ପ୍ରମୂଖ ଖବର
  • ଅପରେସନ ‘ସିନ୍ଦୂର’କୁ ନେଇ ଆସିପାରେ ବଡ଼ ସୂଚନା, ଅପରାହ୍ନ ୫ଟା ୩୦ରେ MEA ପ୍ରେସ୍‌ବ୍ରିଫ୍
  • ||
  • ମହଜୁଦ ଅଛି ଆବଶ୍ୟକୀୟ ଇନ୍ଧନ, ଆତଙ୍କିତ ନହେବାକୁ IOCLର ପରାମର୍ଶ
  • ||
  • ସୀମାବର୍ତ୍ତୀ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କଥାହେଲେ ପ୍ରଧାନମନ୍ତ୍ରୀ, ଗୁଜୁରାଟ, ପଞ୍ଜାବ, ରାଜସ୍ଥାନ ସିଏମ୍‌ଙ୍କ ସହ ଆଲୋଚନା
  • ||
  • ଆଇପିଏଲ୍‌କୁ ନେଇ ବିସିସିଆଇ ବଡ଼ ନିଷ୍ପତ୍ତି..ଭାରତ- ପାକ୍ ଯୁଦ୍ଧ ସ୍ଥିତି ପରେ ଅଧାରୁ IPL ଟୁର୍ଣ୍ଣାମେଣ୍ଟ ସ୍ଥଗିତ
  • ||
  • ଶିମିଳିପାଳ ପାଦ ଦେଶରୁ ତିନି ଶିକାରୀ ଗିରଫ, ୩ ବନ୍ଧୁକ ଜବତ
  • ||
  • ବଢୁଛି ଭାରତ-ପାକିସ୍ତାନ ଉତ୍ତେଜନା, ସ୍ଥଳପଥ ପରେ ଜଳପଥରେ ବି ହାଇଆଲର୍ଟ ଜାରି
  • ||
  • ବଢିଲା ଭାରତ - ପାକିସ୍ତାନ ଯୁଦ୍ଧ ଭୟ, ବିଜୁ ପଟ୍ଟନାୟକ ଏୟାରପୋର୍ଟରେ ହାଇଆଲର୍ଟ ଜାରି
  • ||
  • ଚଣ୍ଡୀଗଡ଼ରେ ବାଜିଲା ଯୁଦ୍ଧ ସାଇରନ୍, ଲୋକଙ୍କୁ ଘର ଭିତରେ ରହିବାକୁ ଅନୁରୋଧ
  • ||
  • ସ୍ୱଦେଶ ବାହୁଡ଼ି ଯିବେ ବିଦେଶୀ ଖେଳାଳି, ଖୁବ୍‌ଶୀଘ୍ର ବଡ଼ ନିଷ୍ପତ୍ତି ନେଇପାରେ ବିସିସିଆଇ
  • ||
  • ଚଣ୍ଡୀଗଡ଼​‌ରେ ବାଜିଲା ସାଇରନ୍‌, ଏୟାରଫୋର୍ସ ଷ୍ଟେସନ୍‌କୁ ଓ୍ବାର୍ଣ୍ଣିଂ, ଲୋକଙ୍କୁ ଘରୁ ନବାହାରିବାକୁ ନିର୍ଦ୍ଦେଶ
  • ||
  • LOC ଏବଂ IBରେ କଡ଼ା ଜବାବ, ପାକିସ୍ତାନର ୫୦ରୁ ଉର୍ଦ୍ଧ୍ଵ ଡ୍ରୋନ୍ ଖସାଇଲା ଭାରତ
  • ||
  • ଶ୍ରୀକ୍ଷେତ୍ରରେ ବଢ଼ିଲା ସୁରକ୍ଷା ବ୍ୟବସ୍ଥା, ପୋଲିସ ଛାଉଣୀରେ ବଡ଼ଦେଉଳ
  • ||
  • ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ମୟୂରଭଞ୍ଜ : ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ଘୋର ଆର୍ଥିକ ସଂକଟରେ ପାକ୍‌ ଅର୍ଥନୀତି: ଆଜି ପାକ୍‌କୁ ଋଣ ପ୍ରଦାନ ନେଇ ସମୀକ୍ଷା କରିବ ଆଇଏମ୍‌ଏଫ, ଭାରତର ବିରୋଧ
  • ||
  • ଅମୃତସର ବାସିନ୍ଦାଙ୍କୁ ଘରେ ରହିବାକୁ ନିର୍ଦ୍ଦେଶ, ଝରକା ଠାରୁ ଦୂରରେ ଏବଂ ଲାଇଟ୍ ବନ୍ଦ ରଖିବାକୁ ନିର୍ଦ୍ଦେଶାବଳୀ ଜାରି
  • ||
  • ଭାରତୀୟ ସେନାକୁ ସଫଳତା , ଧରାପଡିଲା ପାକିସ୍ତାନୀ ପାଇଲଟ୍
  • ||
  • ସମୀକ୍ଷା କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, CDS ଏବଂ ୩ ସେନା ମୁଖ୍ୟଙ୍କ ସହ ଯୁଦ୍ଧ ସ୍ଥିତି ନେଇ କରିବେ ଆଲୋଚନା
  • ||
  • ଭାରତ-ପାକ୍ ଯୁଦ୍ଧ ନେଇ ସସପେନ୍ସ: ଆଇପିଏଲ୍‌ ଆୟୋଜନ ଉପରେ ହୋଇପାରେ ବଡ଼ ନିଷ୍ପତ୍ତି
  • ||
  • ବାଲେଶ୍ବର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରେ ବଢ଼ିଲା ସୁରକ୍ଷା, ଅପରାହ୍ନ ୨ଟାରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ
  • ||
  • ପାକିସ୍ତାନ ଉପରେ ଆକ୍ରମଣକୁ ନେଇ ବିସ୍ତୃତ ତଥ୍ୟ ଦେବ ବୈଦେଶିକ ମନ୍ତ୍ରଣାଳୟ,ସକାଳ ୯ଟାରେ ପ୍ରେସ ମିଟ୍
  • ||
  • ରାଜ୍ୟରେ ଆହୁରି ବଢ଼ିବ ଗରମ ପ୍ରକୋପ, ୧୦ରୁ ୧୪ ପ୍ରଚଣ୍ଡ ତାତି,ପଶ୍ଚିମରେ ହିଟ୍‌ୱେଭ୍‌, ଉପକୂଳରେ ଗୁଳୁଗୁଳି ଆଶଙ୍କା
  • ||

ମହାକୁମ୍ଭକୁ ନେଇ ଯୋଗୀ ସରକାରଙ୍କୁ ଟାର୍ଗେଟ କଲେ ସପା ପ୍ରମୁଖ ଅଖିଳେଶ ଯାଦବ, କହିଲେ ଏବେବି ୧ ହଜାର ହିନ୍ଦୁ ନିଖୋଜ...

Published By : Prameya | March 19, 2025 8:09 PM

ନୂଆଦିଲ୍ଲୀ: ମହାକୁମ୍ଭ ମେଳାକୁ ନେଇ ଯୋଗୀ ସରକାରଙ୍କୁ ଟାର୍ଗେଟ କରିଛନ୍ତି ସମାଜବାଦୀ ପ୍ରମୁଖ ଅଖିଳେଶ ଯାଦବ। ଏହି ସମୟରେ ସେ ମହାକୁମ୍ଭ ମେଳାର ଆୟୋଜନ ଉପରେ ପ୍ରଶ୍ନ ଛିଡା କରିଛନ୍ତି ଏବଂ ରାଜ୍ୟର ବିଜେପି ସରକାରଙ୍କ ଠାରୁ ଏହାର ଉତ୍ତର ଲୋଡିଛନ୍ତି । ଅଖିଳେଶ ଅଭିଯୋଗ କରିଛନ୍ତି ଯେ, ପାଖାପାଖି ୧ ହଜାର ହିନ୍ଦୁ ପ୍ରୟାଗରାଜର ଏହି ଧାର୍ମିକ ମେଳାରୁ ନିଖୋଜ ଅଛନ୍ତି ଏବଂ ବର୍ତ୍ତମାନ ସୁଦ୍ଧା ଉତ୍ତରପ୍ରଦେଶ ସରକାର ସେମାନଙ୍କୁ ଚିହ୍ନଟ କରିବାରେ ବିଫଳ ହୋଇଛନ୍ତି।

ବୁଧବାର ଅଖିଳେଶ ରାଜ୍ୟର ଯୋଗୀ ସରକାରଙ୍କୁ ସମାଲୋଚନା କରି କହିଛନ୍ତି କି, ଏହା ଆମର ସୌଭାଗ୍ୟ ଯେ, ଆମେ ମହାକୁମ୍ଭକୁ ମନେ ରଖିଛନ୍ତି । ଆଉ ଏହା ପରେ ଗୋଟିଏ ପରେ ଗୋଟିଏ କୁମ୍ଭ ମଧ୍ୟ ଆସିବ। ତେବେ ଏସବୁ ଭିତରେ ସବୁଠୁ ବଡ ପ୍ରଶ୍ନ ହେଉଛି ଯେ,ଏତେ ବଡ ମହାକୁମ୍ଭର ଆୟୋଜନ ପାଇଁ ଭାରତ ସରକାର କେତେ ଟଙ୍କା ବ୍ୟୟବରାଦ କରିଥିଲେ ? 

ଅଖିଳେଶ ବିଜେପି ସରକାରଙ୍କୁ କହିଛନ୍ତି ଯେ, ଯେଉଁ ଶ୍ରଦ୍ଧାଳୁ ମାନେ ଏଠାରୁ ନିଖୋଜ ରହିଛନ୍ତି ସେମାନଙ୍କ ପରିବାରକୁ ଅନ୍ତତଃ ସହଯୋଗ କରାଯାଉ । ବର୍ତ୍ତମାନ ସୁଦ୍ଧା ପ୍ରାୟତଃ ୧୦୦୦ ହିନ୍ଦୁ ଏଠାରୁ ନିଖୋଜ ରହିଛନ୍ତି । ରାଜ୍ୟ ସରକାର ଏମାନଙ୍କ ସୂଚନା ରଖନ୍ତୁ ଏବଂ ସେମାନଙ୍କ ପରିବାରକୁ ଦିଅନ୍ତୁ । ଏହି ନିଖୋଜ ମାନଙ୍କ ପୋଷ୍ଟର ଏବେ ଏଠାକାର କାନ୍ଥବାଡରେ ଲାଗୁଛି । ତେବେ ବିଜେପି ସରକାର ଏହି ପୋଷ୍ଟର ଗୁଡିକୁ ଲିଭାଇବାକୁ ଚେଷ୍ଟା କରୁଛନ୍ତି। ସରକାର ଏମାନଙ୍କୁ ଖୋଜି ବାହାର କରିବାକୁ ଚେଷ୍ଟା କରନ୍ତୁ ବୋଲି ଅଖିଳେଶ କହିଛନ୍ତି। ଏଥି ସହ ଅଖିଳେଶ ଏହାର ଭିଡ ନିୟନ୍ତ୍ରଣ ଉପରେ ମଧ୍ୟ ପରିଚାଳନା କମିଟିକୁ ସମାଲୋଚନା କରିଛନ୍ତି, ଯେଉଁଥିରେ ବରିଷ୍ଠ ଅଧିକାରୀ ଏବଂ ପୋଲିସ ମଧ୍ୟ ରହିଛନ୍ତି।  

ତେବେ ଅଖିଳେଶଙ୍କ ଏହି ସମାଲୋଚନା ଏଭଳି ସମୟରେ ଆସିଛି, ଯେତେବେଳେ କି ନିକଟରେ ପିଏମ ମୋଦୀ ମହାକୁମ୍ଭର ସଫଳ ଆୟୋଜନ ଏବଂ ସମାପନ ପାଇଁ ଯୋଗୀ ସରକାର, ବିଭିନ୍ନ ସଂଗଠନ ଏବଂ ଉତ୍ତରପ୍ରଦେଶବାସୀଙ୍କୁ ପ୍ରଶଂସା କରିଛନ୍ତି । ଏହା ଏକ ଐତିହାସିକ ସମୟ ଥିଲା, ଯାହାକି ସ୍ବାମୀ ବିବେକାନନ୍ଦଙ୍କ ଆମେକରିକାର ଚିକାଗୋରେ ସମ୍ବୋଧନ ଏବଂ ଦାଣ୍ଡି ଅଭିଯାନ ଭଳି ଜନସମାଗମ ଭଳି ଥିଲା ବୋଲି ମୋଦି କହିଛନ୍ତି । ଏହା ଭାରତୀୟ ଯାତ୍ରା ପାଇଁ ଏକ ମାଇଲ୍‌ଷ୍ଟୋନ୍ ବୋଲି ସେ କହିଥିଲେ ।        

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.