ଭୁବନେଶ୍ୱର ୦୯।୦୬: ରଥ ଯାତ୍ରାରେ ପୁରୀକୁ ଗଡ଼ିବ ୧୦୦ ଆମ ବସ୍ । ଆଗାମୀ ରଥ ଯାତ୍ରାରେ ଭକ୍ତ ଓ ପର୍ଯ୍ୟଟକଙ୍କ ସୁବିଧା ପାଇଁ ଗଡ଼ିବ ୧୦୦ ଆମ ବସ୍ । ଏନେଇ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି ।
ସୂଚନା ମୁତାବକ, ଆସନ୍ତା ୧୧ ତାରିଖ (ବୁଧବାର) ଦିନ ପବିତ୍ର ସ୍ନାନଯାତ୍ରା । ଏଥିପାଇଁ ପ୍ରଶାସନ ଓ ସରକାର ପକ୍ଷରୁ ପ୍ରସ୍ତୁତିକୁ ଜୋରଦାର କରାଯାଇଛି । ଏହି କ୍ରମରେ ରାଜ୍ୟ ଗୃହ ଓ ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି ଯେ, ରଥ ଯାତ୍ରା ସମୟରେ ପୁରୀକୁ ଗଡ଼ିବ ୧୦୦ ଆମ ବସ୍ । ରଥ ଯାତ୍ରାରେ ଭକ୍ତ ଓ ପର୍ଯ୍ୟଟକଙ୍କ ସୁବିଧା ପାଇଁ ଗଡ଼ିବ ୧୦୦ ଆମ ବସ୍ । ଭୁବନେଶ୍ୱର ଓ କଟକ ଭଳି ଆଖପାଖ ଅଞ୍ଚଳରୁ ୧୦୦ ବସ୍ ରଥ ଯାତ୍ରା ସମୟରେ ଭକ୍ତଙ୍କୁ ସେବା ଯୋଗାଇବେ । ଯାହା ଭକ୍ତଙ୍କ ଯାତାୟତରେ ସୁବିଧା ହେବ ।