ତୁରେକେଲା,କଣ୍ଟାବାଞ୍ଜି ,୨୧/୮ : କଣ୍ଟାବାଞ୍ଜି ରେଲୱେ ଷ୍ଟେସନରେ ବେଆଇନ ଭାବେ ଗଞ୍ଜେଇ ଚାଲାଣ ହେଉଥିବା ବେଳେ କଣ୍ଟାବାଞ୍ଜି ଅବକାରୀ ବିଭାଗ ଚଢାଉ କରି ୧୧ କେଜି ଗଞ୍ଜେଇ ଜବତ କରିଛି। ଏଥିସହ କଣ୍ଟାବାଞ୍ଜି ଧୁବାପଡା ର ଗୋବିନ୍ଦ ବାଗ(୩୭) ଗିରଫ କରି କୋର୍ଟ ଚାଲାଣ କରିଛି। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୧,୧୦,୦୦୦ ହେବ ବୋଲି ଅବକାରୀ ବିଭାଗ ସୂଚନା ଦେଇଛି।ତେବେ ଏହି ଚଢାଉରେ କଣ୍ଟାବାଞ୍ଜି ଅବକାରୀ ବିଭାଗ ଓ ସ୍ଥାନୀୟ ରେଳବାଇ ପୋଲିସ୍ ଓ ସମ୍ବଲପୁର ସ୍ଵତନ୍ତ୍ର ସ୍କ୍ବାର୍ଡ ଉପସ୍ଥିତ ଥିଲେ।

ଅଖିଳେଶ ଯାଦବଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଲେ ପ...