ପ୍ରମୂଖ ଖବର
  • ବରଗଡ଼ : ଦେବରାଜ ହତ୍ୟା ଘଟଣାର ପର୍ଦାଫାଶ, ୨ ଗିରଫ; ପୁଲିସର ସିନ୍ ରିକ୍ରିଏସନ
  • ||
  • ରଥ ଯାତ୍ରାରେ ଶ୍ରୀକ୍ଷେତ୍ରକୁ ଚାଲିବ ୧୦୦ ଆମ ବସ୍, ସୂଚନା ଦେଲେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ
  • ||
  • ମାଲକାନଗିରି: ଛତିଶଗଡ଼ ସୁକୁମା କୋଣ୍ଟାରେ IED ବିସ୍ଫୋରଣ, ASP ଆକାଶ ରାଓ ଶହୀଦ
  • ||
  • ପୁରୀ: ରଥଯାତ୍ରା ପାଇଁ ପୁରୀକୁ ଗଡ଼ିବ ୧୦୦ ଆମ ବସ୍, ସୂଚନା ଦେଲେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର
  • ||
  • ମୁମ୍ବାଇରେ ଚଳନ୍ତା ଲୋକାଲ୍ ଟ୍ରେନ୍‌ରୁ ଖସିପଡ଼ି ଚାଲିଗଲା ୫ ଜୀବନ, ଅନେକ ଗୁରୁତର
  • ||
  • ସୁନ୍ଦରଗଡ଼ : ଶାଗ ତୋଳିବା ହେଲା କାଳ, ଗଛରୁ ପଡ଼ି ଚାଲିଗଲା ଜୀବନ
  • ||
  • ସୁନ୍ଦରଗଡ଼ : ଭାଇର ଲୁହା ଛଡ଼ ମାଡ଼ରେ ଭଉଣୀ ମୃତ, ଭାଉଜକୁ ବଞ୍ଚାଇବାକୁ ଯାଇ ଜୀବନ ଗଲା
  • ||
  • ୧୦ ଲକ୍ଷ ଲାଞ୍ଚ ନେଇ ବନ୍ଧା ହେଲେ ଆଇଏଏସ୍‌ ଅଫିସର, ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ
  • ||
  • ମେଘାଳୟରୁ ନିଖୋଜ ଇନ୍ଦୋର ଦମ୍ପତି ମାମଲାରେ ଟ୍ୱିଷ୍ଟ, ପତ୍ନୀ ସୋନମ ୟୁପିରୁ ଗିରଫ
  • ||
  • ଢେଙ୍କାନାଳ : ବାଲି ମାଫିଆଙ୍କ ଉତ୍ପାତ : ରାତି ଅଧରେ କାର୍‌ ଉପରକୁ ବୋମା ମାଡ଼
  • ||
  • ଆମେରିକାର ଟେନେସିରେ ୨୦ ଯାତ୍ରୀଙ୍କୁ ନେଇ ଯାଉଥିବା ବିମାନ ଦୁର୍ଘଟଣା, ଅନେକଙ୍କ ଅବସ୍ଥା ସଙ୍କଟାପନ୍ନ
  • ||
  • କନ୍ଧମାଳ ଜିଲ୍ଲା ବାଲିଗୁଡ଼ାରେ ମର୍ମନ୍ତୁଦ ଦୁର୍ଘଟଣା, ଅଜଣା ଗାଡ଼ି ଧକ୍କାରେ ଚାଲିଗଲା ବାପା-ପୁଅଙ୍କ ଜୀବନ
  • ||
  • ମହାକାଶରେ ପୁଣି ଉଡ଼ିବ ତ୍ରିରଙ୍ଗା; ମିଶନ୍ ଆକ୍ସିଓମ୍ -୪କୁ ସଫଳ କରିବେ ଶୁଭାଂଶୁ ଶୁକ୍ଳା
  • ||
  • ଭୁବନେଶ୍ଵର ଆସିଲେ ଆଉ ହଇରାଣ ହେବେନି, ପ୍ରତି ଜିଲ୍ଲା ପାଇଁ ବିଭିନ୍ନ ସ୍ଥାନରେ ଗେଷ୍ଟ ହାଉସ୍ ନିର୍ମାଣ କରିବେ ସରକାର
  • ||
  • କେନ୍ଦ୍ରାପଡ଼ା ଯିବେ ମୁଖ୍ୟମନ୍ତ୍ରୀ, ମାଉସୀ ମା' ମନ୍ଦିର ଠାରୁ ଶ୍ରୀବଳଦେବଜିଉ ମନ୍ଦିର ପର୍ଯ୍ୟନ୍ତ କରିବେ ତ୍ରିରଙ୍ଗା ଶୋଭାଯାତ୍ରା
  • ||
  • ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଦ୍ଵିତୀୟ ରଥଯାତ୍ରା ସମନ୍ଵୟ ବୈଠକ, ଆକ୍ସନ୍ ପ୍ଲାନ୍ ରିପୋର୍ଟ ଦାଖଲ କରିବେ ବିଭାଗୀୟ ଅଧିକାରୀ
  • ||
  • ଆମେରିକାର ଟେନେସି ଅଞ୍ଚଳରେ ବିମାନ ଦୁର୍ଘଟଣା, ୨୦ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ବିମାନ କ୍ରାସ୍, ୬ ଆହତ
  • ||
  • ବଙ୍ଗୋପସାଗରରେ ସକ୍ରିୟ ଘୂର୍ଣ୍ଣିବଳୟ, ତାତିରୁ ମିଳିବ ଆଶ୍ୱସ୍ତି, ଆସନ୍ତା ୪ ଦିନ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା
  • ||

ବିଳମ୍ବରେ ପହଞ୍ଚିବା ଅଭିଯୋଗ କରି ଆମ୍ବୁଲାନ୍ସ ଡ୍ରାଇଭରଙ୍କୁ ଆକ୍ରମଣ, ୧୦୮ କର୍ମଚାରୀ ସଂଘ ପକ୍ଷରୁ ଥାନାରେ ଏତଲା

Published By : Harapriya Sethi | June 9, 2025 1:39 PM

ଖଲ୍ଲିକୋଟ,୦୯/୦୬: ବିଳମ୍ବରେ ପହଞ୍ଚିବା ଅଭିଯୋଗ କରି ୧୦୮ ଆମ୍ବୁଲାନ୍ସ ଡ୍ରାଇଭରଙ୍କୁ ୨ ଜଣ ଯୁବକ ଆକ୍ରମଣ କରିଥିବା ନେଇ ଖଲ୍ଲିକୋଟ ଥାନାରେ ଅଭିଯୋଗ ହୋଇଛି । ଆକ୍ରମଣ କରିବା ସହ ୧୦୮ ଗାଡ଼ିର ଚାବି ନେଇ ଦୁଇ ଯୁବକ ଫିଙ୍ଗି ଦେଇଥିବା ମଧ୍ୟ ଅଭିଯୋଗ ହୋଇଛି ।

ଖଲ୍ଲିକୋଟ ଥାନାରେ ହୋଇଥିବା ଅଭିଯୋଗରୁ ଜଣାପଡ଼ିଛି ଯେ, ରବିବାର ବିଳମ୍ବିତ ରାତିରେ ଖଲ୍ଲିକୋଟରୁ ବ୍ରହ୍ମପୁର ରୋଗୀ ନେଇ ଯାଇଥିଲେ ୧୦୮ ଆମ୍ବୁଲାନ୍ସର ଡ୍ରାଇଭର ସୁୟାଂଶୁ ବେହେରା । ଫେରିବା ବେଳେ ଛତ୍ରପୁର ନିକଟରେ ହୋଇଥିବା ବେଳେ ଆଉ ଏକ ରୋଗୀକୁ ଖଲ୍ଲିକୋଟ ମେଡିକାଲରୁ ବ୍ରହ୍ମପୁର ନେବା ପାଇଁ ଫୋନ ଆସିଥିଲା । ଛତ୍ରପୁରରେ ହୋଇଛି ଖଲ୍ଲିକୋଟରେ ପହଞ୍ଚିବା ପାଇଁ କିଛି ସମୟ ଲାଗିବ, ଅପେକ୍ଷା କରନ୍ତୁ ବୋଲି ଡ୍ରାଇଭର ସୁୟାଂଶୁ କହିଥିଲେ। ତାପରେ କିଛି ସମୟ ମଧ୍ୟରେ ସେ ଖଲ୍ଲିକୋଟ ମେଡିକାଲରେ ପହଞ୍ଚିଥିଲେ। ତେବେ ଏତେ ସମୟ କାହିଁକି ଲାଗିଲା ବୋଲି କହି ୨ଜଣ ଯୁବକ ଗାଡ଼ିରୁ ଭିଡ଼ି ନେଇ ସୁୟାଂଶୁଙ୍କୁ ମାଡ଼ ମାରିଥିଲେ । ଏହା ସହ ଗାଡ଼ିରେ ଗୁରୁତର ରୋଗୀ ରହିଥିବା ବେଳେ ଗାଡ଼ିରୁ ଚାବି ନେଇ ଫିଙ୍ଗି ଦେଇଥିଲେ ।

ଏନେଇ ସୋମବାର ଖଲ୍ଲିକୋଟରେ କାର୍ଯ୍ୟରତ ଥିବା ୧୦୮ ଆମ୍ବୁଲାନ୍ସ ସଂଘର କର୍ମଚାରୀମାନେ ଖଲ୍ଲିକୋଟ ଥାନାରେ ପହଞ୍ଚି ଲିଖିତ ଅଭିଯୋଗ କରିଛନ୍ତି । ତେବେ ଥାନାରେ ଏତଲା ନ ଦେବାକୁ ମଧ୍ୟ ଆକ୍ରମଣ କରିଥିବା ଯୁବକ ମାନେ ଧମକ ଦେଇଥିବା ୧୦୮ କର୍ମଚାରୀ କହିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.