ଖଲ୍ଲିକୋଟ, ୧୯/୦୭ : ଦଶମ ଶ୍ରେଣୀ ଛାତ୍ରଙ୍କୁ ଛୁରାମାଡ଼। ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା କହ୍ନେଇପୁର ରାହାଣଦେବୀ ଛକରେ ଛୁରା ମାଡ଼ ହୋଇଛି। ଛାତ୍ରଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଖଲ୍ଲିକୋଟ ମେଡିକାଲ ପରେ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି। ପୂର୍ବ ଗଣ୍ଡଗୋଳକୁ କେନ୍ଦ୍ର କରି ଛୁରାମାଡ଼ ହୋଇଥିବା ସୂଚନା ମିଳିଛି।
ସୂଚନାନୁଯାୟୀ, ଶନିବାର ଖଲ୍ଲିକୋଟ ଥାନା କହ୍ନେଇପୁର ରାହାଣଦେବୀ ଛକରେ ମାଣିକପୁର ଗ୍ରାମର ଜଣେ ୧୦ମ ଶ୍ରେଣୀ ଛାତ୍ରଙ୍କୁ ଛୁରାମାଡ଼ ହୋଇଛି। କନ୍ଦିଗାଁ ଗ୍ରାମର ଜଣେ ଯୁବକ ଛୁରାମାଡ଼ କରି ଫେରାର୍ ହୋଇଯାଇଛି। ଛାତ୍ରଙ୍କ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ହୋଇଛି। ଛାତ୍ରଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଖଲ୍ଲିକୋଟ ମେଡିକାଲ ପରେ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି। ପୂର୍ବ ଗଣ୍ଡଗୋଳକୁ କେନ୍ଦ୍ର କରି ଛୁରାମାଡ଼ ହୋଇଥିବା ସୂଚନା ମିଳିଛି। ଘଟଣା ସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।