ପ୍ରମୂଖ ଖବର
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ଆତ୍ମାହୁତି ଘଟଣା: ଆଜି ବାଲେଶ୍ୱରରେ ଉଚ୍ଚଶିକ୍ଷା ବିଭାଗ କମିଟିର ତଦନ୍ତ, ଉପସ୍ଥିତ ରହିବେ ଆଇସିସିର ସମସ୍ତ ସଦସ୍ୟ
  • ||
  • TRFକୁ ଆତଙ୍କୀ ସଂଗଠନ ଘୋଷଣା କଲା ଆମେରିକା, ପହଲଗାମ ଆତଙ୍କୀ ଆକ୍ରମଣ ପାଇଁ କଲା ଦାୟୀ
  • ||
  • ୨୧ ଯାଏ ଅଧିକ ବର୍ଷା ସମ୍ଭାବନା, ଆଜି ଆଭ୍ୟନ୍ତରୀଣ ଓ ଦକ୍ଷିଣ ଓଡ଼ିଶାରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ
  • ||

୧୧ କଇଁଛ ଜବତ, ଜଣେ ଗିରଫ

Published By : Suraj Kumar | July 17, 2025 10:01 PM

ମାଲକାନଗିରି, ୧୭/୭ (ଆପ୍ର ): ବେଆଇନ ଭାବେ କଇଁଛ ବିକ୍ରୀ କରୁଥିବା ବେଳେ ବନ ଵିଭାଗ ପକ୍ଷରୁ ଚଢ଼ାଉ କରାଯାଇ ୧୧ଟି ଜୀବନ୍ତ କଇଁଛ ଜବତ  କରାଯାଇଛି। ଏଥି ସହିତ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।   ଗିରଫ ବ୍ୟକ୍ତି ଜଣକ ହେଲେ ମୁଥୁନ । ସେ ପେଶାରେ ଜଣେ ମତ୍ସ୍ୟଜୀବୀ ।

ବେଆଇନ ଭାବେ କଇଁଛ ରଖାଯାଇଥିବା ନେଇ  ଖବର ପାି  କାଲିମେଳା ରେଞ୍ଜର ବିଜୟ କୁମାର ନାୟକ ଙ୍କ ନେତୃତ୍ୱରେ ଫରେଷ୍ଟର ସୁବାଷ ମଣ୍ଡଳ, ବିନା ରାଣୀ, ଅମିନ ଅବିନାଶ ମଣ୍ଡଳ    ପ୍ରମୁଖ ବନ ବିଭାଗ ଏବଂ ରାଜସ୍ୱ ବିଭାଗର କର୍ମଚାରୀଙ୍କୁ ନେଇ ଏକ ମିଳିତ ଦଳ ଗଠନ କରିଥିଲେ।  ଏହି ଟିମ କାଲିମେଳା ବ୍ଲକ ସ୍ଥ ଏମପିଭି-୧୧ ଗ୍ରାମ ସ୍ଥିତ ମିଥୁନ ବେପାରୀଙ୍କ ବାସଭବନରେ ଏକ ଘର ତଲାସି କରିଥିଲେ। ଅଖା ରେ ପ୍ୟାକ୍ ହୋଇଥିବା ୧୧ ଟି କଇଁଛ ଶୌଚାଳୟ ଭିତରୁ ଜବତ କରିଥିଲେ। ଏଥିସହ ଓଜନ ମେସିନ, ଗୋଟିଏ ମୋବାଇଲ ଫୋନକୁ  ବନ ବିଭାଗ ଜବତ କରିଛି। ସେ ପେଶାରେ ଜଣେ ମତ୍ସ୍ୟଜୀବୀ ଏବଂ ପୋଟେରୁ ବଜାରରେ ବେଆଇନ ବିକ୍ରୟ ପାଇଁ କଇଁଛଗୁଡ଼ିକୁ କିଣିଥିଲା ବୋଲି ମିଥୁନ କହିଛି। ଜବତ କଇଁଛଗୁଡିକୁ ସତିଗୁଡା ଜଳଭଣ୍ଡାରରେ ସୁରକ୍ଷିତ ଅବସ୍ଥାରେ ଛଡ଼ାଯାଇଥିବା  ଏସିଏଫ ମୁନସୁନ ଖେମୁଣ୍ଡୁ ସୂଚନା ଦେଇଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.