ପ୍ରମୂଖ ଖବର
  • ବଡମ୍ବା : ପାରିବାରିକ କଳହର କରୁଣ ପରିଣତି . ବିଷ ପିଇ ଶାଶୂ-ବୋହୂ ମୃତ, ପୁଅ ଗୁରୁତର
  • ||
  • ସୁନ୍ଦରଗଡ଼କୁ ବର୍ଷା ପାଇଁ ରେଡ୍ ଆଲର୍ଟ, ପ୍ରଶାସନିକ ସ୍ତରରେ ପ୍ରସ୍ତୁତି ଜୋରଦାର୍
  • ||
  • କେନ୍ଦୁଝର : ଗଛକୁ ଧକାଦେଇ ଓଲଟିଲା ଆମ୍ବୁଲାନ୍ସ, ୫ଆହତ
  • ||
  • ବିନିକା : ଅଜଣା ଗାଡ଼ି ଧକ୍କାରେ ସ୍ୱାମୀ ମୃତ, ସ୍ତ୍ରୀ ଗୁରୁତର
  • ||
  • ବାଲେଶ୍ୱର : ସମୁଦ୍ରରେ ବୁଡିଲେ ୩ ପର୍ଯ୍ୟଟକ; ଜଣେ ମୃତ, ଜଣେ ନିଖୋଜ, ଜଣେ ଉଦ୍ଧାର
  • ||
  • ଜି-୭ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ବଡ଼ ବୟାନ, କହିଲେ ଅତି ଜରୁରି ଭାରତ-କାନାଡ଼ା ସମ୍ପର୍କ
  • ||
  • ଫୁଲୁରି ତେଲ ଲାଗି ପରେ ସାମାନ୍ୟ ସୁସ୍ଥ ଶ୍ରୀଜିଉ, ନବମୀ ଯାଏ ଚାଲିବ ଓଷ ଲାଗି, ଜୋରସୋରରେ ଚାଲିଛି ରଥ କାର୍ଯ୍ୟ
  • ||
  • ଡାଇରିଆ ଅଣାୟତ୍ତ, ହାଇଆଲର୍ଟରେ ସମସ୍ତ ଜିଲ୍ଲା, ୨୯୮ଜଣ ନୂଆ ରୋଗୀ ଚିହ୍ନଟ, ସାମୀକ୍ଷା କଲେ ସିଏସ୍
  • ||
  • ମାଓବାଦୀଙ୍କ ବର୍ବର କାଣ୍ଡ, ବିଜାପୁରରେ ୩ଜଣଙ୍କୁ ହତ୍ୟା, ରାତିରେ ୧୦ ଗ୍ରାମବାସୀଙ୍କୁ ଉଠାଇ ନେଇଥିଲେ
  • ||
  • ଆଗେଇଲା ମୌସୁମୀ... ଆଜି, କାଲି ବଡ଼ ବର୍ଷା, ୨୦ରୁ କମିବ
  • ||
  • ଗଞ୍ଜାମ : ପାରିବାରିକ କଳହର କରୁଣ ପରିଣତି, ସ୍ୱାମୀକୁ ହତ୍ୟା କଲା ନୃଶଂସ ସ୍ତ୍ରୀ
  • ||
  • ଗୋପାଳପୁର ଗଣଦୁଷ୍କର୍ମ ଘଟଣା : ସିଆଇଡି କ୍ରାଇମବ୍ରାଞ୍ଚକୁ ତଦନ୍ତ ହସ୍ତାନ୍ତର
  • ||
  • ଭୁବନେଶ୍ବରରେ ମଦ ପିଇ ୨ ଜଣଙ୍କ ମୃତ୍ୟୁ ଅଭିଯୋଗ , ମଦ ଦୋକାନ ସିଲ୍ କଲା ଅବକାରୀ ବିଭାଗ
  • ||

ବିିଭିନ୍ନ ସମସ୍ୟାକୁ ନେଇ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଦାବିପତ୍ର; କେସିଙ୍ଗାରେ ଧାରଣା ଦେଲା ସଚେତନ ନାଗରିକ ମଞ୍ଚ

Published By : Soubhagya Ranjan | June 18, 2025 5:28 PM

କେସିଙ୍ଗା,୧୮/୦୬: କଳାହାଣ୍ଡି ଜିଲ୍ଲାର ମୁଖ୍ୟଦ୍ବାର ଭାବେ କେସିଙ୍ଗା ବେଶ ପରିଚିତ। ହେଲେ କେସିଙ୍ଗା ଅଞ୍ଚଳକୁ ବିଭିନ୍ନ କ୍ଷେତ୍ରରେ ସରକାରଙ୍କ ତରଫରୁ ଅବହେଳା କରାଯାଉଥିବା ଅଭିଯୋଗ ହୋଇଛି। କେସିଙ୍ଗା ଅଞ୍ଚଳର ବିଭିନ୍ନ ସମସ୍ୟା ଉପରେ ସଚେତନ ନାଗରିକ ମଞ୍ଚ ତରଫରୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇ ଏହାର ସମାଧାନ ପାଇଁ ଦୀର୍ଘ ଦିନ ହେଲା ଦାବି ହୋଇଆସୁଛି । କେସିଙ୍ଗା ଅଞ୍ଚଳର ଅନେକ ଦାବି ଗୁଡ଼ିକ ଉପରେ ବିଗତ ଦିନ ମାନଙ୍କରେ କର୍ତ୍ତୃପକ୍ଷଙ୍କୁ ବାରମ୍ବାର ଜଣାଇ ଆସୁଥିଲେ ମଧ୍ୟ କୈାଣସି ପ୍ରକାରର ପ୍ରତିକାର ମିଳୁ ନାହିଁ । ଏହାର ପ୍ରତିବାଦ ନେଇ ସଚେତନ ନାଗରିକ ମଞ୍ଚର ଆବାହନରେ ଗଣତାନ୍ତ୍ରିକ ବିଧି ବିଧାନ ଅନୁସାରେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିଥିବା ଦେଖିବାକୁ ମିଳିଛି । 

କେସିଙ୍ଗା ସହର ସ୍ଥିତ ପୁରୁଣା ଷ୍ଟେଟ୍ ବ୍ୟାଙ୍କ୍ (ରାଜୀବ ଗାନ୍ଧୀ) ଛକ ଠାରେ ବୁଧବାର ଠାରୁ ଧାରଣା ଦିଆଯାଇଛି । କେସିଙ୍ଗା ସଚେତନ ନାଗରିକ ମଞ୍ଚର ନେତୃତ୍ୱରେ ଚାଲିଥିବା ଆନ୍ଦୋଳନକୁ ଅଞ୍ଚଳବାସୀ ସମର୍ଥନ ଜଣାଇଛନ୍ତି ଏବଂ ଧାରଣାରେ ଅନେକ ସଙ୍ଗଠନର କର୍ମକର୍ତ୍ତା ସାମିଲ୍ ହୋଇଥିବା ଦେଖିବାକୁ ମିଳିଛି ।‌ ସୂଚନାଯୋଗ୍ୟ ଯେ, କେସିଙ୍ଗା ଅଞ୍ଚଳର ବିକାଶ ନେଇ ସଚେତନ ନାଗରିକ ମଞ୍ଚ ପକ୍ଷରୁ ସରକାରଙ୍କ ଠାରେ ପ୍ରମୁଖ ୧୦ ଗୋଟି ଦାବି ଉପସ୍ଥାପନ କରାଯାଇଛି । ଦୀର୍ଘ ୪୦ ବର୍ଷ ଧରି ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ିରହିଥିବା କୋଣାର୍କ ସୂତାକଳର ପୁନରୁଦ୍ଧାର ଓ କାର୍ଯ୍ୟକ୍ଷମ କରାଯିବାକୁ ନେଇ ସଚେତନ ନାଗରିକ ମଞ୍ଚ ପ୍ରଥମ ଦାବି ଉପସ୍ଥାପନ କରିଛି। 

ଅନ୍ୟପଟେ କେସିଙ୍ଗା ରେଲୱେ ଷ୍ଟେସନ ଠାରୁ ରାଜଧାନୀ ଭୁବନେଶ୍ୱରକୁ ଦୈନିକ ସିଧାସଳଖ ଟ୍ରେନ୍ ସୁବିଧା, କେସିଙ୍ଗା ସହରରେ ଟ୍ରାଫିକ ବ୍ୟବସ୍ଥାରେ ନିୟନ୍ତ୍ରଣ ପାଇଁ କେସିଙ୍ଗା ସହର ଉପକଣ୍ଠ ଦେଇ କନ୍ତେଶିର ଠାରୁ ଯୋଲକୋ ପର୍ଯ୍ୟନ୍ତ ଏକ ବାଇପାସ୍ ରାସ୍ତା ନିର୍ମାଣ, କେସିଙ୍ଗା କୁ ଏକ ବୃହତ୍ ମ୍ୟୁନିସିପାଲଟି ମାନ୍ୟତା ପ୍ରଦାନ ସହିତ କନ୍ତେଶିର,ସିରୋଲ ଏବଂ ଲଇତରା ଗ୍ରାମ ପଞ୍ଚାୟତ ଗୁଡ଼ିକୁ ଏଥିରେ ସାମିଲ କରିବା, କେସିଙ୍ଗାର ତୁର୍ଲାଖମନ ଠାରେ ହେବାକୁ ଥିବା ବହୁମୂଖୀ ତେଲ ବ୍ୟାରେଜର ସୁପ୍ତ ଅବସ୍ଥା କଟାଯାଇ ତୁରନ୍ତ କାର୍ଯ୍ୟକାରୀ କରିବାକୁ କୁହାଯାଇଛି। 

ସେହିପରି ବାଲସି, ପରଲସିଙ୍ଗା ଓ ସିରୋଲ ପଞ୍ଚାୟତକୁ ନେଇ ବୃହତ୍ ଉଠା ଜଳସେଚନ ପ୍ରକଳ୍ପ ତୁରନ୍ତ କାର୍ଯ୍ୟକାରୀ କରିବା, କେସିଙ୍ଗା ସହରର ମଧ୍ୟ ଭାଗରେ ଥିବା ବୁଢ଼ା ଡଙ୍ଗର ପାହାଡ଼ର ସୁରକ୍ଷା,ସୈ।ନ୍ଦର୍ଯ୍ୟକରଣ ଓ ଏହାର ପାଦଦେଶରେ ଥିବା ଓ୍ବାର୍ଡ ନମ୍ବର ୧୦,୧୧ ଏବଂ ୧୨ ଅଞ୍ଚଳର ଲୋକଙ୍କ ପାଇଁ ଆବାସର ବ୍ୟବସ୍ଥା କରିବାକୁ ନାଗରିକ ମଞ୍ଚ ଦାବି କରାଯାଇଛି। ଏତଦ୍‌ବ୍ୟତିତ କେସିଙ୍ଗା ଠାରେ ଥିବା ରେଲୱେ ମେଲ୍ ସର୍ଭିସ୍‌କୁ ବଲାଙ୍ଗୀରକୁ ସ୍ଥାନାନ୍ତରଣ ବାତିଲ, କେସିଙ୍ଗା ସହରର ମଧ୍ୟ ଭାଗରେ ରହିଥିବା ତେଲ, ରେତ ଏବଂ ସୁନ୍ଦର ନଦୀର ସଙ୍ଗମ ପୀଠକୁ ପର୍ଯ୍ୟଟନସ୍ଥଳୀ ରୂପେ ଘୋଷଣା ଏବଂ ଉନ୍ନତିକରଣ କରିବା ଏବଂ ମଞ୍ଜୁରି ପ୍ରାପ୍ତ କେସିଙ୍ଗା ଭବାନୀପାଟଣା ରେଳ ଲାଇନ୍‌କୁ ଚଳିତ ଆର୍ଥିକ ବର୍ଷ ଠାରୁ ଅବିଳମ୍ବେ କାର୍ଯ୍ୟକାରୀ କରାଯିବାକୁ ନେଇ ସଚେତନ ନାଗରିକ ମଞ୍ଚ ପକ୍ଷରୁ ସରକାରଙ୍କ ଠାରେ ଦାବି ଉପସ୍ଥାପନ କରାଯାଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.