ମାଲକାନଗିରି, ୧୭/୭ (ଆପ୍ର ): ବେଆଇନ ଭାବେ କଇଁଛ ବିକ୍ରୀ କରୁଥିବା ବେଳେ ବନ ଵିଭାଗ ପକ୍ଷରୁ ଚଢ଼ାଉ କରାଯାଇ ୧୧ଟି ଜୀବନ୍ତ କଇଁଛ ଜବତ  କରାଯାଇଛି। ଏଥି ସହିତ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।   ଗିରଫ ବ୍ୟକ୍ତି ଜଣକ ହେଲେ ମୁଥୁନ । ସେ ପେଶାରେ ଜଣେ ମତ୍ସ୍ୟଜୀବୀ ।

ବେଆଇନ ଭାବେ କଇଁଛ ରଖାଯାଇଥିବା ନେଇ  ଖବର ପାି  କାଲିମେଳା ରେଞ୍ଜର ବିଜୟ କୁମାର ନାୟକ ଙ୍କ ନେତୃତ୍ୱରେ ଫରେଷ୍ଟର ସୁବାଷ ମଣ୍ଡଳ, ବିନା ରାଣୀ, ଅମିନ ଅବିନାଶ ମଣ୍ଡଳ    ପ୍ରମୁଖ ବନ ବିଭାଗ ଏବଂ ରାଜସ୍ୱ ବିଭାଗର କର୍ମଚାରୀଙ୍କୁ ନେଇ ଏକ ମିଳିତ ଦଳ ଗଠନ କରିଥିଲେ।  ଏହି ଟିମ କାଲିମେଳା ବ୍ଲକ ସ୍ଥ ଏମପିଭି-୧୧ ଗ୍ରାମ ସ୍ଥିତ ମିଥୁନ ବେପାରୀଙ୍କ ବାସଭବନରେ ଏକ ଘର ତଲାସି କରିଥିଲେ। ଅଖା ରେ ପ୍ୟାକ୍ ହୋଇଥିବା ୧୧ ଟି କଇଁଛ ଶୌଚାଳୟ ଭିତରୁ ଜବତ କରିଥିଲେ। ଏଥିସହ ଓଜନ ମେସିନ, ଗୋଟିଏ ମୋବାଇଲ ଫୋନକୁ  ବନ ବିଭାଗ ଜବତ କରିଛି। ସେ ପେଶାରେ ଜଣେ ମତ୍ସ୍ୟଜୀବୀ ଏବଂ ପୋଟେରୁ ବଜାରରେ ବେଆଇନ ବିକ୍ରୟ ପାଇଁ କଇଁଛଗୁଡ଼ିକୁ କିଣିଥିଲା ବୋଲି ମିଥୁନ କହିଛି। ଜବତ କଇଁଛଗୁଡିକୁ ସତିଗୁଡା ଜଳଭଣ୍ଡାରରେ ସୁରକ୍ଷିତ ଅବସ୍ଥାରେ ଛଡ଼ାଯାଇଥିବା  ଏସିଏଫ ମୁନସୁନ ଖେମୁଣ୍ଡୁ ସୂଚନା ଦେଇଛନ୍ତି ।