ପ୍ରମୂଖ ଖବର
  • ଗୋପାଳପୁର ଗଣଦୁର୍ଷମ ଘଟଣା : ସିଆଇଡି କ୍ରାଇମବ୍ରାଞ୍ଚକୁ ତଦନ୍ତ ହସ୍ତାନ୍ତର
  • ||
  • ଭୁବନେଶ୍ବରରେ ମଦ ପିଇ ୨ ଜଣଙ୍କ ମୃତ୍ୟୁ ଅଭିଯୋଗ , ମଦ ଦୋକାନ ସିଲ୍ କଲା ଅବକାରୀ ବିଭାଗ
  • ||
  • ଖଲ୍ଲିକୋଟ : ଛେଳି ପଲ ଉପରେ ମାଡିଗଲା ଟ୍ରକ, ୭୦ ଛେଳି ମୃତ
  • ||
  • ଯୁଦ୍ଧଗ୍ରସ୍ତ ଇରାନ୍‌ରୁ ଆର୍ମେନିଆରେ ପହଞ୍ଚିଲେ ୧୧୦ ଭାରତୀୟ, ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଆଡ୍‌ଭାଇଜରୀ ଜାରି
  • ||
  • ଗୋପାଳପୁର ବେଳାଭୂମିରେ ଗଣଦୁଷ୍କର୍ମ ଅଭିଯୋଗ, ସମସ୍ତ ୧୦ ଅଭିଯୁକ୍ତକୁ ଗିରଫ କଲା ପୁଲିସ
  • ||
  • କୋକସରା: ଦେପୁର ନିକଟରେ ଗଛରେ ପିଟି ହେଲା ବାଇକ, ଦୁଇ ମୃତ ଜଣେ ଗୁରୁତର
  • ||
  • ପ୍ରତିକୂଳ ପାଗ ପାଇଁ ୧୭ରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା, ଡାକବାଜି ଯନ୍ତ୍ରରେ କରାଗଲା ସତର୍କ
  • ||
  • ବଲାଙ୍ଗିର: ରାଜ୍ୟସ୍ତରୀୟ କୃଷକ ଶକ୍ତି ସମାବେଶରେ ସାମିଲ୍ ହେଲେ ମୁଖ୍ୟମନ୍ତ୍ରୀ, ସଫଳ ଚାଷୀଙ୍କୁ ସମ୍ବର୍ଦ୍ଧିତ କରାଯିବ
  • ||
  • ବଲାଙ୍ଗୀର ସହର ଭିତରେ ଦୁର୍ଘଟଣା, ଭାରସାମ୍ୟ ହରାଇ ରାସ୍ତାକଡ଼ ଦୋକାନକୁ ପଶିଗଲା କଣ୍ଟେନର
  • ||
  • ବସୁମତୀ ସ୍ନାନ ସହ ଶେଷ ହେଲା ରଜ, ୩ ଦିନର ବିଶ୍ରାମ ପରେ ଶୁଦ୍ଧ ସ୍ନାନ କଲେ ବସୁମାତା
  • ||
  • ଏୟାର ଇଣ୍ଡିଆ ବିମାନରେ ଯାନ୍ତ୍ରିକ ତ୍ରୁଟି; କୋଲକାତାରେ ଜରୁରୀ ଅବତରଣ
  • ||
  • ପରମାଣୁ ଅସ୍ତ୍ର ନେଇ ଇରାନ୍‌କୁ ଟ୍ରମ୍ପଙ୍କ କଡ଼ା ଚେତାବନୀ, କହିଲେ ତୁରନ୍ତ ତେହେରାନ୍ ଛାଡ଼, ଡ଼ାକିଲେ ବଡ଼ ବୈଠକ
  • ||
  • କାନାଡ଼ାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଆଜି ଓ କାଲି ଦୁଇ ଦିନ ଧରି G7 ସମିଟ୍‌ରେ ସାମିଲ ହେବେ
  • ||
  • ଅନବସରରେ ମହାପ୍ରଭୁ: ଫୁଲୁରି ତେଲ ଘଷା ହେବାରେ ଉପଶମ ହେଉଛନ୍ତି ଦାରୁବ୍ରହ୍ମ, ଆଜି ଓଷ ଲାଗି ନୀତି
  • ||
  • ଏବେ ବଡ଼ ବର୍ଷା ନାହିଁ: ଆଜି କିଛି ସ୍ଥାନରେ ବର୍ଷିବ, ୨୩ରୁ ପୁଣି ବଢ଼ିପାରେ, ତାପମାତ୍ରା ୨ରୁ ୪ ଡିଗ୍ରୀ କମିବା ସମ୍ଭାବନା
  • ||

୧୦୮ ଆମ୍ବୁଲାନ୍ସକୁ ଅପେକ୍ଷା କରି ରୋଗୀ ଛଟପଟ

Published By : Gurupada Nath | May 15, 2025 11:05 PM

ଦାରିଙ୍ଗବାଡି,୧୫/୫ : ୧୦୮ ଆମ୍ବୁଲାନ୍ସ ମେଡ଼ିକାଲ ପରିସର ମଧ୍ୟରେ ଅଛି । ଅଥଚ ଫୋନ କରିବାର ଘଣ୍ଟା ଘଣ୍ଟା ସମୟ ବିତିଯାଉଥିଲେ ସୁଦ୍ଧା ରୋଗୀଙ୍କ ପାଖରେ ପହଞ୍ଚିପାରୁ ନାହିଁ ୧୦୮ ଆମ୍ବୁଲାନ୍ସ ସେବା । ଫଳରେ ରୋଗୀ ଛଟପଟ ହେଉଥିବା ନେଇ ଆସିଛି ସଙ୍ଗୀନ ଅଭିଯୋଗ। ପ୍ଲିହେରି ପଞ୍ଚାୟତ ମୁଲୁକଚେରୀ ଗ୍ରାମର ସୁଶିଲ ପ୍ରଧାନ ଆଣିଛନ୍ତି କିଛି ଏଭଳି ଅଭିଯୋଗ । 

ସୁଶିଲ ପ୍ରଧାନଙ୍କ ସ୍ତ୍ରୀ ସୁଜାତାଙ୍କ ହାର୍ଟ ସମସ୍ୟା ଥିବା ଯୋଗୁଁ ଦାରିଙ୍ଗବାଡି ସ୍ବାସ୍ଥ୍ୟକେନ୍ଦ୍ରରେ ଦିନ ୩ଟାବେଳେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ । ହେଲେ ଅବସ୍ଥା ସଙ୍କଟାପନ୍ନ ଥିବା ଯୋଗୁଁ ଡାକ୍ତର ତାଙ୍କୁ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ସନ୍ଧ୍ୟା ୭ଟା ବେଳେ ରେଫର କରିଥିଲେ । ଏହାପରେ ସୁଜାତାଙ୍କ ପରିବାର ଲୋକେ ୧୦୮ ଆମ୍ବୁଲାନ୍ସକୁ ସଙ୍ଗେ ସଙ୍ଗେ ଯୋଗାଯୋଗ କରି ୩ଘଣ୍ଟା ବିତି ଯାଇଥିଲେ ସୁଦ୍ଧା ଆମ୍ବୁଲାନ୍ସ ମେଡ଼ିକାଲ ପରିସର ମଧ୍ୟରେ ରହିଥିଲେ ବି ଆସିନଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି । ୧୦୮ ଆମ୍ବୁଲାନ୍ସକୁ କଲ୍ କରି ୩ଘଣ୍ଟା ବିତି ଯାଇଥିଲେ ସୁଦ୍ଧା ଆମ୍ବୁଲାନ୍ସ ରୋଗୀ ପାଖରେ ପହଞ୍ଚି ପାରି ନ ଥିବା ସୁଶିଲ ଅଭିଯୋଗ କରିଛନ୍ତି । 

ଆମ୍ବୁଲାନ୍ସ ବିଳମ୍ବ ଯୋଗୁଁ ପତ୍ନୀଙ୍କ ସ୍ବାସ୍ଥ୍ୟ ଅବସ୍ଥା ବିଗୁଡୁଥିବା ସେ ଅଭିଯୋଗ କହିଛନ୍ତି । ଏଭଳି ସ୍ଥଳେ ୧୦୮ସେବାକୁ ଆଉ ଭରସା କରୁ ନାହାନ୍ତି ରୋଗୀଙ୍କ ସମ୍ପର୍କୀୟ । ଆମ୍ବୁଲାନ୍ସ ବିଳମ୍ବ ଯୋଗୁଁ ସାଧାରଣରେ ଅସନ୍ତୋଷ ବୃଦ୍ଧି ପାଇଛି । ଏ ନେଇ ମେଡ଼ିକାଲ ଇନଚାର୍ଜ ଡ଼କ୍ଟର ଯାକେଶ ସାମନ୍ତରାୟ ଙ୍କୁ ପଚାରିବାରୁ ସେ କହିଲେ ୧୦୮ ଆମ୍ବୁଲାନ୍ସ ର ସର୍ଭର ଡାଉନ୍ ଯୋଗୁଁ ଏଭଳି ସମସ୍ୟା ହୋଇଛି ବୋଲି କହିଥିଲେ । ବାଲିଗୁଡା ରୁ ଅନ୍ୟ ଏକ ଆମ୍ବୁଲାନ୍ସ ପାଇଁ ୧୦୮ କୁ ଯୋଗାଯୋଗ ହୋଇଛି ବୋଲି କହିଥିଲେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.