୍ଷେତ୍ର ସ୍ଥାନିୟ ବିନିର୍ମାଣ, ଅଭିନବ ବାଣିଜ୍ୟ ମଡେଲ, ଅର୍ବାନ ମୋବିଲିଟି, ରପ୍ତାନି ସୁଯୋଗ ସହ ଗବେଷଣା ଏବଂ ବିକାଶକୁ ତ୍ୱରାନ୍ୱିତ କରିବ ବୋଲି କୁହାଯାଉଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.