ପ୍ରମୂଖ ଖବର
  • ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କର କୁଚେଇ ଶାଖାରୁ ବନ୍ଧୁକ ଦେଖାଇ ଲକ୍ଷାଧିକ ଟଙ୍କା ଲୁଟ୍
  • ||
  • ବାରିପଦା : ପୂର୍ବ ଶତ୍ରୁତା ଓ ଛେଳି ଚୋରିକୁ ନେଇ ପୁଅକୁ ଗୁଳି, ମାଆକୁ ଛୁରାମାଡ
  • ||
  • ଯାତ୍ରା କଳିରେ ପଡିଲା ଯବନିକା, ୫ ବର୍ଷ ରହିବି ବର୍ଷେ ପରେ ମଞ୍ଚରେ ଚଢିବି କହିଲେ ପୀୟୂଷ
  • ||
  • ମହାକାଶକୁ ଉଡ଼ାଣ ଭରିବେ ଶୁଭାଂଶୁ ଶୁକ୍ଳା; ୬ ଥର ଘୁଞ୍ଚିଲା ପରେ ଆସନ୍ତାକାଲି ଲଞ୍ଚ ହେବ ଆକ୍ସିଓମ୍‌-୪ ମିଶନ୍
  • ||
  • ଗଞ୍ଜାମ: ୨ ଦଳିତଙ୍କୁ ଲଣ୍ଡା କରି ଆଣ୍ଠେଇ ଚଲାଇବା ମାମଲା, ଘଟଣାସ୍ଥଳକୁ ଯାଇ ଅନୁଧ୍ୟାନ କରିବ କଂଗ୍ରେସର ଫ୍ୟାକ୍ଟ ଫାଇଣ୍ଡିଂ ଟି
  • ||
  • ବୁଧବାର BMC କର୍ପୋରେସନ ବୈଠକ: ଏକାଧିକ ପ୍ରସ୍ତାବରେ ବାଜିବ ମୋହର, ଉଠିବ ଜଳବନ୍ଦୀ ଓ ଡେଙ୍ଗୁ ପ୍ରସଙ୍ଗ
  • ||
  • ପାଟନାରେ ପୂର୍ବାଞ୍ଚଳ ଶକ୍ତି ମନ୍ତ୍ରୀ ସମ୍ମିଳନୀ, ଆଜି ଯୋଗ ଦେବେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ
  • ||
  • ମହାପ୍ରଭୁଙ୍କୁ ଲାଗି ହେବା ପୂର୍ବରୁ ଦଶମୂଳ ମୋଦକ ଚୋରି, ମାରା ମହୌଷଧି ଶ୍ରୀଜିଉଙ୍କୁ ଲାଗି ହେଲା କିପରି ?
  • ||
  • ଗୋପାଳପୁର ଗଣଦୁଷ୍କର୍ମ ମାମଲା, ୬ ଅଭିଯୁକ୍ତଙ୍କୁ ଦିନିକିଆ ରିମାଣ୍ଡରେ ନେବ କ୍ରାଇମ୍‌ବ୍ରାଞ୍ଚ
  • ||
  • କେନ୍ଦୁଝର: ଟ୍ରକ୍ ପଛରେ ପିଟିହେଲା କନ୍ୟାଯାତ୍ରୀ ବସ୍, ଜଣେ ମୃତ ୧୩ ଗୁରୁତର
  • ||
  • ଇରାନ୍-ଇସ୍ରାଏଲ୍ ଯୁଦ୍ଧ ନେଇ ଟ୍ରମ୍ପ୍‌ଙ୍କ ବଡ଼ ଘୋଷଣା, ୧୨ ଦିନ ପରେ ସମ୍ପୂର୍ଣ୍ଣ ଅସ୍ତ୍ରବିରତି ଘୋଷଣା
  • ||
  • ଘୂର୍ଣ୍ଣିବଳୟ ପ୍ରଭାବରେ ଲଗାଣ ବର୍ଷା: ସପ୍ତାହେ ଯାଏ ପ୍ରବଳ ଛେଚିବ,୨୫ରେ ୩ଟି,୨୬ରେ ୫ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
  • ||

୧୦୮ ଆମ୍ବୁଲାନ୍ସ ନା ସାମଗ୍ରୀ ବୁହା ଗାଡ଼ି ? ରୋଗୀ ବଦଳରେ ବସ୍ତାରେ ଚାଲାଣ ହେଉଥିଲା ଜିନିଷ, ଅଟକାଇଲେ ଲୋକେ

Published By : Prameya | June 24, 2025 12:56 PM

ଜଗତସିଂହପୁର,୨୪/୦୬: ଏକ  ୧୦୮ ଆମ୍ବୁଲାନ୍ସରେ ଜରି ବସ୍ତାରେ ଅନେକ ପ୍ରକାରର ସାମଗ୍ରୀ ବୁହା ହେଉଥିବା ଭିଡ଼ିଓ  ଭାଇରାଲ ହୋଇଛି । ଚାରିପୋଲିଆ ଛକଠାରୁ କିଛି ଦୂରରେ ଉକ୍ତ ଆମ୍ବୁଲାନ୍ସକୁ ଅଟକାଇ ଅନେକ ଲୋକ ହୋହାଲ୍ଲା କରିଥିବା ଖବର ମିଳିଥିଲା । ତେବେ ଏସବୁ ଜିନିଷ କାହାର ତାହା ସ୍ପଷ୍ଟ ହୋଇପାରି ନାହିଁ । କିନ୍ତୁ ପ୍ରଥମେ ଉକ୍ତ ଆମ୍ବୁଲାନ୍ସଟି ଜଗତସିଂହପୁର ଥାନା ପଛ ପଟେ  ଅଟକି ରହିଥିଲା । କୌଣସି ସୂତ୍ରରୁ ଖବର ପାଇଁ  କିଛି ଗଣମାଧ୍ୟମ ପ୍ରତିନିଧି ସେଠାରେ ପହଞ୍ଚି ଆମ୍ବୁଲାନ୍ସର ପଛ ଫାଟକ ଖୋଲିବାକୁ କହିଥିଲେ । ଏହି ସମୟରେ ରୋଗୀ ଆଣିବାକୁ ଫୋନ୍‌ କଲ୍‌  ଆସିଥିବା କହି ଆମ୍ବୁଲାନ୍ସକୁ ଧରି ଚାଳକ ଓ  ଅନ୍ୟ ଦୁଇ ଜଣ ସେଠାରୁ ଚମ୍ପଟ ମାରିଥିଲେ । ଏଣେ କିନ୍ତୁ ଖବର ପ୍ରଘଟ ହୋଇଯାଇଥିବାରୁ  ଉକ୍ତ ଆମ୍ବୁଲାନ୍ସକୁ ଚାରିପୋଲିଆ ଛକ ଠାରୁ  କିଛି ଦୂରରେ ଲୋକେ ଅଟକାଇ ଦେବା  ପରେ ଅସଲ ଗୁମର ଫିଟିଥିଲା । 

ପ୍ରକୃତରେ  ବି ଆମ୍ବୁଲାନ୍ସରେ ପାଖାପାଖି ୨୨ଟି ଜରି  ବସ୍ତାରେ ବହି, ସାମ୍ପୋ, ମଲମ ଆଦି ଭର୍ତ୍ତି  ହୋଇ କେଉଁ ଆଡ଼କୁ ଚାଲାଣ କରାଯାଉଥିବା  ଜଣାପଡ଼ିଥିଲା । ଜନ ସାଧାରଣ ଘେରିଯିବା ପରେ ଆମ୍ବୁଲାନ୍ସଟି ଜଗତସିଂହପୁର ଆଡ଼କୁ ପୁଣି ଫେରିଥିଲା । ତେବେ ରୋଗୀ ଯଦି ଆଣିବାକୁ ଆମ୍ବୁଲାନ୍ସଟି ଯାଇଥିଲା ତାହେଲେ ଫେରିଲା କାହିଁକି? ଏତଦ୍‌ଭିନ୍ନ ଆମ୍ବୁଲାନ୍ସ ଭିତରେ ପର୍ଯ୍ୟାପ୍ତ ପରିମାଣର ଜିନିଷ ମହଜୁଦ ଥିବାରୁ ରୋଗୀଟିଏ ଆସିଥାନ୍ତେ କେମିତି? ଏସବୁ ପ୍ରଶ୍ନ ଅସାମାହିତ ହୋଇ ରହିଥିବା  ବେଳେ ଆମ୍ବୁଲାନ୍ସ ଚାଳକ ମଣ୍ଡାସାହି ଅଞ୍ଚଳରୁ ରୋଗୀ ଆସିଥାନ୍ତେ ବୋଲି  ସଫେଇ ଦେଉଥିବା ଦେଖି ଉପସ୍ଥିତ  କିଛି ଲୋକ ଆଶ୍ଚର୍ଯ୍ୟ ପ୍ରକାଶ  କରିଥିଲେ । 

ବର୍ତ୍ତମାନ ସମୟରେ ଜିଲ୍ଲାରେ ଚଳାଚଳ କରୁଥିବା ଅନେକ ୧୦୮ ଆମ୍ବୁଲାନ୍ସ ଦଦରା ହୋଇପଡ଼ିଛି । ଫଳରେ  ବିପଦ୍‌ଜନକ ଅବସ୍ଥାରେ ରୋଗୀମାନଙ୍କୁ ଏଥିରେ ପରିବହନ କରାଯାଉଛି । ଏଣେ ପୁଣି ଆମ୍ବୁଲାନ୍ସରେ ଜିନିଷ ପତ୍ର ବୁହା ହେବାର ପ୍ରମାଣ ମିଳିଛି । କୁହାଯାଉଛି କି, ଚୌଦ୍ୱାରରୁ  ଏସବୁ ଜିନିଷ ଜଗତସିଂହପୁରକୁ ଆସିଥିଲା । ପୂର୍ବରୁ ମଧ୍ୟ ଅନେକ ଥର ଏସବୁ ଜିନିଷ ଆମ୍ବୁଲାନ୍ସରେ କୁଆଡ଼େ ଅଣାଯାଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.