ପ୍ରମୂଖ ଖବର
  • ସୁନ୍ଦରଗଡ଼ : ବ୍ରାହ୍ମଣୀ ନଦୀରେ ବୁଡ଼ି ନାବାଳକ ନିଖୋଜ, ସର୍ଚ୍ଚ ଅପରେସନ୍‌ ଜାରି
  • ||
  • ଇଂଲଣ୍ଡ ଗସ୍ତ ପୂର୍ବରୁ ଭାରତକୁ ଲାଗିପାରେ ବଡ଼ ଝଟକା; ସାମି-ବୁମରାଙ୍କ ଖେଳିବାକୁ ନେଇ ସନ୍ଦେହ
  • ||
  • ସମ୍ୱଲପୁର : କଫ୍‌ ସିରପ୍‌ ଭର୍ତ୍ତି ବକ୍ସ ଚୋରି କରିବା ପଡ଼ିଲା ମହଙ୍ଗା, ସମ୍ବଲପୁର ଟାଉନ୍ ଥାନା ଏଏସ୍‌ଆଇ ନିଲମ୍ବିତ
  • ||
  • ରେକର୍ଡ ଭାଙ୍ଗିଲା ଶ୍ରୀନଗର ତାତି ; ୫୪ ବର୍ଷ ପରେ ୩୪ ଡିଗ୍ରୀ ପାର୍‌, ୧୩୩ ବର୍ଷ ପରେ ଜଳିଲା ମେ'
  • ||
  • ଭୁବନେଶ୍ୱର : ବିଦେଶରେ ଚାକିରି ଲୋଭ ଦେଖାଇ କୋଟି କୋଟି ଟଙ୍କା ଠକେଇ, ଅଭିଯୁକ୍ତ ଗିରଫ
  • ||
  • ମେ ୨୭ ନୁହେଁ, ୨୬ରେ ସାବିତ୍ରୀ ଛୁଟି ଘୋଷଣା କଲେ ସରକାର, ୨୭ରେ ଖୋଲା ରହିବ ସରକାରୀ ଅଫିସ୍
  • ||
  • ବିଳିବିଳଉଛି ପାକିସ୍ତାନ; 'ପାଣି ବନ୍ଦ କଲେ ଆମେ ତୁମ ନିଶ୍ୱାସ ବନ୍ଦ କରିଦେବୁ', ପୁରୁଣା ଡଇଲଗ ଦୋହରାଇଲେ ପାକ୍‌ ଜେନେରାଲ
  • ||
  • ସମ୍ବଲପୁର: ମାଲଖାନାରୁ କଫ୍‌ ସିରପ୍ ଚୋରି କରିଟାଉନ୍‌ ଥାନାରେ କାର୍ଯ୍ୟରତ ASI ବିଦ୍ୟୁତ୍ ପଣ୍ଡା ନିଲମ୍ବିତ
  • ||
  • ଭିଜିଲାନ୍ସ ଜାଲରେ R&B ଡିଭିଜନ୍‌ର କନିଷ୍ଠ ଯନ୍ତ୍ରୀ ସୁଶାନ୍ତ ସେଠୀ, ଏକକାଳୀନ ୮ ଟି ସ୍ଥାନରେ ଭିଜିଲାନ୍ସ ଟିମ୍‌ର ଚଢ଼ାଉ
  • ||
  • ୨୭ ଯାଏ ଘୁଞ୍ଚିଲା ସ୍ପେସାଲ୍‌ ଓଟିଇଟି ଆବେଦନ, ଫର୍ମ ପୂରଣର ଅବଧିକୁ ବଢ଼ାଇଲା ବୋର୍ଡ
  • ||
  • କେନ୍ଦୁଝର : ବେଆଇନ ବାଲି ଚୋରା ଚାଲାଣ ବେଳେ ୩ ହାଇୱା ଜବତ, ୬ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଜରିମାନା ଆଦାୟ
  • ||
  • ଏବେ ୭୮୮ ଭାରତୀୟ ଛାତ୍ରଙ୍କର କଣ ହେବ ? ହାର୍ଭାର୍ଡରେ ବିଦେଶୀ ଛାତ୍ରଙ୍କ ନାମଲେଖା ଉପରେ ରୋକ୍ ଲଗାଇଲେ ଟ୍ରମ୍ପ
  • ||
  • ବାଂଲାଦେଶରେ କିଛି ଠିକ୍ ନାହିଁ ; ବିପଦରେ ୟୁନୁସଙ୍କ ଗାଦି, ସେନାମୁଖ୍ୟ ଦେଲେ ଅଲଟିମେଟ୍
  • ||
  • ନେପାଳରେ ଭୂକମ୍ପ ଝଟକା,ରିକ୍ଟର ସ୍କେଲରେ ତୀବ୍ରତା ୪.୭ ରେକର୍ଡ
  • ||
  • ରାଜ୍ୟ ସରକାରଙ୍କ ବର୍ଷ ପୂର୍ତ୍ତି : ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ଚର୍ଚ୍ଚା, ୬ ମନ୍ତ୍ରୀ ପଦ ପାଇଁ ଆଶାୟୀଙ୍କ ଲବି ଭୁବନେଶ୍ୱରରୁ ଦିଲ୍ଲୀ
  • ||
  • ସୁବର୍ଣ୍ଣପୁର : ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସିଲା ବାଜା ଗାଡ଼ି: ୨ ମୃତ, ୨୫ ଆହତ
  • ||
  • ଦେଶ ସମ୍ଭାଳିପାରୁ ନାହାନ୍ତି ବାଂଲାଦେଶ ଅନ୍ତରୀଣ ସରକାର ମହମ୍ମଦ ୟୁନୁସ, ଇସ୍ତଫା ଦେବାକୁ ବଳାଇଲେ ମନ
  • ||
  • ରାଜ୍ୟରେ ବଦଳିଲା ପାଗର ମିଜାଜ୍, ଖସିଲା ତାତି : ଏ ମାସ ଶେଷ ସୁଦ୍ଧା ମୌସୁମୀ, ୨୭ରେ ଲଘୁଚାପ ସମ୍ଭାବନା
  • ||

ସମ୍‌ ଫୁଲନଖରା ଠାରେ ୧୦ମ ରାଜ୍ୟସ୍ତରୀୟ ସୋମି ସମ୍ମିଳନୀ ଅନୁଷ୍ଠିତ; ମାତୃ ଓ ଶିଶୁ ମୃତ୍ୟୁ ହାର ହ୍ରାସ ଉପରେ ଆଲୋଚନା

Published By : Bijay Swain | May 7, 2025 12:09 AM

ଭୁବନେଶ୍ୱର: ଫୁଲନଖରା ଠାରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସମ୍‌ ନର୍ସିଂ କଲେଜ - ୨ ଓ ସୋସାଇଟି ଅଫ୍‌ ମିଡୱାଇଭସ୍‌ ଇଣ୍ଡିଆ (ସୋମି), ଓଡିଶା ଶାଖାର ମିଳିତ ଆନୁକୂଲ୍ୟରେ ମଙ୍ଗଳବାର ୧୦ମ ରାଜ୍ୟସ୍ତରୀୟ ସୋମି ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।

ଏହି ସମ୍ମିଳନୀରେ ଡାକ୍ତର ଶେଫାଳି ମଲ୍ଲିକ୍‌, ଓଡିଶା ସରକାରଙ୍କ ଅତିରିକ୍ତ ନିର୍ଦ୍ଦେଶିକା  (ନର୍ସିଂ) ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମା ଓ ଶିଶୁର ମୃତ୍ୟୁହାରକୁ କିପରି ହ୍ରାସ କରାଯାଇ ପାରିବ ସେ ବିଷୟରେ ଆଲୋକପାତ କରିଥିଲେ। ମହିଳାମାନଙ୍କର ପ୍ରଜନନ କ୍ଷମତା ଉପରେ ଆଲୋଚନା କରି ସେ ପ୍ରସୂତିମାନେ  କିଭଳି ସାଧାରଣ ଭାବେ ପ୍ରସବ କରିପାରିବେ ସେ ବିଷୟରେ ଗୁରୁତ୍ୱାରୋପ କରିଥିଲେ। ଏଥି ନିମନ୍ତେ କେଉଁ ସବୁ ଦିଗ ପ୍ରତି ଧ୍ୟାନ ରଖିବା ଜରୁରୀ ସେ ବିଷୟରେ ଡାକ୍ତର ମଲ୍ଳିକ କହିଥିଲେ।

ଏହି ଅବସରରେ ସମ୍ମାନିତ ଅତିଥି ଭାବେ ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଯୋଗ ଦେଇ କହିଥିଲେ ଯେ ଏହା ଏକ ଦକ୍ଷତା ଭିତିକ ସମ୍ମିଳନୀ ଯାହା ମାଧ୍ୟମରେ ନର୍ସିଂ ଅଫିସରମାନେ ପ୍ରଶିକ୍ଷିତ ହୋଇପାରିବେ। ଏପରି କର୍ମଶାଳା ମାଧ୍ୟମରେ ଲୋକମାନଙ୍କୁ ସଚେତନା କରାଯାଇପାରିବ ବୋଲି ପ୍ରକାଶ କରି ପ୍ରଫେସର ନନ୍ଦ କହିଥିଲେ ଯେ ଏପର୍ଯ୍ୟନ୍ତ ସୋଆ ବିଶ୍ୱବିଦ୍ୟାଳୟରେ ୫୫୦ରୁ ଊର୍ଦ୍ଧ୍ୱ କର୍ମଶାଳା ଓ ଆଲୋଚନାଚକ୍ର ଓ ୯୦ରୁ ଅଧିକ ଆନ୍ତର୍ଜାତିକ ସମ୍ମିଳନୀ ଆୟୋଜିତ ହୋଇପାରିଛି।

ଆଇଏମ୍‌ଏସ୍‌ ଆଣ୍ଡ ସମ୍‌ ହସ୍ପିଟାଲ -୨ ର ଡିନ୍‌ ପ୍ରଫେସର (ଡ.) ଅରକ୍ଷିତ ସ୍ୱାଇଁ ଯୋଗ ଦେଇଥିବା ସମସ୍ତ ନର୍ସିଂ ଅଫିସର, ଛାତ୍ରଛାତ୍ରୀ ଓ ଫ୍ୟାକଲ୍ଟି ମାନଙ୍କୁ ଉତ୍ସାହିତ କରିବା ସହିତ ସେମାନେ ଏହି ସମ୍ମିଳନୀରେ ଅନେକ ଜ୍ଞାନ ଆହରଣ କରିପାରିବେ ଓ ମିଡ୍‌ୱାଇଫ୍‌ ମାନଙ୍କ ଭୂମିକା ବିଷୟରେ ଜାଣିପାରିବେ ବୋଲି କହିଥିଲେ।

ଫୁଲନଖରା ସମ୍‌ ହସ୍ପିଟାଲ- ୨ର ଅତିରିକ୍ତ ନିର୍ଦ୍ଦେଶିକା ତଥା ସ୍ତ୍ରୀ ଓ ପ୍ରସୂତି ବିଭାଗର ବିଭାଗୀୟ ମୁଖ୍ୟ ପ୍ରଫେସର ତାପସୀ ପତି ଯୋଗ ଦେଇ କହିଥିଲେ ଯେ ଜଣେ ନାରୀ ପାଇଁ ମାତୃତ୍ୱ ଲାଭ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହି ଦିଗ ପ୍ରତି ଧ୍ୟାନ ଦେବା ସହିତ ପ୍ରସୂତିଙ୍କର  କିପରି ସାଧାରଣ ପ୍ରସବ କରାଯାଇପାରିବ ସେ ବିଷୟରେ ଏହି କାର୍ଯ୍ୟକ୍ରମରେ ଆଲୋଚନା କରାଯାଇଛି।

ଏହି ଅବସରରେ ବିଶେଷ ଅତିଥି ଭାବେ ସୋମିର ପ୍ରତିଷ୍ଠାତା ତଥା ଉପଦେଷ୍ଟା ଡାକ୍ତର ଏମ୍‌. ପ୍ରକାଶମ୍ମା ଯୋଗ ଦେଇ କହିଥିଲେ ଯେ ମାତୃ ଓ ଶିଶୁ ମୃତ୍ୟୁ ହାର ହ୍ରାସ କରିବା ପାଇଁ ମିଡୱାଇଫଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ତଥା ସମ୍‌ ନସି କଲେଜର ନିର୍ଦ୍ଦେଶିକା ଓ ସଂଯୋଜିକା ପ୍ରଫେସର (ଡ.) ପ୍ରଭାତୀ ତ୍ରିପାଠୀ  ଓ ସୋମିର ସମ୍ପାଦିକା ଡ. ଅମ୍ରିତା ଲେଙ୍କା ପ୍ରସଙ୍ଗ ଉପରେ ଆଲୋକପାତ କରିଥିଲେ ।

ସୋମି ଓଡିଶାର ପ୍ରତିଷ୍ଠାତା ଅର୍ଗାନାଇଜିଂ ସେକ୍ରେଟେରୀ ଓ ସମ୍‌ ନର୍ସିଂ କଲେଜ -୨ ର ପ୍ରଫେସର(ଡ.) ଅନୁରାଧା ପଣ୍ଡା ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ସମ୍‌ ନର୍ସିଂ କଲେଜ -୨ ର ଟ୍ୟୁଟର ଶ୍ରୀମତି ଓମ୍‌ ଶୁଭଶ୍ରୀ ଲେଙ୍କା ଧନ୍ୟବାଦ ଅର୍ପଣ କରିଥିଲେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.