ପ୍ରମୂଖ ଖବର
  • ସୁନ୍ଦରଗଡ଼ : ରାସ୍ତାରେ ହୁତୁ ହୁତୁ ହୋଇ ଜଳିଗଲା କୋଇଲା ବୋଝେଇ ଟ୍ରେଲର; ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର
  • ||
  • ସମ୍ବଲପୁର : ହୀରାକୁଦରୁ ନିଷ୍କାସନ ହେବ ବର୍ଷର ପ୍ରଥମ ବନ୍ୟାଜଳ, ଆସନ୍ତା ୬ରୁ ଖୋଲିବ ଗେଟ୍
  • ||
  • ସୁନ୍ଦରଗଡ଼ : ହାଇୱା-ଓମିନି ଭ୍ୟାନ୍‌ ମୁହାଁମୁହିଁ ଧକ୍କା:୨ ମୃତ, ୪ ଗୁରୁତର
  • ||
  • ହିମାଚଳ ପ୍ରଦେଶରେ ପ୍ରକୃତିର ତାଣ୍ଡବ; ୩୭ ମୃତ, ୪୦୦ କୋଟିରୁ ଅଧିକ କ୍ଷୟକ୍ଷତି
  • ||
  • ଇଣ୍ଡିଆ-ଇଂଲଣ୍ଡ ଦ୍ବିତୀୟ ଟେଷ୍ଟ,କ୍ୟାପ୍ଟେନ୍ ଶୁବମନଙ୍କ ଡବଲ ସେଞ୍ଚୁରୀ, ୫୧୦ ରନ୍‌ ପିଛା କରୁଛି ଘରୋଇ ଦଳ
  • ||
  • ମୟୂରଭଞ୍ଜ : କାଶିଆବେଡା ଗାଁରେ ଅଭାବନୀୟ ଘଟଣା, ଘରେ ପଶି ବୃଦ୍ଧଙ୍କୁ ଦଳିଦେଲା ଦନ୍ତା
  • ||
  • ଲଗାତାର ଘୂର୍ଣ୍ଣିବଳୟ, ଛାଡ଼ିବନି ବର୍ଷା : ଆଜି ସୁନ୍ଦରଗଡ଼କୁ ଅରେଞ୍ଜ, ୭ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି
  • ||
  • ସରି ଆସୁଛି ଜନ୍ମବେଦୀରେ ଲୀଳାଖେଳା; ଆଜି ସନ୍ଧ୍ୟା ଦର୍ଶନ, ଆଡ଼ପ ମଣ୍ଡପରେ ଶେଷ ଦିଅଁ ଦେଖା
  • ||
  • କଳାହାଣ୍ଡି : ଲଗାଣ ବର୍ଷାର ପ୍ରଭାବ: ଥୁଆମୂଳ ରାମପୁରର ସ୍ଥିତି ବେହାଲ, ଜନଜୀବନ ପ୍ରଭାବିତ
  • ||

୧୧ ଦିନରେ ଜୁନିଅର ଡାକ୍ତରଙ୍କ ଆମରଣ ଅନଶନ

Published By : Rasmita Pradhan | October 16, 2024 10:27 AM

କୋଲକାତା, ୧୬/୧୦ : ଇଣ୍ଡିଆନ୍‌ ମେଡିକାଲ୍‌ ଆସୋସିଏସନ ସହିତ ଯୁକ୍ତ ଜୁନିଅର ଡାକ୍ତରଙ୍କ ପକ୍ଷରୁ ମଙ୍ଗଳବାର ଦେଶବ୍ୟାପୀ ୧୨ ଘଣ୍ଟାର ଅନଶନର ଡାକରା ଦିଆଯାଇଥିଲା। ସାରା ଦେଶରେ ମେଡିକାଲ କଲେଜଗୁଡ଼ିକର କ୍ୟାମ୍ପସରେ ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଅନଶନରେ ବସିବାକୁ ସେମାନେ ଆହ୍ୱାନ ଦେଇଥିଲେ। ସେହିଭଳି ଦେଶର ଅନେକ ମେଡିକାଲ କଲେଜରେ ଆମରଣ ଅନଶନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ବାଙ୍କୁଡା ସମ୍ମିଳନୀ ମେଡିକାଲ କଲେଜରେ ଜୁନିଅର ଡାକ୍ତରଙ୍କ ଆମରଣ ଅନଶନ ମଧ୍ୟ ଆରମ୍ଭ ହୋଇଥିଲା। 

ମଙ୍ଗଳବାର ସୁପ୍ରିମକୋର୍ଟରେ ପ୍ରଧାନ ବିଚାରପତିଙ୍କ ବେଞ୍ଚରେ ଆରଜି କର ମାମଲାର ଶୁଣାଣୀ ହୋଇଛି । ଆରଜି କର ମାମଲାର ଷଷ୍ଠ ଶୁଣାଣି ସୁପ୍ରିମକାର୍ଟରେ ହୋଇଛି । ମାମଲାର ଶୁଣାଣିରେ ମଙ୍ଗଳବାର ଜୁନିଅର ଡାକ୍ତରମାନେ ନଜର ରଖିଥିଲେ । ସରକାର ମଧ୍ୟ ଏହା ଉପରେ ନଜର ରଖିଥିଲେ । ତଦନ୍ତର ଅଗ୍ରଗତି ବିଷୟରେ ସିବିଆଇ କ'ଣ କହିବ ଜୁନିଅର ଡାକ୍ତର ଏବଂ ଆନ୍ଦାଳନକାରୀମାନେ ମଧ୍ୟ ନଜର ରଖିଥିଲେ । ମଙ୍ଗଳବାର ସହରରେ ଦୁଇଟି କାର୍ନିଭାଲ ଥିଲା । ଗୋଟିଏ, ରେଡ୍‌ ରୋଡ୍‌ରେ ପୂଜାର କାର୍ନିଭାଲ । ଦ୍ୱିତୀୟ, ଆରଜି କର କାଣ୍ଡର ପ୍ରତିବାଦରେ ରାଣୀ ରାସମଣୀ ରୋଡ୍‌ରେ ‘ବିଦ୍ରୋହେର କାର୍ନିଭାଲ' । ଦ୍ୱିତୀୟଟି ପାଇଁ ପୁଲିସର ଅନୁମତି ନାହିଁ । ରାଣୀ ରାସମଣୀ ରୋଡ୍‌ ଏବଂ ଏହାର ଆଖପାଖ ଅଞ୍ଚଳରେ ସମାବେଶକୁ ବାରଣ କରିବା ପାଇଁ କୋଲକାତା ପୁଲିସ ଦ୍ୱାରା ୧୬୩ ଧାରା ଜାରି କରାଯାଇଥିଲା । ତେବେ ଏହି ବିଦ୍ରୋହ ଜୁନିୟର ଡାକ୍ତରଙ୍କ ଦ୍ୱାରା ଡକାଯାଇନାହିଁ । ଏହାକୁ ବରିଷ୍ଠ ଡାକ୍ତରଙ୍କ ସଂଗଠନ ନାମକ ଜଏଣ୍ଟ ପ୍ଲାଟଫର୍ମ ଅଫ୍‌ ଡକ୍ଟର୍ସ ଡାକିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.